28.1 C
Bhubaneswar
Saturday, April 27, 2024
Homeଓଡିଶାବ୍ରଜନାଥ ବଡଜେନା ଉଚ୍ଚ ବିଦ୍ୟାଳୟରେ ପୋଷାକ ବିତରଣ ଉତ୍ସବ

ବ୍ରଜନାଥ ବଡଜେନା ଉଚ୍ଚ ବିଦ୍ୟାଳୟରେ ପୋଷାକ ବିତରଣ ଉତ୍ସବ

ଢେଙ୍କାନାଳ : ସ୍ଥାନୀୟ ଶତାୟୁ ବ୍ରଜନାଥ ବଡଜେନା ଉଚ୍ଚ ବିଦ୍ୟାଳୟ ଢେଙ୍କାନାଳ ପରିସରରେ ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରୀଛାତ୍ରମାନଙ୍କର ପୋଷାକ ବିତରଣ କାର୍ଯ୍ୟକ୍ରମ କୋଭିଡ୍‌-୧୯ ନିୟମ ପାଳନ କରାଯାଇ ଆରମ୍ଭ କରାଯାଇଛି । ଏଥିରେ ବିଦ୍ୟାଳୟ ପରିଚାଳନା କମିଟିର ଚେୟାରମ୍ୟାନ ଲକ୍ଷ୍ମୀକାନ୍ତ ଜେନା, ଭାଇସଚେୟାରମ୍ୟାନ ସବିତା ଦାଶ, ପ୍ରଧାନ ଶିକ୍ଷକ ବ୍ରହ୍ମୋତ୍ରୀ ବିଶ୍ୱାଳ, ଅନ୍ୟତମ ସଦସ୍ୟା ସୂର୍ଯ୍ୟକାନ୍ତି ସାହୁ, ଚପଳା ଦାସ, ସଦସ୍ୟ ଦିଲାବର ହୁସେନ୍‌, ସନ୍ତୋଷ କୁମାର ସାହୁ, ଦାୟିତ୍ୱରେ ଥିବା ଶିକ୍ଷକ କିଶୋର ଚନ୍ଦ୍ର ସାମଲ, ବିଦ୍ୟାଳୟର ଅନ୍ୟାନ୍ୟ ଶିକ୍ଷକ ଶିକ୍ଷିକା ଓ କର୍ମଚାରୀବୃନ୍ଦ, ଛାତ୍ରଛାତ୍ରୀଙ୍କ ପିତାମାତା, ଅଭିଭାବକ ଓ ଅଭିଭାବିକାଙ୍କ ଉପସ୍ଥିତିରେ ଏହି କାର୍ଯ୍ୟକ୍ରମ ସମ୍ପାଦିତ ହୋଇଯାଇଛି ।

ପ୍ରକାଶ ଥାଉକି ପ୍ରାକ୍ତନ ପ୍ରଧାନ ଶିକ୍ଷକଙ୍କ ସ୍ଥାନାନ୍ତର ପରେ ଫାଇନାନ୍ସ ଚାର୍ଜ ଦେବାରେ ବିଳମ୍ବ ହୋଇଥିବାରୁ ପୋଷାକ ବିତରଣ କାର୍ଯ୍ୟକ୍ରମ ଯଥା ସମୟରେ ହେବାରେ ବିଳମ୍ବ ହୋଇଥିଲା । ଯାହାକୁ ବିଦ୍ୟାଳୟ ପରିଚାଳନା କମିଟିର ଚେୟାରମ୍ୟାନ, ଭାଇସ ଚେୟାରମ୍ୟାନ ଓ ଅନ୍ୟାନ୍ୟ ସଦସ୍ୟ ସଦସ୍ୟା ବୃନ୍ଦ, ଅଭିଭାବକ ମହଲରେ ଆଲୋଚନା କରାଯାଇଥିଲା । ଜିଲ୍ଲା ଶିକ୍ଷା ଅଧିକାରୀ ଭୁବନ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ବ୍ରହ୍ମୋତ୍ରୀ ବିଶ୍ୱାଳଙ୍କୁ ଶତାୟୁ, ଶିକ୍ଷାନୁଷ୍ଠାନ ବ୍ରଜନାଥ ବଡଜେନା ଉଚ୍ଚ ବିଦ୍ୟାଳୟ ଢେଙ୍କାନାଳର ପ୍ରଧାନ ଶିକ୍ଷକ ଭାର ପ୍ରଦାନ କରିଥିବାରୁ ଏହି ବିଦ୍ୟାଳୟର ସମସ୍ତ କାର୍ଯ୍ୟ ସୁଚାରୁ ରୂପେ ସମ୍ପାଦିତ ହୋଇ ପାରିବ ବୋଲି ସମସ୍ତେ ଦୃଢ ଆଶାବାଦୀ । ତାଙ୍କୁ କେବଳ ଶତାୟୁ ଶିକ୍ଷାନୁଷ୍ଠାନ ବ୍ରଜନାଥ ବଡଜେନା ଉଚ୍ଚ ବିଦ୍ୟାଳୟ ଢେଙ୍କାନାଳର ପ୍ରଧାନ ଶିକ୍ଷକ ଦାୟିତ୍ୱ ପ୍ରଦାନ କରାଗଲେ ବିଦ୍ୟାଳୟର ସର୍ବାଙ୍ଗୀନ ଉନ୍ନତି ହୋଇ ପାରିବ ବୋଲି ବିଦ୍ୟାଳୟ ପରିଚାଳନା କମିଟିର ସମସ୍ତ ସଦସ୍ୟ ସଦସ୍ୟା ଦୃଢ ଆଶାବାଦି ଅଛନ୍ତି ଓ ନିଷ୍ପତିକୁ ସ୍ୱାଗତ କରିଛନ୍ତି ।

ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ବ୍ରହ୍ମୋତ୍ରୀ ବିଶ୍ୱାଳ ଢେଙ୍କାନାଳ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ପ୍ରେରଣା, ଛାତ୍ର, ଶିକ୍ଷକ, ପିତାମାତା, ଅଭିଭାବିକା, ଅଭିଭାବକ, ଆଲମୁନି ଆସୋସିଏସନର ସଦସ୍ୟା ସଦସ୍ୟ, ବିଦ୍ୟାଳୟ ପରିଚାଳନା କମିଟିର ଉଚ୍ଚ କୋଟିର ସହଯୋଗ ପାଇଁ ସମସ୍ତଙ୍କୁ ଧନ୍ୟବାଦ ଜଣାଇବା ସଙ୍ଗେ ସଙ୍ଗେ ସେ ଯେ ପର୍ଯ୍ୟନ୍ତ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଦାୟିତ୍ୱରେ ରହିଥିବେ ସେ ପର୍ଯ୍ୟନ୍ତ ସମ୍ପୁର୍ଣ୍ଣ ନିଷ୍ଠାପୂର୍ବକ ବିଦ୍ୟାଳୟର ଉନ୍ନତି ମୂଳକ କାମରେ ନିୟୋଜିତ ରହିବେ ବୋଲି ପ୍ରତିଶୃତିବଦ୍ଧ ଅଛନ୍ତି ଯାହାପାଇଁ ଦୂରତା ବାଧକ ସାଜିବ ନାହିଁ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଛନ୍ତି । ବିଦ୍ୟାଳୟର ସର୍ବାଙ୍ଗୀନ ଉନ୍ନତି ତାଙ୍କର ଏକମାତ୍ର ଲକ୍ଷ୍ୟ ଓ ଏହାକୁ ହାସଲ କରିବା ପାଇଁ ଶତାୟୁ ବ୍ରଜନାଥ ବଡଜେନା ଉଚ୍ଚ ବିଦ୍ୟାଳୟ ଢେଙ୍କାନାଳକୁ ଭଲପାଉଥିବା ସମସ୍ତ ଜନସାଧରଣଙ୍କର ଏକାନ୍ତ ସହଯୋଗ କାମନା କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking