30.1 C
Bhubaneswar
Thursday, April 25, 2024
Homeବ୍ରେକୀଙ୍ଗବାଲି ନୀତି ନେଇ କମ୍ପିଲା ଗୃହ

ବାଲି ନୀତି ନେଇ କମ୍ପିଲା ଗୃହ

ଭୁବନେଶ୍ୱର :  ବିଧାନସଭା ବଜେଟ ଅଧିବେଶନ ନବମ ଦିନର ଗୃହ କାର୍ଯ୍ୟ ଆରମ୍ଭ । ଚାଲିଛି ପ୍ରଶ୍ନକାଳ । ବିଧାୟକଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ରଖୁଥିଲେ ବିଭାଗୀୟ ମନ୍ତ୍ରୀ । ଆଜି ଗୃହ ଆରମ୍ଭ ହେବା ମାତ୍ରେ ରାଜସ୍ବ ମନ୍ତ୍ରୀ ମୂଳ ପ୍ରଶ୍ନକର୍ତ୍ତା ବିଜେପିର ମୋହନ ମାଝିଙ୍କ ପ୍ରଶ୍ନର ଉତ୍ତର ଦେଇ କହିଥିଲେ ଯେ ୨୦୧୮ରେ ତତ୍କାଳୀନ ମୁଖ୍ୟସଚିବଙ୍କ ଅଧ୍ୟକ୍ଷତାରେ ବାଲି ନୀତି ନେଇ ବୈଠକ ଅନୁଷ୍ଠିତ ହୋଇଥିଲା। ଚିଠା ପ୍ରସ୍ତୁତି ହୋଇ ତର୍ଜମା କରାଯାଉଛି। ରାଜ୍ୟରେ ବର୍ଷକୁ କେତେ ବାଲିର ଚାହିଦା ଅଛି ତାହା ଆକଳନ କରାଯାଇ ନାହିଁ। ତେବେ ୨୦୧୫-୧୬ ଆର୍ଥିକ ବର୍ଷରୁ ୨୦୨୦-୨୧ ବର୍ଷ ମଧ୍ୟରେ ୨କୋଟି ୩୯ଲକ୍ଷ ୪୯ହଜାର ୬୧୩ ଘନ ମିଟର ବାଲି ଉତ୍ତୋଳନ ହୋଇଛି। ସେଥିରୁ ଶେଷ ତିନି ବର୍ଷରେ ବିଦେଶକୁ ୨ଲକ୍ଷ ୪୨ହଜାର ୪ ଘନ ମିଟର ବାଲି ରପ୍ତାନି ହୋଇଛି। ପୂର୍ବ ତିନିବର୍ଷର ହିସାବ ସରକାରଙ୍କ ପାଖରେ ନାହିଁ। ବାଲି ଦର ସରକାର ନିର୍ଦ୍ଧାରଣ କରନ୍ତି ନାହିଁ। ସରକାର କେବଳ ବାଲି ଘାଟ ଟେଣ୍ଡର ଆକାରରେ ଦେଇଥାନ୍ତି ବୋଲି ମନ୍ତ୍ରୀ କହିଥିଲେ।

ରାଜ୍ୟରେ ବର୍ଷକୁ ପ୍ରାୟ ୧୫ହଜାର କୋଟି ଟଙ୍କାର ବାଲି ଚୋରି ହେଉଛି। ଠିକାଦାର ଓ ସରକାରୀ ଅଧିକାରୀଙ୍କ ସଲାସୁତୁରାରେ ବାଲି ଘାଟ ଟେଣ୍ଡର ହେଉଛି। ଯାହାଫଳରେ କିଛି ବାଲି ଚୋର ମାଲେମାଲ୍ ହେଉଥିବାବେଳେ ଓଡ଼ିଶା ସରକାର ପ୍ରଭୂତ ରାଜସ୍ବ ହରାଉଛନ୍ତି। ରାଜ୍ୟ ସରକାର ଜାଣିଶୁଣି ବାଲି ନୀତି ଆଣୁ ନାହାନ୍ତି। କେତେକ ପ୍ରଶାସନିକ ଅଧିକାରୀ ଉଦ୍ଦେଶ୍ୟମୂଳକ ଭାବେ ଏହାକୁ କରାଇ ଦେଉନାହାନ୍ତି। ୩ବର୍ଷ ହେଲା ବାଲି ନୀତିର ତର୍ଜମା କରାଯାଉଛି। ଏସବୁ ଚଳିବ ନାହିଁ, ସରକାର ତୁରନ୍ତ ବାଲି ନୀତି ଆଣନ୍ତୁ ବୋଲି ଗୃହରେ ଶାସକ-ବିରୋଧୀ ଆଜି ମେଳି ହୋଇ ସରକାରଙ୍କୁ ଘେରିଥିଲେ। ରାଜସ୍ବ ମନ୍ତ୍ରୀ ସୁଦାମ ମାରାଣ୍ଡି ଏହାର ତର୍ଜମା କରାଯାଇ ଖୁବଶୀଘ୍ର ଅଣାଯିବ ବୋଲି ଗୃହକୁ ଆଶ୍ବାସନା ଦେଇଥିଲେ। ହେଲେ ବାଚସ୍ପତି ଡ. ସୂର୍ଯ୍ୟନରାୟଣ ପାତ୍ର କିନ୍ତୁ ନଛୋଡବନ୍ଦା,ଶ୍ରୀ ପାତ୍ର ଏଥିରେ ଅସନ୍ତୋଷ ବ୍ୟକ୍ତ କରି କହିଥିଲେ ଯେ ଏସବୁ ଆଉ ଚଳିବ ନାହିଁ। ବହୁଦିନ ହେଲା ତର୍ଜମା କରୁଛ। ମୋ ଜିଲାରୁ ବିପୁଳ ପରିମାଣର ବାଲି ଆନ୍ଧ୍ରପ୍ରଦେଶ ଯାଉଛି। ତୁରନ୍ତ ସରକାର ବାଲି ନୀତି ଆଣନ୍ତୁ ବୋଲି ଶ୍ରୀ ପାତ୍ର ଗୃହରେ ଉଦବେଗ ପ୍ରକାଶ କରିବ ସହିତ ସରକାରଙ୍କୁ ନିର୍ଦେଶ ଦେଇଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking