28.9 C
Bhubaneswar
Sunday, May 5, 2024
Homeଓଡିଶାଏସ୍‌ପି ,ଆଇ.ଜି, ଡିଆଇଜିଙ୍କ ସହ ବୈଠକ କଲେ ଡିଜିପି 

ଏସ୍‌ପି ,ଆଇ.ଜି, ଡିଆଇଜିଙ୍କ ସହ ବୈଠକ କଲେ ଡିଜିପି 

କଟକ : ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଅଭୟ ଆଜି ଅପରାହ୍ନରେ ରାଜ୍ୟର ସମସ୍ତ ଆରକ୍ଷୀ ଅଧିକ୍ଷକ, କଟକ ଓ ରାଉରକେଲାର ରେଳବାଇ ଆରକ୍ଷୀ ଅଧିକ୍ଷକ, ଡି.ସି.ପି ଭୁବନେଶ୍ୱର ,ଡି.ସି.ପି କଟକ ଙ୍କ ସମେତ ସମସ୍ତ ରେଞ୍ଜ ଆଇ.ଜି ଓ ଡି.ଆଇ.ଜି ମାନଙ୍କ ସହ ଭିଡିଓ କନଫେରେନ୍ସିଂ ମାଧ୍ୟମରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ସମୀକ୍ଷା କରିଛନ୍ତି । ଏହି ବୈଠକରେ ବିଶେଷକରି ରାଜ୍ୟରେ ଅପରାଧ ନିୟନ୍ତ୍ରଣ ଓ କୋଭିଡ କଟକଣା ବାବଦରେ ସମୀକ୍ଷା କରାଯାଇଥିଲା । ଏଥି ସହିତ କର୍ମଚାରୀଙ୍କ ସମସ୍ୟାର ସମାଧାନ ସଂକ୍ରାନ୍ତର ମଧ୍ୟ ଆଲୋଚନା କରାଯାଇଥିଲା । ରାଜ୍ୟରେ ନିଶା କାରବାର ବିରୋଧରେ ପଦକ୍ଷେପ ,୧୧୨ ସଂକ୍ରାନ୍ତର ଆଲୋଚନା, ପାସ୍‌ପୋର୍ଟ ଯାଞ୍ଚର ସମୀକ୍ଷା କରାଯିବା ସହିତ ଇ-ଅଭିଯୋଗ,ସିପିଜିଆର୍‌ଏଏମ୍ ଏବଂ ‘ମୋ ସରକାର’ କାର୍ଯ୍ୟକ୍ରମର ମଧ୍ୟ ସମୀକ୍ଷା କରାଯାଇଥିଲା । ଏହି ବୈଠକରେ କଟକ-ଭୁବନେଶ୍ୱରର ପୋଲିସ କମିଶନର, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ, ରେଳବାଇ, ନିର୍ଦ୍ଦେଶକ ଏସ୍‌.ସି.ଆର.ବି, ନିର୍ଦ୍ଦେଶକ ଗୁଇନ୍ଦା ବିଭାଗ, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ କ୍ରାଇମବ୍ରାଞ୍ଚ ଓ ଆଇ.ଜି କ୍ରାଇମବ୍ରାଞ୍ଚ ପ୍ରମୁଖ ଭି.ଡି.ଓ କନଫରେନ୍ସିଂ ମାଧ୍ୟମରେ ବୈଠକରେ ଅଂଶଗ୍ରହଣ କରିଥିଲେ । ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଆଇନ ଶୃଙ୍ଖଳା),ଆଇ.ଜି (ପ୍ରୋଭିଜନିଂ),ଆଇ.ଜି (କାର୍ମୀକ) ଓ ଆଇ.ଜି (ହେଡକ୍ୱାର୍ଟସ) ପ୍ରମୁଖ ମଧ୍ୟ ବୈଠକରେ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking