28.1 C
Bhubaneswar
Saturday, April 27, 2024
Homeଓଡିଶାସପ୍ତାହାନ୍ତ ସଟ୍‌ଡାଉନର ଦ୍ୱିତୀୟ ସପ୍ତାହରେ ଢେଙ୍କାନାଳ ସହର ଖାଁ ଖାଁ

ସପ୍ତାହାନ୍ତ ସଟ୍‌ଡାଉନର ଦ୍ୱିତୀୟ ସପ୍ତାହରେ ଢେଙ୍କାନାଳ ସହର ଖାଁ ଖାଁ

ଢେଙ୍କାନାଳ : ରାଜ୍ୟରେ ମହାମାରୀ କରୋନାର ଦ୍ୱିତୀୟ ଲହର ବେଶ ମାରାତ୍ମକ ରୁପ ନେଉଥିବା ପରିଲକ୍ଷିତ ହୋଇଛି । ଏଥିପାଇଁ ରାଜ୍ୟବ୍ୟାପି ଶନିବାର ଓ ରବିବାର ସପ୍ତାହନ୍ତ ସର୍ଟଡାଉନ ଘୋଷଣା କରାଯାଇଛି । ଫଳରେ ଆଜି ଦ୍ୱିତୀୟ ସପ୍ତାହର ଅନ୍ତିମ ଦିନ ଶନିବାର ଓ ଆସନ୍ତାକାଲି ରବିବାର ଢେଙ୍କାନାଳରେ ମଧ୍ୟ ସର୍ଥଡାଉନ କରାଯାଇଛି ।

ସୁଚନା ଥାଉକି, ସପ୍ତାହନ୍ତ ସର୍ଟଡାଉନର ଦ୍ୱିତୀୟ ସପ୍ତାହର ଶନିବାର ଢେଙ୍କାନାଳ ସହରରେ ଦୋକାନ ବଜାର ବନ୍ଦଯୋଗୁଁ ସପୁର୍ଣ୍ଣ ଖାଁଖାଁ ପରିସ୍ଥିତି ସ୍‌ୃଷ୍ଟି କରିଛି । କିଛି ଅମାନିଆଙ୍କୁ ଛାଡିଦେଲେ ଲୋକମାନଙ୍କ ମନରେ ମହାମାରୀ କରୋନାର କରାଳ ରୂପର ଭୟାବହତା ଘାରିବାରେ ଲାଗିଛି । ଫଳରେ ଢେଙ୍କାନାଳ ସହର ସମେତ ଜିଲ୍ଲାବ୍ୟାପି ଦୋକାନ ବଜାର ସାଙ୍ଗକୁ ସମସ୍ତ ସରକାରୀ ଓ ବେସରକାରୀ ସଂସ୍ଥା ସବୁ ବନ୍ଦ ରହିଥିବା ଦେଖିବାକୁ ମିଳିଛି । ଏପରିକି ଶନିବାର ଠାରୁ ପ୍ରଶାସନ ପକ୍ଷରୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ହେଉଥିବା ସାପ୍ତାହିକ ହାଟକୁ ଅନିର୍ଧିଷ୍ଟ ସମୟ ପାଇଁ ବନ୍ଦ କରାଯିବା ପାଇଁ ଘୋଷଣା କରାଯାଇଛି । ଅପର ପକ୍ଷରେ ଶନିବାର ଓ ରବିବାର ସଂପୁର୍ଣ୍ଣ ବନ୍ଦ କରାଯାଇଥିବା ଢେଙ୍କାନାଳ ସହରର ଅଳସୁଆ ହାଟଠାରେ ହେଉଥିବା ଦୈନିକ ପରିବା ବଜାରକୁ ଅନ୍ୟଦିନେ କରିବାକୁ ନିଷ୍ପତି ନିଆଯାଇଛି । ଏପରିକି ସହରର ବିଭିନ୍ନ ସ୍ଥାନରେ ବସି ପରିବା ବିକ୍ରି କରିବା ବଦଳରେ ସ୍ଥାନୀୟ ବିବି ହାଇସ୍କୁଲ ପଡିଆକୁ ଅସ୍ଥାୟୀ ଭାବେ ସ୍ଥାନାନ୍ତର କରାଯାଇଛି । ଅମାନିଆ ମାନଙ୍କୁ ସାବାଡ କରିବା ପାଇଁ ଜିଲ୍ଲା ପୋଲିସ ପ୍ରଶାସନ ତରଫରୁ ସହରରେ ୧୫ ଟି ଚେକପୋଷ୍ଟ କରାଯାଇ କଡାକଡି ଭାବେ ଚେକିଂ କରାଯାଉଛି ।

ସହର ନୁହେଁ ମଧ୍ୟ ଗ୍ରାମାଚଂଳରେ ମଧ୍ୟ ପୁଲସ ପକ୍ଷରୁ କଡା ଆଭିମୁଖ୍ୟ ଗ୍ରହଣ କରାଯାଉଥିବା ସୁଚନା ମିଳିଛି । କେବଳ ଅତ୍ୟାବଶ୍ୟକ ଯେପରି ଔଷଧ ଦୋକାନ ଓ ହସ୍ପିତାଲ କାର୍ଯ୍ୟ ଇତ୍ୟାଦିରେ ଯାଉଥିବା ଲୋକ ମାନଙ୍କୁ ବାଦ ଦେଲେ ଅନ୍ୟମାନଙ୍କୁ ସଂପୁର୍ଣ୍ଣ ରୁପେ ବାରଣ କରାଯାଇଛି । ଏପରିକି ଢେଙ୍କାନାଳ ସହରରେ ଆସନ୍ତା ୩ ତାରିଖଠାରୁ ଅପରାହ୍ନ ୨ ଯାଏ ଦୋକାନ ବଜାର ଖୋଲା ରହିବ ବୋଲି ନିଷ୍ପତି ନିଆଯାଇଥିବା ଜଣାପଡିଛି । ଢେଙ୍କାନାଳ ସହରରେ କରୋନାର ସଂକ୍ରମଣର ଅହେତୁକ ବୃଦ୍ଧିକୁ ରୋକିବାକୁ ଯାଇ ସହର ସମସ୍ତ ଦୋକାନ ବଜାର ଓ ବଣିକ ସଂଗଠନ ଏହାକୁ ସମର୍ଥନ କରିଥିବା ଜଣାପଡିଛି । କରୋନା ସଂକ୍ରମଣ ବୃଦ୍ଧିରେ ରୋକ ଆଣିବା ପାଇଁ ସକାଳ ୭ ଟାରୁ ୨ ଟା ଯାଏ ଦୋକାନ ବଜାର ଖୋଲାଯିିବ ବୋଲି ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking