33.1 C
Bhubaneswar
Thursday, April 25, 2024
Homeଦେଶ ବିଦେଶପାକିସ୍ତାନ ଜେଲ୍‌ରୁ ୨୦ ଭାରତୀୟ ମୁକ୍ତ

ପାକିସ୍ତାନ ଜେଲ୍‌ରୁ ୨୦ ଭାରତୀୟ ମୁକ୍ତ

ନୂଆଦିଲ୍ଲୀ : ପାକିସ୍ତାନ ସମୁଦ୍ରସୀମାରେ ପ୍ରବେଶ କରିବା ଅଭିଯୋଗରେ ପାକିସ୍ତାନ ଜେଲ୍‌ରେ ବନ୍ଦ ଥିବା ୨୦ ଭାରତୀୟ ମାଛଧରାଳୀଙ୍କୁ ପାକିସ୍ତାନ ସରକାର ମୁକ୍ତ କରିବା ସହିତ ସେମାନଙ୍କୁ ୱାଘା ସୀମା ଜରିଆରେ ଭାରତ ପଠାଇଛନ୍ତି ବୋଲି ପାକିସ୍ତାନ ବିଦେଶ ମନ୍ତ୍ରଣାଳୟ ସୂତ୍ରରୁ ପ୍ରକାଶ । ଦୀର୍ଘ ୪ ବର୍ଷ ଧରି କରାଚୀ ଜେଲ୍‌ରେ ବନ୍ଦୀ ଭାବେ ରହିବା ପରେ ନିଜ ଦେଶକୁ ଫେରିଥିବା ୨୦ ଜଣ ମାଛଧରାଳୀ ସରକାର ଓ ସେନାବାହିନୀ ପ୍ରତି କୃତଜ୍ଞତା ଜ୍ଞାପନ କରିଛନ୍ତି । ପାକିସ୍ତାନ ଜେଲ୍‌ରେ ୨୦୦ରୁ ଊର୍ଦ୍ଧ୍ୱ ଭାରତୀୟ ଅଛନ୍ତି । ସେମାନଙ୍କୁ ଭାରତ ଫେରାଇ ଆଣିବା ପାଇଁ ପ୍ରୟାସ କରିବାକୁ ସେମାନେ ନିବେଦନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking