27.1 C
Bhubaneswar
Wednesday, May 8, 2024
Homeଓଡିଶାକରୋନା ଭୟରେ ହଜିଗଲା ମାନବିକତା

କରୋନା ଭୟରେ ହଜିଗଲା ମାନବିକତା

ଢେଙ୍କାନାଳ : ମହାମାରୀ କରୋନାର ଭୟ ମଣିଷ ପାଖରୁ ହଜାଇ ଦେଉଛି ମାନବିକତା । ତେବେ ଗତବର୍ଷ ଜଣେ କୋଭିଡ ପଜେଟିଭ୍ ବ୍ୟକ୍ତିଙ୍କର ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନା ଆଉଟଡୋର ସମ୍ମୁଖରେ ଛଟପଟ ହୋଇ ମୃତ୍ୟବରଣ କରିଥିବା ଭଳି ଅଭାବନୀୟ ଘଟଣାର ପୁନର୍ବାର ଦେଖିବାକୁ ମିଳିଛି । ତେବେ ଶୁକ୍ରବାର ଦିନ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଆଉଟଡୋର ସମ୍ମୁଖରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଏପରିକି ଡାକ୍ତରଖାନା ପରିସରରେ କୋଭିଡ୍ ଟେଷ୍ଟିଂ ସେଂଟରରୁ ଟେଷ୍ଟ ପରେ ଜଣାପଡିଥିବା କୋଭିଡ୍ ପଜିଟିଭ୍ ମହିଳାଙ୍କ ମୃତ ଦେହ ଦେଢଘଂଟା କାଳ ପଡିରହିଥିଲା ।

ତେବେ ଡାକ୍ତରଖାନା କେହି କର୍ମଚାରୀ ପାଖକୁ ଆସିନଥିଲେ । ତାଙ୍କ ସ୍ୱାମି ଗତ କିଛି ଦିନ ହେଲା କୋଭିଡ୍ ସଂକ୍ରମିତ ହୋଇ କୋଭିଡ୍ ସ୍ୱାସ୍ଥ୍ୟ କେନ୍ଦ୍ରରେ କିଛି ଦିନ ହେଲା ଚିକିତ୍ସିତ ହେଉଛନ୍ତି । ତେବେ ଏହି ମହିଳାଙ୍କ ଦେହ ଦୁଇ ଦିନ ଖରାପ ହେବାରୁ ତାଙ୍କୁ ପରିବାର ପକ୍ଷରୁ ଡାକ୍ତଖାନାକୁ ଚିକିତ୍ସା ପାଇଁ ଆଣିଥିଲେ । ମାତ୍ର ତାଙ୍କର ପଜିଟିଭ୍ ବାହାରିବାରୁ ତାଙ୍କୁ ହୋମ୍ ଆଇସୋଲେସନରେ ରହିବା ପାଇଁ କୁହାଯାଇଥିଲା । ଘରକୁ ଫେରିବା ସମୟରେ ଅଧା ବାଟରେ ତାଙ୍କ ଦେହ ଅଧିକ ଖରାପ ହେବାରୁ ତାଙ୍କୁ ପୁନର୍ବାର ଚିକିତ୍ସାଳୟକୁ ଆଣିଥିଲେ । କୋଭିଡ୍ ପଜିଟିଭ୍ ଶୁଣି କେହି ମେଡିକାଲ କର୍ମଚାରୀ ପାଖକୁ ଆସିନଥିଲେ ମଧ୍ୟ ମେଡିକାଲ ଭିତରକୁ ଯିବାକୁ ଦେଇନଥିଲେ। ମୁଖ୍ୟ ଡାକ୍ତରଖାନାର ଆଉଟଡୋର ସମ୍ମୁଖରେ ଖୋଲା ଆକାଶ ତଳେ ମହିଳା ଜଣଙ୍କର ମୃତ୍ୟୁ ଘଟିଥିଲା ।

ମହିଳାଙ୍କ ମୃତ୍ୟୁ ଘଟିଥିବା ଘଟଣାକୁ ନେଇ ବେଶ ଆଲୋଡନ ସୃଷ୍ଟି ହୋଇଥିଲା । ଦିର୍ଘ ଦେଢ ଘଂଟା ଧରି ମହିଳାଙ୍କ ମୃତଦେହ ଖୋଲା ଆକାଶ ତଳେ ପଡିରହିଥିଲା । କୋଭିଡ ସଂକ୍ରମଣ ଭୟରେ ହଜିଯାଇଥିଲା ମାନବିକତା । ତେବେ ଖବର ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ସୁଜାତା ରାଣି ମିଶ୍ର ସେଠାରେ ପହଚିଂବା ସହିତ ଶବକୁ ନେଇ ଶବ ସଂରକ୍ଷଣ ଗୃହରେ ରଖିଥିଲେ । ଏପରି ଅଭାବନୀୟ ଘଟଣାକୁ ନେଇ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାର କର୍ମଚାରୀ ଓ ସୁରକ୍ଷାକର୍ମୀଙ୍କ ଅମାନୁଷିକ କାର୍ଯ୍ୟକଳାପକୁ ଦାୟୀ କରିଛନ୍ତି ପରିବାର ଲୋକ । ଯାହାକୁ ନେଇ ଢେଙ୍କାନାଳ ସହରରେ ବେଶ ଆଲୋଡନ ସୃଷ୍ଟି ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking