34.1 C
Bhubaneswar
Friday, March 29, 2024
Homeଦେଶ ବିଦେଶ୭ ଝିଅ ଦେଲେ ପିତାଙ୍କୁ ମୁଖାଗ୍ନି

୭ ଝିଅ ଦେଲେ ପିତାଙ୍କୁ ମୁଖାଗ୍ନି

ନୂଆଦିଲ୍ଲୀ: ପିତାଙ୍କ ହାତ ଧରି ଚାଲିବା ଶିଖିଥିଲେ । ଦେଖିଥିଲେ ଦୁନିଆକୁ । ପିତାଙ୍କ ସ୍ନେହ-ଆଦରରେ ବଢ଼ିଥିଲେ । ପିତା ହିଁ ସେମାନଙ୍କୁ ଶିକ୍ଷାଦୀକ୍ଷା ଦେଇ ନିଜ ଗୋଡରେ ଠିଆ କରାଇଥିଲେ । ଆଜି ୯୫ ବର୍ଷ ବୟସରେ ପିତାଙ୍କ ମୃତ୍ୟୁରେ ୭ ଝିଅ ନିଜ କାନ୍ଧରେ ପିତାଙ୍କୁ କୋକେଇରେ ବୋହି ଶ୍ମସାନକୁ ନେଇଛନ୍ତି । କେବଳ ସେତିକି ନୁହେଁ ୪ ଝିଅ ମିଳିତ ଭାବେ ପିତାଙ୍କ ପାର୍ଥିବ ଶରୀରରେ ମୁଖାଗ୍ନି ଦେଇଛନ୍ତି । ରାଜସ୍ଥାନର ବୁନ୍ଦି ଜିଲ୍ଲାରେ ଘଟିଛି ଏପରି ଘଟଣା । ବୁନ୍ଦି ଜିଲ୍ଲାରେ ବାବାଜୀ କା ବଡ଼ା ଗ୍ରାମର ନିବାସୀ ରାମଦେବ କଲାନ୍ (୯୫)ଙ୍କର ନିଧନ ହୋଇଥିଲା । ତାଙ୍କ ମୃତ୍ୟୁରେ ୭ ଜଣ ଝିଅ ସମସ୍ତ ଶେଷକୃତ୍ୟ ସମ୍ପନ୍ନ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking