34.1 C
Bhubaneswar
Thursday, April 25, 2024
Homeଅପରାଧସହିଦ ସପ୍ତାହରେ ପୋଲିସକୁ ମିଳିଲା ବଡ ସଫଳତା : ହାର୍ଡକୋର ମାଓବାଦୀ ଗିରଫ

ସହିଦ ସପ୍ତାହରେ ପୋଲିସକୁ ମିଳିଲା ବଡ ସଫଳତା : ହାର୍ଡକୋର ମାଓବାଦୀ ଗିରଫ

ମାଲକାନଗିରି: ମାଲକାନଗିରି ସୀମାନ୍ତ ଛତିଶଗଡର ଦନ୍ତେୱାଡା ଜିଲ୍ଲାରେ ଜଣେ ହାର୍ଡକୋର ମାଓବାଦୀ ଗିରଫ ହୋଇଛି । ସହିଦ ସପ୍ତାହ ବେଳେ ପୋଲିସକୁ ମିଳିଛି ଏକ ବଡ ସଫଳତା । ଗିରଫ ହୋଇଥିବା ମାଓବାଦୀ ଜଣକ ହେଲା ହନ୍ଦା କର୍ରା ମାଣ୍ଡବୀ । ଗରିଫ ମାଓବାଦୀ କଟେକଲ୍ୟାଣ ଏରିଆ କମିଟିର କମାଣ୍ଡର ଭାବେ କାମ କରୁଥିଲା । ଗତ ୧୮ ବର୍ଷ ଧରି ସେ ମାଓ ସଂଗଠନରେ ସକ୍ରିୟ ଭାବେ କାମ କରୁଥିଲା । ବିଶେଷ ସୂତ୍ରରୁ ଖବର ପାଇ ଡିଆରଜି ଯବାନ ଏବଂ ପୋଳିସ ଜିୟାକୋଡତା ଏବଂ ଡଙ୍ଗରିପାରା ନିକଟସ୍ଥ ଜଙ୍ଗଲରେ ଚଢ଼ାଉ କରିଥିଲେ । ଜଙ୍ଗଲରେ ଯବାନ କମ୍ବିଂ ଅପରେସନ୍ କରୁଥିବା ବେଳେ ହାନ୍ଦା କର୍ରା ମାଣ୍ଡବି ପୋଲିସକୁ ଦେଖି ଦୌଡି ପଳାଇବାକୁ ଚେଷ୍ଟା କରିଥିଲା । ତେବେ ଜଙ୍ଗଲରେ ଚାରିପଟୁ ଘେରି ନକ୍ସଲକୁ ଗିରଫ କରାଯାଇଥିଲା । ସରକାର ଏହି ନକ୍ସଲ ନାମରେ ୫ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରିଥିଲେ । ଗିରଫ ପରେ ଆଜି କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking