29.1 C
Bhubaneswar
Saturday, April 20, 2024
Homeଓଡିଶାସ୍ୱଚ୍ଛତା ଅଭିଯାନରେ ଅଧିକାରୀଙ୍କ ଦାୟିତ୍ୱହିନତା

ସ୍ୱଚ୍ଛତା ଅଭିଯାନରେ ଅଧିକାରୀଙ୍କ ଦାୟିତ୍ୱହିନତା

ଢେଙ୍କାନାଳ : ଢେଙ୍କାନଳ ଜିଲ୍ଲା ଭୁବନ ଏନଏସି ତରଫରୁ ସ୍ୱଚ୍ଛ ଭାରତ ଅଭିଯାନକୁ ଆଗେଇ ନେବା ନିମନ୍ତେ ବ୍ୟାପକ ବ୍ୟବସ୍ଥା କରାଯାଇଛି । ତେବେ ଅଳିଆ ଆବର୍ଜନା ଡମ୍ପୟାର୍ଡକୁ ସ୍ଥାନାନ୍ତର କରିବା ସମୟରେ ବ୍ୟାପକ ଅବ୍ୟବସ୍ଥା ଦେଖାଦେଇଛି । ଅଳିଆ ନେବା ବେଳେ ଗାଡରୁ ଦୁର୍ଗନ୍ଧମୟ ଅଳିଆ ରାସ୍ତା ସାରା ପଡି ଗନ୍ଧମୟ ହେବା ବଭାଗୀୟ ଅଧିକାରୀଙ୍କ ଦାୟିତ୍ୱ ହିନତା ଦେଖିବାକୁ ମିଳୁଛି । ମାନ୍ୟବର ଉଚ୍ଚ ନ୍ୟାୟଳୟଙ୍କୁ ସବୁ ନିୟମାବଳିକୁ ‘ଫୂ’ କରିଦେଉଛନ୍ତି ବିଭାଗୀୟ ଅଧିକାରୀ ଓ ଠିକାଦାର । ଫଳରେ ଅଚଂଳରେ ପରିମଳ ବ୍ୟବସ୍ଥାରେ ସୁଧାର ଆଣିବା ପରିବର୍ତେ ବିଭିନ୍ନ ସ୍ଥାନରେ ଅସ୍ୱାସ୍ଥ୍ୟକର ପରିସ୍ଥିତି ଦେଖିବାକୁ ମିଳୁଛି ।

ମାତ୍ର ରାଜ୍ୟ ସରକାର ରାସ୍ତାରେ ଅଳିଆ ଆବର୍ଜନା ସ୍ଥାନାନ୍ତର କରିବା ସମୟରେ ପାଲ ଟାଣି ନେବା ପାଇଁ ନିୟମାବଳୀ ଥିବା ବେଳେ ପାଲ ଟାଣୁ ନଥିବା ଯୋଗୁଁ ଏପରି ପରିସ୍ଥିତି ଦେଖିବାକୁ ମିଳୁଛି । ଯାହାକୁ ନେଇ ଅଧିକାରୀଙ୍କ ସ୍ୱଚ୍ଛତା ଉପରେ ପ୍ରଶ୍ନ ସୃଷ୍ଟି କରୁଛି । କିନ୍ତୁ ସରକାରୀ ରାଜକୋଷରୁ ଏହି ବାବଦରେ ଲକ୍ଷ୍ୟାଧିକ ଟଙ୍କା ଖର୍ଚ୍ଚ କରାଯାଉଛି । ବିଭାଗୀୟ ଅଧିକାରୀଙ୍କ ଠିକାଦାରଙ୍କ ପ୍ରତି ରହିଥିବା ଅହେତୁକ ମନୋଭାବ ଯୋଗୁଁ ସ୍ଥାନୀୟ ଅଂଚଳରେ ଅଳିଆ ଆବର୍ଜନା ଠିକ୍ ଭାବେ ସଫା ହେଉ ନାହିଁ । ଏହି ବ୍ୟବସ୍ଥାକୁ ନେଇ ତଦାରଖ କରୁଥିବା କର୍ମଚାରୀ ଏହି ଦିଗ ପ୍ରତି ଅନ୍ଧ ହୋଇଯାଇଛନ୍ତି । ଫଳରେ ଅଳିଆ ପରିବହନ ସମୟରେ ରାସ୍ତାରେ ପଡି ପଡି ଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking