30.1 C
Bhubaneswar
Saturday, April 27, 2024
Homeବ୍ରେକୀଙ୍ଗଅନ୍ତରାଷ୍ଟ୍ରୀୟ ଉଡାଣ ୩୧ ମାର୍ଚ୍ଚ ଯାଏଁ ସ୍ଥଗିତ

ଅନ୍ତରାଷ୍ଟ୍ରୀୟ ଉଡାଣ ୩୧ ମାର୍ଚ୍ଚ ଯାଏଁ ସ୍ଥଗିତ

ନୂଆଦିଲ୍ଲୀ : ବଢୁଥିବା କୋରୋନା ସଂକ୍ରମଣକୁ  ଦୃଷ୍ଟିରେ ରଖି ସିଭିଲ ଆଭିଏସନ ଡାଇରେକ୍ଟୋରେଟ ଜେନେରାଲ (DGCA) ଅନ୍ତର୍ଜାତୀୟ ବିମାନ ଉଡ଼ାଣକୁ ୩୧ ମାର୍ଚ୍ଚ ପର୍ଯ୍ୟନ୍ତ ବୃଦ୍ଧି କରିଛି। ଡିଜିସିଏ ଟୁଇଟର ମାଧ୍ୟମରେ ଏହି ସୂଚନା ଦେଇଛି। ସୂଚନାଯୋଗ୍ୟ ଯେ , ଦେଶରେ କୋଭିଡ ୧୯ ମହାମାରୀକୁ ଦୃଷ୍ଟିରେ ରଖି ଗତ ବର୍ଷ ୨୩ ମାର୍ଚ୍ଚରୁ ଅନ୍ତର୍ଜାତୀୟ ବିମାନ ଚଳାଚଳ ସ୍ଥଗିତ ରହିଥିଲା।  ପୂର୍ବରୁ ଏହି ନିଷେଧାଦେଶ ଫେବୃଆରୀ ୨୮ ପର୍ଯ୍ୟନ୍ତ ବଳବତ୍ତର ରହିଥିଲା, କିନ୍ତୁ ଗତ ଦିନରେ କୋଭିଡ ଯେଉଁଭଳି ଭାବରେ ବୃଦ୍ଧି ପାଉଛି , ଏହା ପରେ ଡିଜିସିଏ ଏହାକୁ ଏକ ମାସ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛି। ଶୁକ୍ରବାର ସନ୍ଧ୍ୟାରେ ଡିଜିସିଏ ଏହି ନିର୍ଦ୍ଦେଶନାମା ଜାରି କରିଛି। ସେମାନଙ୍କ ଦ୍ୱାରା ଜାରି କରାଯାଇଥିବା ନିର୍ଦ୍ଦେଶ ଅନୁଯାୟୀ, ‘ଭାରତରୁ’ ଏବଂ ‘ଭାରତ ପାଇଁ’ ୩୧ ମାର୍ଚ୍ଚ ୨୦୨୧, ରାତି ୧୧ ଟା ପର୍ଯ୍ୟନ୍ତ ଅନ୍ତର୍ଜାତୀୟ ଯାତ୍ରା ସ୍ଥଗିତ ରଖାଯାଇଛି। ତେବେ ଡିଜିସିଏ ଆହୁରି ମଧ୍ୟ କହିଛି ଯେ ସ୍ୱତନ୍ତ୍ର ପରିସ୍ଥିତିରେ ଚୟନ ମାର୍ଗରେ ବିମାନ ଅନୁମତି ଦିଆଯାଇପାରିବ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking