37.1 C
Bhubaneswar
Sunday, May 5, 2024
Homeଓଡିଶାବାରିପଦା ରେଞ୍ଜରେ ହରିଣର ମୃତ୍ୟୁ

ବାରିପଦା ରେଞ୍ଜରେ ହରିଣର ମୃତ୍ୟୁ

ମୟୂରଭଞ୍ଜ : ବନ୍ୟପ୍ରାଣୀଙ୍କ ଅସୁରକ୍ଷିତ ହୋଇପଡ଼ିଛି ଜଙ୍ଗଲ। ପ୍ରଭାବିତ ହେଉଛି ଆହାରବିହାର। ବାଧ୍ୟ ହୋଇ ହେଉଛନ୍ତି ଗାଁ ମୁହାଁ। ଆଉ ମୃତ୍ୟୁ ମୁଖରେ ପଡୁଛନ୍ତି। ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ମୟୂରଭଞ୍ଜ ଜିଲ୍ଲା ବାରିପଦା ରେଞ୍ଜ ଅଧୀନ ମଞ୍ଚାବନ୍ଧା ଲେଡି ହେମିଲ୍ଟାନ ବାଗନ୍ ନିକଟରେ। ଏଠାରେ ଥିବା ଏକ ଲଟାବୁଦା ଭିତରେ ହରିଣ ଥିବାର ଦେଖିବାକୁ ପାଇଥିଲେ ସ୍ଥାନୀୟ ଲୋକ। ଏନେଇ ସଙ୍ଗେ ସଙ୍ଗେ ସ୍ଥାନୀୟ ବନବିଭାଗକୁ ଖବର ଦେଇଥିଲେ ଲୋକମାନେ।

ଖବରପାଇ ଘଟଣାସ୍ଥଳରେ ବନ ବିଭାଗ ପହଞ୍ଚି ଲଟାବୁଦା ଭିତରୁ କୌଶଳରେ ହରିଣକୁ ଉଦ୍ଧାର କରିଥିଲେ। ଉଦ୍ଧାର ହରିଣ ସାମାନ୍ୟ ଆହତ ହୋଇଥିବା ଜଣାପଡିଥିଲା। ପରବର୍ତ୍ତୀ ସମୟରେ ଆହତ ହରିଣକୁ ପ୍ରାଣୀଚିକିତ୍ସକଙ୍କ ଦ୍ଵାରା ଚିକିତ୍ସିତ ହେବା ସମୟରେ ମୃତ୍ୟୁ ବରଣ କରିଥିଲା। ମାତ୍ର ବନବିଭାଗ ଏହାକୁ ଏକ ସାମାନ୍ୟ ମୃତ୍ୟୁ କହୁଥିବା ଜଣାପଡିଛି। ଅନ୍ୟପଟେ ଜଙ୍ଗଲରେ ସୁରକ୍ଷିତ ଆହାରବିହାର ନିମନ୍ତେ ବନ୍ୟପ୍ରାଣୀଙ୍କ ପାଇଁ ସୁବିଧା ସୁଯୋଗ ଯୋଗାଇ ଦେବା ଦିଗରେ ସରକାର ଏବଂ ବିଭାଗ ବିଫଳ କାହିଁକି ବୋଲି ବିଭିନ୍ନ ମହଲରୁ ପ୍ରଶ୍ନ ଉଠୁଥିବା ବେଳେ କେବେ ସୁରକ୍ଷିତ ହେବ ବନ୍ୟପ୍ରାଣୀ ବୋଲି ଆଲୋଚନା ହେଉଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking