29.1 C
Bhubaneswar
Wednesday, April 24, 2024
Homeଓଡିଶାହିନ୍ଦୋଳ ତାଳଗଣ୍ଡାରେ ବାଘ ଆତଙ୍କ

ହିନ୍ଦୋଳ ତାଳଗଣ୍ଡାରେ ବାଘ ଆତଙ୍କ

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବନାଚଂଳ କନ୍ଧରା ସଂରକ୍ଷିତ ଜଙ୍ଗଲରେ ମାତିଛି କଲରାପତରିଆ ବାଘ । ଜଙ୍ଗଲରେ ଚରିଥିବା ଗାଈକୁ ବାଘ ଶିକାର ହୋଇଥିବା ଜଣାପଡିଛି । ଏହକୁ ସ୍ଥାନୀୟ ବାସିନ୍ଦା ଆତଙ୍କିତ ହୋଇପଡିଛନ୍ତି । ବନବିଭାଗ ତରଫରୁ ଜଙ୍ଗଲ ମଧ୍ୟକୁ ନଯିବା ପାଇଁ ବାରଣ କରାଯାଇଛି ।

ମିଳିଥିବା ସୁଚନା ମୁତାବକ, ହିନ୍ଦୋଳ ଏନ୍‌ଏସି ଅନ୍ତର୍ଗତ ତାଳଗଣ୍ଡା ଗ୍ରାମରକୈଳାସ ପ୍ରଧାନ ପାଟଣାସାହିର ନୀଳମଣି ଦାସ ଗୋରୁ ଚରାଉଥିଲେ । ପ୍ରତ୍ୟେକ ଦିନ କୈଳାସ ଗୋରୁପଲ ନେଇ ନିକଟସ୍ଥ କନ୍ଧରା ଜଙ୍ଗଲକୁ ଗାଈ ଚରାଇବାକୁ ଯାଇଥାନ୍ତି । କୈଳାସ ଗୋରୁପଲ ନେଇ ଘରକୁ ଫେରିବା ସମୟରେ ଦେଖିଲେ ଗୋଟିଏ ଗାଈ ଫେରି ନାହିଁ । ପରେ କୈଳାସ ଓ ନୀଳମଣିଙ୍କ ପରିବାର ଲୋକ ଗାଈଟିକୁ ଖୋଜା ଖେଜି କରିବା ପରେ ଗୋଟିଏ ବୁଦା ଭିତରୁ ଗାଈଟିର ମୃତଦେହ ପଡିବାର ଦେଖିଲେ ।

କୌଣସି ଏକ ଜନ୍ତୁ ଗାଈର ପଛ ପଟୁ କିଛି ଖାଇବା ସହିତ ଦେହ ସାରା ପଞ୍ଝା ଚିହ୍ନ ପାଇଥିଲେ । ଚତୁପାଶ୍ୱର୍ରେ ବାଘ ପାଦ ଚିହ୍ନ ଦେଖିବାକୁ ପାଇଥିଲେ । ଏ ସଂପର୍କରେ ଗାଈ ମାଲିକ ନୀଳମଣି ବନବିଭାଗକୁ ଜଣାଇଥିଲେ । ହିନ୍ଦୋଳ ବନବିଭାଗ ତରଫରୁ ସେଠାରେ ପହିଂଚିବାରେ ଅନୁଧ୍ୟାନ କରିଥିଲେ । ଗାଈଟି କଲରା ପତରିଆ ବାଘର ଶିକାର ହୋଇଥିବା ବନକର୍ମଚାରୀ କହିଛନ୍ତି । ବନ ବିଭାଗ ତରଫରୁ ସ୍ଥାନୀୟ ବାସିନ୍ଦାଙ୍କୁ ସତର୍କ କରିବା ସହିତ ଜଙ୍ଗଲକୁ ନଯିବା ପାଇଁ ବାରଣ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking