28.1 C
Bhubaneswar
Saturday, April 27, 2024
Homeଓଡିଶାଅଫଲାଇନ କ୍ଲାସରେ କୋର୍ସ ଶେଷପରେ ପରୀକ୍ଷା କରିବାକୁ ଦାବି

ଅଫଲାଇନ କ୍ଲାସରେ କୋର୍ସ ଶେଷପରେ ପରୀକ୍ଷା କରିବାକୁ ଦାବି

ଭୁବନେଶ୍ୱର:  ସ୍ଥିତି ସୁଧୁରିଲେ ଅପ୍‌ଲାଇନ୍‌ରେ ଉଭୟ ଦଶମ ଏବଂ ଯୁକ୍ତପରୀକ୍ଷା କରାଯିବ ବୋଲି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେବା ପରେ ଦଶମ ଓ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ପାଇଁ ପରୀକ୍ଷାର୍ଥୀ ଚିନ୍ତାରେ ପଡିଛନ୍ତି । ବର୍ତ୍ତମାନ ସୁଦ୍ଧା ସିଲାବସ ଶେଷ ହୋଇନାହିଁ । ବର୍ଷ ତମାମ ଅନ୍ ଲାଇନ ମାଧ୍ୟମରେ ପାଠ ପଢ଼ା ହେଉଥିଲେ ହେଁ ଅନେକ ବିଷୟ ଅବୁଝା ହୋଇରହିଛି କିଛି ଛାତ୍ରଛାତ୍ରୀଙ୍କ ଲାଗି । ଏଣୁ ପ୍ରଥମେ ଅଫଲାଇନ କ୍ଲାସ କରି କୋର୍ସ ଶେଷପରେ ଅଫଲାଇନ ପରୀକ୍ଷା କରିବାକୁ ଦାବି କରିଛନ୍ତି ଶତାଧିକ ଛାତ୍ରଛାତ୍ରୀ । ଅପରପକ୍ଷେ ଯଦି ଅଫ୍‌ଲାଇନ୍‌୍ ପରୀକ୍ଷା କରିବାକୁ ବିଭାଗ ନିଷ୍ପତ୍ତି ନେଇଥିଲା ତେବେ ପୂର୍ବରୁ ଏ ସମ୍ପର୍କରେ କାହିଁକି ଅବଗତ କରାଗଲା ନାହିଁ ବୋଲି ଛାତ୍ରଛାତ୍ରୀ ଓ ଅଭିଭାବକ ପ୍ରଶ୍ନ କରିଛନ୍ତି ।

ପୂର୍ବ ବର୍ଷ ଭଳି ୭୦ ପ୍ରତିଶତ ସିଲାବସ୍‌ରେ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ପରୀକ୍ଷା ଦେେ । ପୂର୍ବରୁ ସମେଟିଭ ପରୀକ୍ଷା ମଧ୍ୟ ସରିଛି । ଜାନୁୟାରୀ ମାସ ଶେଷ ସୁଦ୍ଧା ସବୁ ସିଲାବସ ସରିନାହିଁ ତା’ ଭିତରେ ବି ଅନେକ ଡାଉଟ ରହିଛି । ଏଣୁ କିଛି ଦିନ ଅଫଲାଇନ ମାଧ୍ୟମରେ କ୍ଲାସ କରାଯାଇ ପରବର୍ତ୍ତୀ ସମୟରେ ପରୀକ୍ଷା କରିବାକୁ କହିଛନ୍ତି ଅନେକ ମେଧାବୀ ଛାତ୍ରଛାତ୍ରୀ । ଦଶମ ଓ ଦ୍ୱାଦଶ ପରୀକ୍ଷା ପରୀକ୍ଷାର୍ଥୀଙ୍କ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ । ବିଦ୍ୟାଳୟମାନଙ୍କରେ ଏବେ ବି ଅନଲାଇନ କ୍ଲାସ ଚାଲିଛି । କିନ୍ତୁ ଏହି ଅନଲାଇନ ଶିକ୍ଷା ଶତ ପ୍ରତିଶତ ପିଲାଙ୍କ ପାଖେ ପହଞ୍ଚି ପାରୁନାହିଁ । ଏହାବ୍ୟତୀତ ଅନେକ ପିଲା ଅନ୍‌ଲାଇନ୍ ଶିକ୍ଷାଦାନରେ ସବୁ ବିଷୟ ବୁଝଇପାରୁ ନାହାଁନ୍ତି ବୋଲି ଶିକ୍ଷାବିତ କହିଛନ୍ତି । ଆଗକୁ କୋରୋନା ସଂକ୍ରମଣ ଯଦି ବଢେ ତେବେ ଦଶମ ଶ୍ରେଣୀର ହୋଇଥିବା ସମେଟିଭ ପରୀକ୍ଷାର ମାର୍କ ଅନୁସାରେ ବୋର୍ଡ ପରୀକ୍ଷାର ନୀତି ନିର୍ଦ୍ଧାରଣ ଏକ ବିକଳ୍ପ ହୋଇପାରେ ବୋଲି ଜଣାପଡ଼ିଛି ।

ସେହିପରି ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କ ଅଭିଯୋଗ ସେମାନଙ୍କ ବର୍ଷକର କୋର୍ସକୁ ୩ ମାସରେ ସାରିବା ପାଇଁ ସରକାର ନିୟମ କରିଛନ୍ତି, ଯାହା ଅସମ୍ଭବ । କେବଳ କୋର୍ସ ସାରିବା ପାଇଁ ପାଠ ପଢ଼ାଯାଉଛନ୍ତି । କିନ୍ତୁ ପିଲମାନେ ପାଠପଢା ବୁଝି ପାରୁନାହାନ୍ତି ବୋଲି ସେମାନେ ଅଭିଯୋଗ କରିଛନ୍ତି । ବୋର୍ଡ ପରୀକ୍ଷାର ମାର୍କ ବେଶ ଗୁରୁତ୍ୱପୂର୍ଣ୍ଣ ହୋଇଥିବାବେଳେ ବର୍ତ୍ତମାନ ସୁଦ୍ଧା ଯୁକ୍ତ ଦୁଇ କୋର୍ସ ଶେଷ ହୋଇପାରି ନାହିଁ । ଅପରପକ୍ଷେ ସଠିକ ଭାବେ ଅନଲାଇନ କ୍ଲାସ ଯେଉଁମାନେ କରିପାରି ନାହଁନ୍ତି ସେମାନେ କିଭଳି ପରୀକ୍ଷା ଦେବେ ବୋଲି ମଧ୍ୟ ଛାତ୍ରଛାତ୍ରୀ ପ୍ରଶ୍‌ନ କରିଛନ୍ତି ।

ଉପାନ୍ତ ଅଞ୍ଚଳରୁ ରାଜଧାନୀ ଭୁବନେଶ୍ୱର ଯାଏଁ ସବୁଠି ଛାତ୍ରଛାତ୍ରୀଙ୍କର ଅନଲାଇନ ପାଠପଢ଼ାରେ ସମସ୍ୟା ରହିଛି । ତେବେ ଯୁକ୍ତ ଦୁଇରେ ପରୀକ୍ଷାରେ ବିକଳ୍ପ ବ୍ୟବସ୍ଥାରେ ମଧ୍ୟ କ୍ୱାଟର ପରୀକ୍ଷା ହିସାବରେ ମାର୍କ ଦିଆଯାଉ ନଚେତ ଅଫଲାଇନ କ୍ଲାସ କରାଯାଉ ବୋଲି ଦାବି କରିଛନ୍ତି ଛାତ୍ରଛାତ୍ରୀ । ଏସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କ କହିବା ଅନୁଯାୟୀ, କରୋନା ଲାଗି ଉଭୟ ପରୀକ୍ଷା ପୂର୍ବରୁ ବାତିଲ କରାଯାଇ ବିକଳ୍ପ ବ୍ୟବସ୍ଥାରେ ମାର୍କିଂ କରାଯୋଇଥିଲା । ମାତ୍ର ଚଳତବର୍ଷ କରୋନାର ପ୍ରକପ ହ୍ରାସ ପାଉଛି । ଆଗକୁ ସ୍ଥିତି ସୁଧୁରିଲେ ପରୀକ୍ଷା କରାଯିବ ବୋଲି ମନ୍ତ୍ରୀ କହିଛନ୍ତି । ପରୀକ୍ଷା ଲାଗି ଛାତ୍ରଛାତ୍ରୀମାନେ ପ୍ରସ୍ତୁତ ରହିବାକୁ ସେ ପରାମର୍ଶ ଦେଇଛନ୍ତି । ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଗୁରୁତ୍ୱ ଦେଇ ଠିକ୍ ସମୟରେ ସଠିକ ନିଷ୍ପତ୍ତି ଗ୍ରହଣ କରାଯିବ । ତେଣୁ ଛାତ୍ରଛାତ୍ରୀ ଏବଂ ଅଭିଭାବକ ଏନେଇ ବିଚଳିତ ନହେବା ଉଚିତ ବୋଲି ପରାମର୍ଶ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking