30.1 C
Bhubaneswar
Friday, April 26, 2024
Homeଓଡିଶାଘରୋଇ ଡାକ୍ତରଖାନାରେ ସେବା ଆଳରେ ଚାଲିଛି ଶୋଷଣ

ଘରୋଇ ଡାକ୍ତରଖାନାରେ ସେବା ଆଳରେ ଚାଲିଛି ଶୋଷଣ

ଢେଙ୍କାନାଳ : ଜିଲ୍ଲାରେ ସେବା ଆଳରେ ଚାଲିଛି ଶୋଷଣ । ଢେଙ୍କାନାଳର ଏକ ଘରୋଇ ଡାକ୍ତରଖାନା ନାମରେ ଆସିଛି ଏପରି ଅଭିଯୋଗ । ଆଉ ମାତ୍ର ୨ ଟଙ୍କା ପାଇଁ ରୋଗୀଙ୍କ ପତ୍ନୀ ପଇସା ପାଇଁ ଚାରି କିଲୋମିଟର ଆସିବାକୁ ବାଧ୍ୟ ହୋଇଥିବାରୁ ଏଠାରେ ଉତେଜନା ପ୍ରକାଶ ପାଇଥିଲା ।

ମିଳିଥିବା ସୁଚନା ମୁତାବକ, ରୋଗି ସେବା ଆଳରେ ଏକ ଘରୋଇ ଡାକ୍ତରଖାନାରେ ଚାଲିଛି ଶୋଷଣ । ରୋଗିଙ୍କୁ ମେଡିସନ୍ ନ ଦିଆ ଯାଇ ମଧ୍ୟ ବିଲ୍ କରି ଚାଲିଛି ଏକ ପ୍ରକାର ଜୁଲମ୍ । ଢେଙ୍କାନାଳ ସହରର କଂଟାନାଳୀ ସହରରେ ଥିବା ସନ୍ ହସ୍ପତାଲ ନାମରେ ଉଠୁଛି ଏପରି ବାରମ୍ବାର ଅଭିଯୋଗ । ଯାହାକୁ ନେଇ ଏହି ହସ୍ପିତାଲରେ ଚାପା ଉତେଜନା ସୃଷ୍ଟି ହେଉଛି । ଏହି ଡାକ୍ତରଖାନାକୁ ଚିକିତ୍ସା ପାଇଁ ଢେଙ୍କାନାଳ ସହରର ଗୁଡିଆନାଳିରୁ ଭର୍ତି ହୋଇଥିବା ସତ୍ୟନାରାୟଣ ମିଶ୍ର ନାମକ ଜଣେ ରୋଗୀଙ୍କ ପରିବାର ପକ୍ଷରୁ ଏପରି ଅଭିଯୋଗ ଉଠାଇ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ।

ସତ୍ୟନାରାୟଣ ମିଶ୍ରଙ୍କୁ ଥଣ୍ଡା ଜ୍ୱର ହୋଥିବାରୁ ତାଙ୍କୁ ୪ ତାରିଖରେ ସନ୍ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତି କରାଯାଇଥିଲା । ସାଲାଇନ୍ ଓ ଇଞ୍ଜେକ୍ସନ ବାବଦକୁ ଯେତିକି ନ ଲାଗିଛି ତା ଠାରୁ ଅଧିକ ବିଲ୍ କରି ଜୁଲମ୍ ହଜାର ହଜାର ଟଙ୍କା ଆଦାୟ କରାଯାଇଛି ବୋଲି ଅଭିଯୋଗ ଆଣିଛନ୍ତି ପରିବାର ଲୋକେ । ଦୁଇ ଟଙ୍କା ଦେବା ପାଇଁ ତାଙ୍କୁ ବାଧ୍ୟ କରାଯାଇଛି। ଫଳରେ ତାଙ୍କ ପତ୍ନୀ ଅନିତା ମିଶ୍ର ଦୁଇ ଟଙ୍କା ପାଇଁ ଚାରି କମି ଆସିଥିବା ଅଭିଯୋଗରେ ଦର୍ଶାଇଛନ୍ତି । ମାତ୍ର ଏହାକୁ ଖଣ୍ଡନ କରିଛନ୍ତି ଡାକ୍ତରଖାନା କର୍ତୃପକ୍ଷ । ଏହି ଡାକ୍ତରଖା ନାମରେ ବାରମ୍ବାର ଅଭିଯୋଗ ଉଠୁଥିବାରୁ କାର୍ଯ୍ୟାନୁଷ୍ଠାନ ପାଇଁ ସାଧାରଣରେ ଦାବୀ ହେଉଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking