29.1 C
Bhubaneswar
Tuesday, May 7, 2024
Homeଓଡିଶାକଙ୍ଗାରୁ କୋର୍ଟ

କଙ୍ଗାରୁ କୋର୍ଟ

ଜଳେଶ୍ବର – ଅବୁଝା ପଶୁକୁ ବଳିଗଲେ ବିବେକି ମଣିଷ। ଉତ୍ତେଜନାର ବଶ ହୋଇ ହରାଇଲେ ବିବେକର ବିଚାର। ବାରିରେ ଛେଳି ପଶି ଖାଇବାରୁ କଙ୍ଗାରୁ କୋର୍ଟରେ ବୋହେ ଛେଚିଲେ ସ୍ୱାମୀ ସ୍ତ୍ରୀ ଙ୍କୁ। ଯାହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ଭାଇରାଲ ଭିଡ଼ିଓରୁ ଘଟଣା ଲୋକ ଲୋଚନକୁ ଆସିଛି। ଆଉ ଏ ସମ୍ବେଦନଶୀଳ ଘଟଣା ସାମ୍ନାକୁ ଆସିଛି ବାଲେଶ୍ବର ଜିଲ୍ଲା ବାଲିଆପାଳ ଥାନା ଅଞ୍ଚଳରୁ। ଛେଳି ଚରାଇବାକୁ ନେଇ ଦେଖିବାକୁ ମିଳିଛି ଉତ୍ତେଜନା, ପର ବାଡ଼ିରେ ଛେଳି ପଶିବାରୁ ସ୍ୱାମୀ ଓ ସ୍ତ୍ରୀକୁ ଗଛରେ ବାନ୍ଧି ନିର୍ଧୁମ ପିଟିଲେ ଗାଁ ଲୋକେ। ସୂଚନା ଅନୁସାରେ ବାଲିଆପାଳ ଥାନା ଅନ୍ତର୍ଗତ ରେମୁ ଗାଁର ଦିଲ୍ଲୀପ ବିଶ୍ବାଳ ନାମକ ଜନୈକବ୍ୟକ୍ତି ଛେଳି ଚରେଇବା ପାଇଁ ଯାଇଥିଲେ। ଏହି ସମୟରେ ଗ୍ରାମର କାର୍ତ୍ତିକ ବିଶ୍ୱାଳ ନାମକ ଜଣେ ବ୍ୟକ୍ତିଙ୍କ ବାଡ଼ିକୁ ଛେଳିଟି ପଶି ଯାଇଥିଲା। ଯାହାକୁନେଇ ବ୍ୟକ୍ତି ଜଣଙ୍କ ରାଗିଯାଇଥିଲେ। ପରେ ଉଭୟଙ୍କ ମଧ୍ୟରେ ଏନେଇ ଆରମ୍ଭ ହୋଇଥିଲା ବଚସା। ପରେ ଉତ୍ତ୍ୟକ୍ତ ବ୍ୟକ୍ତି ଜଣକ ତାଙ୍କୁ ଅଟକ ରଖି ମାରପିଟ କରିଥିଲେ। ଏଭଳି ଅମାନବିକ ଘଟଣା ସମ୍ପର୍କରେ ଖବରପାଇ ତାଙ୍କ ସ୍ତ୍ରୀ ଘଟଣାସ୍ଥଳରେ ପହଞ୍ଚି ତାଙ୍କ ସ୍ୱାମୀଙ୍କୁ ଉଦ୍ଧାର କରିବାକୁ ଯାଇ ଆକ୍ରମଣକାରୀଙ୍କୁ ନେହୁରା ହୋଇ କାକୁତିମିନତୀ କରିଥିଲେ ମଧ୍ୟ ବୁଝିବା ଅବସ୍ଥାରେ ନ ଥିଲେ ଉତ୍ତେଜିତ ବ୍ୟକ୍ତି। ରାଗରେ ଅନ୍ଧ ହୋଇ ହିତାହିତ ଜ୍ଞାନ ଭୁଲିଯାଇ ଥିଲେ। ଆଉ ସ୍ୱାମୀଙ୍କୁ ଉଦ୍ଧାର କରିବାକୁ ଆସି ଆକ୍ରମଣର ଶିକାର ହେଲେ କଙ୍ଗାରୁ କୋର୍ଟରେ। ନିରିହା ମହିଳାଙ୍କୁ ମଧ୍ୟ ମାଡ଼ ମାରିବାକୁ ପଛାଇଲେନି। ଶେଷରେ ଉଭୟ ସ୍ୱାମୀ ସ୍ତ୍ରୀଙ୍କୁ ଗଛରେ ବାନ୍ଧି ଲୋକେ ନିସ୍ତୁକ ମାଡ଼ ମାରିଥିବାର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏନେଇ ବାଲିଆପାଳ ଥାନାରେ ଏକ ମାମଲା ରୁଜୁ ହୋଇଥିବା ବେଳେ ଘଟଣାର ତଦନ୍ତ କରୁଛି ପୋଲିସ। ଅନ୍ୟପଟେ ଘଟଣାକୁନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଥିବା ବେଳେ ଏପର୍ଯ୍ୟନ୍ତ କାହାକୁ ପୋଲିସ ଗିରଫ କରିନଥିବା ଜଣାପଡ଼ିଛି। ତେବେ ଆଇନ ହାତକୁ ନେଇ ଆଇନର ଅବମାନନା କରିଥିବା ବ୍ୟକ୍ତି ମାନଙ୍କ ବିରୋଧରେ ଆଗକୁ ପୋଲିସର ପଦକ୍ଷେପ କଣ ରହିବ ଦେଖିବାକୁ ବାକି ରହିଲା।

 

ଜଳେଶ୍ବରରୁ ଆଶୀଷ କୁମାର ସାହୁଙ୍କ ରିପୋର୍ଟ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking