31.1 C
Bhubaneswar
Friday, March 29, 2024
Homeକରୋନାଦିଲ୍ଲୀରେ ସପ୍ତାହେ ବଢ଼ିଲା ଲକ୍‌ଡାଉନ୍‌

ଦିଲ୍ଲୀରେ ସପ୍ତାହେ ବଢ଼ିଲା ଲକ୍‌ଡାଉନ୍‌

ନୂଆଦିଲ୍ଲୀ : ଦିଲ୍ଲୀରେ ଆଉ ସପ୍ତାହେ ବଢ଼ିଲା ଲକ୍‌ଡାଉନ୍ ଅବଧି । ଟ୍ୱିଟ୍ କରି ସୂଚନା ଦେଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ । କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ହେଉଥିବାରୁ ଏଭଳି ପଦକ୍ଷେପ ନିଆଯାଇଛି । ସପ୍ତାହେରୁ ଅଧିକ ଦିନ ହେଲା ଦେଶରେ ସଂକ୍ରମଣ ମାମଲା ୩ ଲକ୍ଷରୁ ଅଧିକ ରହୁଛି। ଏପ୍ରିଲ ୨୨ରେ ଦେଶର ସଂକ୍ରମଣ ମାମଲା ପ୍ରଥମ ଥର ପାଇଁ ୩ ଲକ୍ଷ ଟପିଥିଲା। ଏହା ପରଠାରୁ ଲଗାତାର ଭାବେ ସଂକ୍ରମଣ ବଢ଼ୁଛି। ଶୀର୍ଷ ୫ ରାଜ୍ୟ ମହାରାଷ୍ଟ୍ର, କେରଳ, ଉତ୍ତରପ୍ରଦେଶ, କର୍ଣ୍ଣାଟକ ଏବଂ ଦିଲ୍ଲୀରେ ଦେଶର ମୋଟ୍‌ ସଂକ୍ରମଣ ମାମଲାର ଅର୍ଦ୍ଧାଧିକ ରହୁଛି। କେରଳରେ ସଂକ୍ରମଣ ବଢ଼ିବାରୁ କେରଳ ସରକାର ପୁଣିଥରେ କଟକଣା କଡ଼ାକଡ଼ି କରିବାକୁ ନିଷ୍ପତ୍ତି ନେଇଛନ୍ତି। କେରଳ‌ରେ ଦୈନିକ ସଂକ୍ରମଣ ମାମଲା ୩୮ ହଜାର ଟପିଯାଇଛି। ଅନ୍ୟପକ୍ଷେ ମୋଟ୍‌ ସଂକ୍ରମଣ ମାମଲା ୧୫ ଲକ୍ଷ ଛୁଇଁବ। ସଂକ୍ରମଣ ବଢ଼ୁଥିବା ବେଳେ ଟିକାକରଣ ପ୍ରକ୍ରିୟା ତ୍ବରାନ୍ବିତ କରିବାକୁ ବିଶେଷଜ୍ଞମାନେ କହିଛନ୍ତି।

ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୪ ଲକ୍ଷରୁ ଅଧିକ କରୋନା କେସ ସାମ୍ନାକୁ ଆସିଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ରିପୋର୍ଟ ଅନୁସାରେ, ଦେଶରେ ୪୦୧୯୯୩ ନୂଆ କରୋନା ମାମଲା  ଆସିଛି । ଯାହା ବାସ୍ତବରେ ଭୟଙ୍କର । ଏହାବ୍ୟତୀତ ୨୪ ଘଣ୍ଟାରେ ୩୫୨୩ ଲୋକଙ୍କ କରୋନାରେ ମୃତ୍ୟୁ ହୋଇଛି । ଯଦି ଏହାର ଗୋଟିଏ ଦିନ ପୂର୍ବର କଥା ଦେଖିବା ତେବେ, ଗୋଟିଏ ଦିନ ପୂର୍ବରୁ ଦେଶରେ ୩୮୬୪୫୨ ନୂଆ ମାମଲା ସାମ୍ନାକୁ ଆସିଥିଲା । ଯେତେବେଳେ କି ୩୪୯୮ ରୋଗୀଙ୍କ ମୃତ୍ୟୁ ଘଟିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking