30.1 C
Bhubaneswar
Friday, April 26, 2024
Homeଓଡିଶାକଟକଣାକୁ ବେଖାତିର, ସବୁଠି ଠେଲାପେଲା

କଟକଣାକୁ ବେଖାତିର, ସବୁଠି ଠେଲାପେଲା

ଢେଙ୍କାନାଳ : ମାହାମାରୀ କରୋନାର ଦ୍ୱିତୀୟ ଲହର ଅଧିକ ମାରାତ୍ମକ ଏବଂ ଦ୍ରୁତ ସଂକ୍ରମିତ ବୋଲି କହୁଯାଉଛି । ସଂକ୍ରମିତଙ୍କ ସଂଖ୍ୟା ପ୍ରତି ଦିନ ହୁ ହୁ ହୋଇ ବଢିବାରେ ଲାଗିଛି । ସେଥିରୁ ଢେଙ୍କାନାଳ ଜିଲ୍ଲା ମଧ୍ୟ ବାଦ ପଡୁ ନାହିଁ । ଜିଲ୍ଲା ଚିକିତ୍ସାଳୟକୁ ପ୍ରତିଦିନ ହଜାର ହଜାର ଲୋକ ଏଠାକୁ ଚିକିତ୍ସା ପାଇଁ ଗ୍ରାମଚଂଳରୁ ଆସୁଛନ୍ତି । ନାମ ପଞ୍ଜିକରଣ, ଏକ୍ସ୍‌ରେ, ଅଲ୍‌ଟ୍ରାସାଉଣ୍ଡ, କୋଭିଡ ପରୀକ୍ଷା କେନ୍ଦ୍ର, କୋଭିଡ ଟିକାକରଣ କେନ୍ଦ୍ରରେ ପ୍ରବଳ ଭିଡ ଦେଖିବାକୁ ମିଳୁଛି । କରୋନା ସଂକ୍ରମଣ ରୋକିବାକୁ ନେଇ ଜିଲ୍ଲା ପ୍ରଶାସନ ତରଫରୁ ଯେତେ ସଚେତନ କରାଇଲେ ମଧ୍ୟ ଏହି ଗାଇଡ ଲାଇନକୁ ଅବମାନନା କରାଯାଉଛି ।

ଖୋଲା ମେଲାରେ ସବୁକିଛି ଚାଲିଛି । ବିଶେଷ କରି ବିବାହ, ବ୍ରତଘର, ଶ୍ରାଦ୍ଧ, ଦୋକାନ ବଜାର ଏବଂ ପୁଜା ମଣ୍ଡପ ଗୁଡିକରେ ବାହାରକୁ କଟକଣା କରାଯାଇଥିବା ବେଳେ ଭିତିରିଆ ଭାବେ ଭିଡ ହେବାରେ ଲାଗିଛି । ସଚେତନ କରାଇବା ବାଲା ଓ ସଚେତନ ହେବା ବାଲା ଏକାଠି ହୋଇ ଭିଡ କରିବାରେ ଲାଗିଛି । ପ୍ରଶାସନିକ ଅଧିକାରୀମାନେ ତାହା ଦେଖୁଥିଲେ ମଧ୍ୟ ନଦେଖିଲା ପରି ରହୁଥିବା ଅଭିଯୋଗ ହେଉଛି । କରୋନାର ପ୍ରଥମ ଲହରରେ କଟକଣାକୁ ନେଇ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଉଥିଲା ।

ହେଲେ ଦ୍ୱିତୀୟ ଲହର ଅଧିକ ମାରାତ୍ମକ ହୋଇଥିଲେ ମଧ୍ୟ ସେଥିପ୍ରତି ସେହି ଅନୁପାତର ଧ୍ୟାନ ଦିଆଯାଉ ନାହିଁ । ମାସ୍କ, ସାନିଟାଇଜର, ସାମାଜିକ ଦୂରତା ସବୁକୁ ପଛରେ ପକାଇ ଧର୍ମକୁ ଆଖି ଠାର ମାରିବା ପରି ସବୁ ଖୁଲାମଖୁଲା ବିନା କଟକଣାରେ ଚାଲିଛି । ଜିଲ୍ଲାରେ ଅବସ୍ଥାପିତ ହୋଇଥିବା ଦୋକାନ ବଜାର, ସପିଂମଲ, ଚିକିତ୍ସାଳୟ, ହୋଟେଲ, ପରିବା ମାର୍କେଟ ଆଦିରେ ଖୋଲା ଖୋଲି ଭାବେ ଉଲଙ୍ଘନ ହେଉଥିବା ଦେଖିବାକୁ ମିଳୁଛି । ସେହିପରି ବସ୍‌ଷ୍ଟାଣ୍ଡ, ରେଲୱେଷ୍ଟେସନରେ ଭିଡ ମଧ୍ୟ ଦେଖିବାକୁ ମିଳୁଛି । ତେବେ ପ୍ରଶାସନ ଏଥିପ୍ରତି ଯାତ୍ରୀବାହୀ ଯାନ ମାଲିକ ସଂଘ ଏବଂ ଶିଳ୍ପ ଓ ବାଣିଜ୍ୟ ପ୍ରତିଷ୍ଠାନ ସଂଘ ଦୃଷ୍ଟି ଦେବା ପାଇଁ ବୁଦ୍ଧିଜୀବୀମାନେ ଦାବୀ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking