29.1 C
Bhubaneswar
Tuesday, May 7, 2024
Homeବ୍ରେକୀଙ୍ଗଓଡିଶା ପ୍ରଦେଶ ଅଣ ସଂଗଠିତ ଶ୍ରମିକ କଂଗ୍ରେସ ର ବିଭିନ୍ନ ଜିଲ୍ଲାର ଅଧକ୍ଷ ଓ କର୍ମକର୍ତ୍ତା...

ଓଡିଶା ପ୍ରଦେଶ ଅଣ ସଂଗଠିତ ଶ୍ରମିକ କଂଗ୍ରେସ ର ବିଭିନ୍ନ ଜିଲ୍ଲାର ଅଧକ୍ଷ ଓ କର୍ମକର୍ତ୍ତା ନିଯୁକ୍ତି କଲେ କେନ୍ଦ୍ର କମିଟି

ଯାଜପୁର :  ଦେଶରେ ଅଣ ସଂଗଠିତ କ୍ଷେତ୍ରରେ କାର୍ଯ୍ୟକରୁଥିବା କୋଟି କୋଟି ଶ୍ରମିକ ଙ୍କ ସାମାଜିକ ସୁରକ୍ଷା କୁ ଆଖି ଆଗରେ ରଖି 2008 ମସିହାରେ ସାଂସଦ ରାହୁଲ ଗାନ୍ଧୀ ଙ୍କ ତତ୍ୱାବଧାନ ରେ ଏକ ଆଇନ ତିଆରି କରାଯାଇଥିଲା । ଏହି ଆଇନ ର ସଫଳ ରୂପାୟନ ନିମନ୍ତେ ଅଖିଳ ଭାରତ କଂଗ୍ରେସ କମିଟି ଗୁରୁତର ସହ ବିଚାର କରି ଏକ ସେଲ ଅଖିଳ ଭାରତ ଅଣ ସଂଗଠିତ ଶ୍ରମିକ କଂଗ୍ରେସ 16 ନଭେମ୍ବର 2017ମସିହାରେ ଗଠନ କରି ଏହାର ସର୍ବଭାରତୀୟ ଅଧକ୍ଷ ଭାବେ ଅରବିନ୍ଦ ସିଂହ ଅଛନ୍ତି । ଓଡିଶା ପ୍ରଦେଶ ଅଣ ସଂଗଠିତ ଶ୍ରମିକ କଂଗ୍ରେସ ର ଅଧକ୍ଷ ବିଦ୍ୟାଧର ମହାନ୍ତି ଙ୍କ ମନୋନୀତ କ୍ରମେ ରାଜ୍ୟରେ ଖାଲି ଥିବା ପଦବୀ ଓ ବିଭିନ୍ନ ଜିଲ୍ଲା ଅଧକ୍ଷ, ସଂଯୋଜକ ଓ ଘରୋଇ ମହିଳା ଶ୍ରମିକ ସଂଯୋଜିକା ଗତ 18 ଫେବୃଆରୀ ରେ ସଂଗଠନ ର ରାଷ୍ଟ୍ରୀୟ ଅଧକ୍ଷ ଅରବିନ୍ଦ ସିଂହ ନିଯୁକ୍ତ କରିଛନ୍ତି । ଏଥିରେ ରାଜ୍ୟ କମିଟି ରେ କେତେ ଜଣ ପଦାଧିକାରୀ ଭାବେ ଘରୋଇ ଶ୍ରମିକ ସଂଯୋଜିକା ନିରୁପମା ଦାସ, ନିର୍ମାଣ ଶ୍ରମିକ ସଂଯୋଜକ କୃଷ୍ଣ ଚନ୍ଦ୍ର ସାହୁ, ଉଠା ଦୋକାନୀ ସଂଯୋଜକ ଭବାନୀ ଶଙ୍କର ଜେନା, ରାଜ୍ୟ କୁଟୀର ଶିଳ୍ପ ଓ ହାତ ବୁଣା ବସ୍ତ୍ର ର ସଂଯୋଜିକା ଗୀତାଞ୍ଜଳି କାର୍ତ୍ତି, ଓ ବିଭିନ୍ନ ଜିଲ୍ଲା ମଧ୍ୟରୁ ଅନୁଗୁଳ ଜିଲ୍ଲା ଅଧକ୍ଷ ଅକ୍ଷୟ କୁମାର ବିଷୋୟୀ, ଜିଲ୍ଲା ସଂଯୋଜକ ରଶ୍ମି ରଞ୍ଜନ ସାହୁ, ଘରୋଇ ଶ୍ରମିକ ସଂଯୋଜିକା ସନ୍ଧ୍ୟାରାଣୀ ଦାସସାମନ୍ତ, ବାଲେଶ୍ୱର ଜିଲ୍ଲା ଅଧକ୍ଷ ବିକାଶ କୁମାର ଦାସ, ସଂଯୋଜକ ପ୍ରଫୁଲ୍ଲ ରାଉଳ, ସଂଯୋଜିକା ରାଧାରାଣୀ ପାତ୍ର, ଭଦ୍ରଖ ର ଗଣେଶ ପ୍ରସାଦ ମଲ୍ଲିକ ଅଧକ୍ଷ, ସୁବାସିସ ନାୟକ ସଂଯୋଜକ, ବଲାଙ୍ଗୀର ର କୃଷ୍ଣ ଚନ୍ଦ୍ର ସାହୁ ଅଧକ୍ଷ, ଚକା ଚରଣ ମାଝୀ ସଂଯୋଜକ, ରମା ତାଣ୍ଡି ସଂଯୋଜିକା, ବରଗଡ଼ ମଧୁ ସାହୁ ଅଧକ୍ଷ, ନାରାୟଣ ବେହେରା ସଂଯୋଜକ, ବୌଦ କୃତିବାସ ପାଳିଆ ଅଧକ୍ଷ, ସରୋଜ କୁମାର ପ୍ରଧାନ ସଂଯୋଜକ, କଟକ ର ଦୀପ୍ତି ରଞ୍ଜନ ପଣ୍ଡା ଅଧକ୍ଷ, ମୃତ୍ୟଞ୍ଜୟ ନାୟକ ସଂଯୋଜକ, ଢେଙ୍କାନାଳ ନିରଞ୍ଜନ ଜେଠି ଅଧକ୍ଷ, ତପନ କୁମାର ରାଉତ ସଂଯୋଜକ, ବିଷ୍ନୁପ୍ରିୟା ମିଶ୍ର ସଂଯୋଜିକା, ଗଞ୍ଜାମ ର ଏନ ଭୀମା ରାଜୁ ରେଡ୍ଡୀ ଅଧକ୍ଷ, ରଞ୍ଜନ କୁମାର ତରାଇ ସଂଯୋଜକ, ଯାଜପୁର ର ଚନ୍ଦ୍ର କାନ୍ତ ଖଣ୍ଡାଇ ଅଧକ୍ଷ, ପରମାନନ୍ଦ ସେଠୀ ସଂଯୋଜକ, ଜେମାମଣୀ କୁଅଁର ସଂଯୋଜିକା, ଝାରସୁଗୁଡା ର ରାଜେଶ କୁମାର ସାହୀସି ଅଧକ୍ଷ, ପ୍ରମୋଦ ପଣ୍ଡା ସଂଯୋଜକ, କମଳା କୁମାରୀ ସଂଯୋଜିକା, ଜଗତସିଂହପୁର ର ନିରଞ୍ଜନ ଲେଙ୍କା ଅଧକ୍ଷ, ସମୀର କୁମାର ଖୁଣ୍ଟିଆ ସଂଯୋଜକ, ଖୋର୍ଦ୍ଧା ର ବନମାଳୀ ମହାରଣା ଅଧକ୍ଷ, ଭାରତୀ ବାଳା ଦାସ ସଂଯୋଜକ, ସ୍ବର୍ଣ୍ଣ ଲତା ବଳ ସଂଯୋଜିକା, କେଉଁଝର ର ଚିନ୍ତାମଣି ଜେନା ଅଧକ୍ଷ, ସୁଜିତ ପ୍ରସାଦ ଜେନା ସଂଯୋଜକ, ରଞ୍ଜିତା ସିଂହ ସଂଯୋଜିକା, କେନ୍ଦ୍ରାପଡ଼ା ର ମୀର ମୁରଶିଦ ଅଧକ୍ଷ, ଶିବପ୍ରସାଦ ନାଥ ସଂଯୋଜକ, ମୟୁରଭଞ୍ଜ ର କୁମାର ସୌମ୍ୟ ରଞ୍ଜନ ଅଧକ୍ଷ, ଚନ୍ଦ୍ର କୁମାର ଶୁଭେନ୍ଦୁ, ପୁରୀ ର ସୁଦର୍ଶନ ପଲେଇ ଅଧକ୍ଷ, ତପସ୍ୱିନୀ ଜଗଦ୍ଦେବ ସଂଯୋଜକ, ରାୟଗଡା ର କୋଟା ରହିନୀ କୁମାର ଅଧକ୍ଷ, ଦେବେନ୍ଦ୍ର ରାଜ ସଂଯୋଜକ, ସମ୍ବଲପୁର ଫିଲିପ କୁମାର ଅଧକ୍ଷ, ସନ୍ଦୀପ କୁମାର ଦେହୁରୀ ସଂଯୋଜକ, ଅନିତା ଦାସ ସଂଯୋଜିକା ସୁବର୍ଣ୍ଣପୁର ର ଲୋକନାଥ ସୁରଜାଲ ଅଧକ୍ଷ, ସଂଗ୍ରାମ ଶେଖର ହୋତା ସଂଯୋଜକ, ଓ ସୁନ୍ଦରଗଡ଼ ର ଜାମେସ ବାହାଲା ଅଧକ୍ଷ, ସଂଯୋଜକ ମୁନା ଶର୍ମା ଙ୍କୁ ନିଯୁକ୍ତ କରାଯାଇଛି ଏବଂ ଆସନ୍ତା 27 ଓ 28 ଦିଲ୍ଲୀ ଠାରେ କେନ୍ଦ୍ରୀୟ କାର୍ଯ୍ୟକାରୀ କମିଟି ର ଏକ ଗୁରୁତ୍ୱପୂର୍ଣ ବୈଠକ ରେ ଅଣ ସଂଗଠିତ ଶ୍ରମିକ କଂଗ୍ରେସ ର ରାଜ୍ୟ ଅଧକ୍ଷ ବିଦ୍ୟାଧର ମହାନ୍ତି ଯୋଗଦେବାକୁ ଦିଲ୍ଲୀ ଗସ୍ତ କରିଛନ୍ତି । ଓଡିଶା ର ବିଭିନ୍ନ କ୍ଷେତ୍ରରେ ୧ କୋଟି ୬୦ ଲକ୍ଷ ରୁ ଉର୍ଦ୍ଧ ଅଣ ସଂଗଠିତ ଶ୍ରମିକ କାର୍ଯ୍ୟ କରିଆସୁଥିଲେ ହେଁ ସେମାନଙ୍କୁ ଆଇନିଗତ ସହାୟତା ମିଳୁନଥିବାରୁ ଶ୍ରୀ ମହାନ୍ତି କ୍ଷୋଭ ପ୍ରକାଶ କରିବା ସହିତ ରାଜ୍ୟରେ ଦେଖାଯାଇଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ଏହି ଗୁରୁତ୍ୱପୂର୍ଣ ବୈଠକ ରେ ପ୍ରସ୍ତାବ ରଖିବାର କାର୍ଯ୍ୟକ୍ରମ ରାଜ୍ୟ କମିଟି ପକ୍ଷରୁ ସ୍ତିରୀକୃତ ହୋଇଅଛି । 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking