28.1 C
Bhubaneswar
Saturday, April 27, 2024
Homeଓଡିଶାଛେଣ୍ଡିଆ ପଞ୍ଚାୟତ କାର୍ଯ୍ୟଲୟ ସମ୍ମୁଖର ରାସ୍ତା ଶୋଚନୀୟ ଅବସ୍ଥା

ଛେଣ୍ଡିଆ ପଞ୍ଚାୟତ କାର୍ଯ୍ୟଲୟ ସମ୍ମୁଖର ରାସ୍ତା ଶୋଚନୀୟ ଅବସ୍ଥା

 ଧର୍ମଗଡ  : ପଞ୍ଚାୟତ ଯିବା ରାସ୍ତାରେ ଧାନ ପଳା ରୋପଣ କଲେ ଗ୍ରାମବାସୀ  ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା  ଧର୍ମଗଡ ବ୍ଲକ ଅନ୍ତର୍ଗତ ଛେଣ୍ଡିଆ ଗ୍ରାମ ପଞ୍ଚାୟତ ଠାରେ l  ଆଜକୁ ପ୍ରାୟ ଅନେକ ବର୍ଷ ବିତିଗଲା କିନ୍ତୁ ଛେଣ୍ଡିଆ  ପଞ୍ଚାୟତ କାର୍ଯ୍ୟଲୟ କୁ ଯାତାୟାତ କରିବା ପାଇଁ  ଭଲ ରାସ୍ତା ଖଣ୍ଡିଏ ନାହିଁ l  ରାସ୍ତାକୁ ଦେଖିଲେ ପାଣିଜମିକି , କାଦୁଅରେ ଭରପୁର ହୋଇ ଶୋଚନୀୟ ଅବସ୍ଥାରେ ଅଛି ଏ ଦୃଶ୍ୟ ଆପଣମାନେ ଭଲ  ଭାବରେ ଦେଖି ପାରୁଥିବେ l ଅନେକ ଗ୍ରାମର ଲୋକ ପଞ୍ଚାୟତ କୁ ଚାଉଳ,କିରାସିନି,ଗହମ ଆଣିବା ପାଇଁ ଏହି ରାସ୍ତା ଦେଇ  ଯାତାୟାତ ପାଇଁ  ନିର୍ଭର କରିଥାନ୍ତି   l କିନ୍ତୁ ବର୍ତମାନ ବର୍ଷା ଋତୁ ହୋଇଥିବାରୁ ରାସ୍ତା ଖରାପ ହେତୁ ବହୁତ ଅସୁବିଧାର ସମ୍ମୁଖୀନ ହେଉଥିବାର କଥା କହିଛନ୍ତି ଗ୍ରାମବାସୀ l   ବର୍ଷା ହୋଇ ଥିବାରୁ ରାସ୍ତା ଦେଖିବାକୁ ଚାଷ ଜମି ସଦୃଶ୍ୟ ଫଳରେ ଗ୍ରାମବାସୀ ରାସ୍ତାରେ ଧାନ ପଳା ରୋପଣ କରିଛନ୍ତି l ଏହି ରାସ୍ତା ସମଶ୍ୟ ଉପରେ ପ୍ରଶାସନ କୁ ଜଣାଇଲେ ମଧ୍ୟ କେଂହି ଶୁଣୁନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସି  ସରକାର କଣ ପଦକ୍ଷେପ ନେଉଛନ୍ତି ଦେଖିବାକୁ ବାକି ରହିଲା।
5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking