29.1 C
Bhubaneswar
Saturday, April 27, 2024
Homeଓଡିଶାମେସିନ ଖାଉଛି ମନେରେଗା ଟଙ୍କା ଯାହା ଦେଖିବାକୁ ମିଳିଛି ବେଗା ପଞ୍ଚାୟତରେ ବିନା ସୁଚନା ଫଳକରେ...

ମେସିନ ଖାଉଛି ମନେରେଗା ଟଙ୍କା ଯାହା ଦେଖିବାକୁ ମିଳିଛି ବେଗା ପଞ୍ଚାୟତରେ ବିନା ସୁଚନା ଫଳକରେ ଚାଲିଛି ମନରେଗା ଯୋଜନା ରେ ରାସ୍ତା ନିର୍ମାଣ

ଢେଙ୍କାନାଳ-ଘଟଣା ଟି ଘଟିଛି ,ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ଅନ୍ତର୍ଗତ କରଡ଼ାବଣି ଗ୍ରାମରେ ଏଭଳି ଏକ କରୋନା ମହାମାରୀ ସମୟରେ ରାଜ୍ୟବାସୀ ଗତି କରୁଥିବା ବେଳେ ସରକାର ମନରେଗା ଯୋଜନାରେ ଶ୍ରମିକ ମାନଙ୍କୁ କାର୍ଯ୍ୟ ଯୋଗାଇ ଦେଉଥିବା ବେଳେ ଢେ଼ଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ଅନ୍ତର୍ଗତ ବେଗା ପଞ୍ଚାୟତର କରଡ଼ାବଣି ଠାରୁ ନୁଆ କଷ୍ଟି ଗ୍ରାମରାସ୍ତା ପର୍ଯ୍ୟନ୍ତ ରାସ୍ତାଟି ମନରେଗା ଯୋଜନାରେ ହେବା ପରିବର୍ତେ ତାହା ଜେସିବି ମେସିନ ଓ ଟ୍ରାକ୍ଟର ସାହାଯ୍ୟରେ କାମ ହେଉଥିବାର ଦେଖିବାକୁ ମିଳିଛି। ରାସ୍ତାଟିର ସୁଚନା ଫଳକ ତିଆରି ହୋଇଥିଲେ ମଧ୍ୟ କୈାଣସି ସୁଚନା ନଥିବାର ଦେଖିବାକୁ ମିଳିଛି । ଏପରି ଘଟଣା ଗଁଦିଆ ବ୍ଲକର ବିଭିର୍ଣ୍ଣ ପଞ୍ଚାୟତରେ ଦେଖିବାକୁ ମିଳେ |ଏ ବ୍ଲକ ରେ ପ୍ରତିପଞ୍ଚାୟତରେ ମେସିନ ଖାଇଯାଏ ଶ୍ରମିକର ଟଙ୍କା |ସବୁ ଦେଖି ନିରବ ଦ୍ରଷ୍ଟା ସାଜନ୍ତି ବ୍ଲକ ପ୍ରଶାସନ ଓ ଜିଲ୍ଲା ପ୍ରଶାସନ |ସତରେ ବାଡ଼ ଯଦି ଫସଲ ଖାଇବ ତାହାଲେ ମଜୁରୀଆଟି ଗୁହାରୀ କରିବେ କାହାକୁ |ଏ ବିଷରେ କନିଷ୍ଠଯନ୍ତ୍ରୀ ସୁଧୀର କୁମାର ନାଥ ଙ୍କୁ ପଚାରିବାରୁ ସେ କହିଥିବା କଥା ଓ ଠିକାଦାରଙ୍କ କଥାର କୈାଣସି ତାଳମେଳ ରହୁନଥିବା ର ଶୁଣିବାକୁ ମିଳିଛି । କେତେ ଟଙ୍କାର କାମ ମୁଁ ଜାଣିନାହିଁ ଫାଇଲ୍ ଦେଖିଲେ କହିବି ବୋଲି ମଧ୍ୟ କନିଷ୍ଠଯନ୍ତ୍ରୀ କହିଛନ୍ତି।।ସରକାର ଏହାକୁ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ନ କରି ମେସିନ ଯୋଜନା କଣ ପାଇଁ କରୁନାହାନ୍ତି ?ଏହା ଆଜି ଢେଙ୍କାନାଳ ଜିଲ୍ଲା ବାସୀ ଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି |

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking