38.1 C
Bhubaneswar
Friday, April 26, 2024
Homeକରୋନାଦେଶରେ କମୁଛି କରୋନା ମୃତ୍ୟୁ ହାର

ଦେଶରେ କମୁଛି କରୋନା ମୃତ୍ୟୁ ହାର

ନୂଆଦିଲ୍ଲୀ : ଦେଶରେ କରୋନା ଜନିତ ମୃତ୍ୟୁହାର ନିୟମିତଭାବେ ହ୍ରାସ ପାଇଚାଲିଥିବାବେଳେ ଆରୋଗ୍ୟ ହାର ବୃଦ୍ଧି ପାଇଚାଲିଛି । ଏବେ ଦେଶର କରୋନା ମୃତ୍ୟୁହାର ୨.୧୦ ପ୍ରତିଶତକୁ ହ୍ରାସ ପାଇଛି, ଯାହାକି ଲକଡାଉନ ଆରମ୍ଭ ହେବା ପରଠାରୁ ସର୍ବନିମ୍ନ । ଏହା ସାରା ଦେଶ ପାଇଁ ଏକ ଶୁଭସୂଚନା ବୋଲି କହିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ।
ଦେଶରେ ଆଜି ଯାଏଁ ୨କୋଟିରୁ ଅଧିକ ନମୁନା ପରୀକ୍ଷା ହୋଇସାରିଛି ବୋଲି ସେହି ସମ୍ମିଳନୀରେ ସୂଚନା ଦିଆଯାଇଛି । ଗତ ୨୪ଘଣ୍ଟାରେ ୬ଲକ୍ଷ ୬୦ହଜାର ନମୁନା ପରୀକ୍ଷା କରାଯାଇଛି । ଏବେ ସୁଦ୍ଧା ଦେଶରେ କରୋନା ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୫,୮୬,୨୯୮ ରହିଛି । ଏହାସହ ଦେଶରେ ୫୦ପ୍ରତିଶତ ୬୦ବର୍ଷରୁ ଅଧିକ ବର୍ଷର ଲୋକଙ୍କ ମୃତ୍ୟୁ ହୋଇଛି । ତେଣୁ ଦେଶରେ ଥିବା ବୟସ୍କ ଲୋକଙ୍କ ଯତ୍ନ ନେବା ଜରୁରୀ । ସେହିପରି କରୋନାରେ ୩୭ପ୍ରତିଶତ ୪୫ରୁ ୬୦ବର୍ଷର ବୟସର ଲୋକଙ୍କର ମୃତ୍ୟୁ ହୋଇଛି ।
ଏବେ ସୁଦ୍ଧା ଦେଶରେ ୧୮,୫୪,୯୪୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇସାରିଥିବା ବେଳେ ସେମାନଙ୍କ ମଧ୍ୟରୁ ୧୨,୩୦,୫୦୯ଜଣ ସୁସ୍ଥ ହୋଇଛନ୍ତି ଓ ୩୮,୯୩୮ଜଣଙ୍କର ମୃତ୍ୟୁ ହୋଇଛି ।ଦେଶର କେତେକ ରାଜ୍ୟ ଯଥା ପଂଜାବ, ରାଜସ୍ଥାନ, ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ, ହରିୟାଣା, ଆସାମ, ପଶ୍ଚିମ ବଙ୍ଗ ଓ କର୍ଣ୍ଣାଟକରେ ପଜିଟିଭିଟି ହାର ୧୦ ପ୍ରତିଶତରୁ କମ ରହିଛି । ଗତ ସପ୍ତାହରେ ଦେଶର ପଜିଟିଭିଟି ହାର ୧୧ ପ୍ରତିଶତ ଥିଲା ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking