33.1 C
Bhubaneswar
Tuesday, April 30, 2024
Homeଓଡିଶାବୃଦ୍ଧ ବାପା ମା’ଙ୍କୁ ଘରୁ ତଡ଼ିଦେଲେ ପୁଅ-ବୋହୂ

ବୃଦ୍ଧ ବାପା ମା’ଙ୍କୁ ଘରୁ ତଡ଼ିଦେଲେ ପୁଅ-ବୋହୂ

ଭୁବନେଶ୍ୱର : ଦି ଓଳି ନ ଖାଇ ପୁଅକୁ ପାଠ ପଢ଼଼ାଇ ମଣିଷ କଲୁ । ଚାକିରି କଲା, କିନ୍ତୁ ବିବାହ ପରେ ଆମକୁ ଆଉ ଘରେ ରଖାଇ ଦେଉନି । ଆଜି ପୁଅ ବୋହୂ ବିରୋଧରେ ବୁଦ୍ଧା ମା’ ଓ ବାପା ନ୍ୟାୟ ପାଇଁ ପୋଲିସ କମିସନରଙ୍କ ନିକଟରେ ଗୁହାରି କରିବା ସହ ନ୍ୟାୟ ଭିକ୍ଷା କରିଛନ୍ତି ।

ସୂଚନା ଅନୁଯାୟୀ, ବୃଦ୍ଧା ମା’ ଲତା ଦାସ ଓ ବାପା ଯୋଗେନ୍ଦ୍ର ଦାସ ଏକମାତ୍ର ପୁଅ ସହ ମଞ୍ଚେଶ୍ୱର ଥାନା ଗାଡ଼କଣରେ ରହୁଥିଲେ । ପୁଅକୁ ପାଠ ପଢ଼଼ିବା ପରେ ସେ ରେଲୱେ ବିଭାଗରେ ଠିକା କର୍ମଚାରୀ ଭାବେ କାର୍ଯ୍ୟ କରୁଛନ୍ତି । କିଛିବର୍ଷ ପୁଅର ବିବାହ କରିଥିଲେ । କିନ୍ତୁ ତାଙ୍କ ପୁଅ ଓ ବୋହୂ ସେମାନଙ୍କୁ ନିର୍ଯାତନା ଦେବା ସହ ଘରେ ପୂରାଉ ନାହାନ୍ତି । ଏହାକୁ ନେଇ ସେମାନେ ଏକାଧିକ ଥର ମଞ୍ଚେଶ୍ୱର ଥାନାର ଦ୍ୱାରସ୍ଥ ହୋଇଛନ୍ତି । କିନ୍ତୁ ପୋଲିସ ସେମାନଙ୍କ କଥା ଶୁଣୁ ନ ଥିଲା ସେମାନେ ଅଭିଯୋଗ କରିଛନ୍ତି । ତେଣୁ ପୁଅବୋହୂଙ୍କ ଅତ୍ୟାଚାର ଅସହ୍ୟ ହେବାରୁ ସେମାନେ ପୋଲିସ କମିସନରଙ୍କୁ ଭେଟି ପୁଅ ବିରୋଧରେ ଅଭିଯୋଗ କରିଛନ୍ତି । ସେହିପରି ମା’ ଲତା ଆଉ ଚାଲିପାରୁନାହାନ୍ତି । ଚାଲିବାକୁ ବଳ ପାଉନଥିବାରୁ ତଳେ ଘୋଷାଡି ଘୋଷାଡି ଯାଉଛନ୍ତି । ଏଭଳି ପରଣତି ବୟସରେ ପୁଅ ସେମାନଙ୍କୁ ଘରୁ ବାହାର କରିବା ପରେ ସେମାନେ କାନ୍ଦୁଛନ୍ତି । ସେ ଯେଉଁ ଘର ତୋଳିଥିଲେ ସେହି ଘରକୁ ପୁଅ ପୂରାଇ ଦେଉନି । ୩ବର୍ଷ ଧରି ଏଭଳି ନିର୍ଯାତନା ତାଙ୍କ ପୁଅ ଓ ବୋହୂ ଦେଉ ଥିବା ସେମାନେ ଅଭିଯୋଗ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking