26.1 C
Bhubaneswar
Friday, March 29, 2024
Homeଓଡିଶାଗୋ- ହତ୍ୟାକୁ କେନ୍ଦ୍ରକରି ରାସ୍ତା ଅବରୋଧ 

ଗୋ- ହତ୍ୟାକୁ କେନ୍ଦ୍ରକରି ରାସ୍ତା ଅବରୋଧ 

ମୟୂରଭଞ୍ଜ  :  ଗୋହତ୍ୟାକୁ ନିଷେଧ କରି ପ୍ରଣୟନ ହୋଇଛି ଆଇନ। ହେଲେ କାର୍ଯ୍ୟକାରୀ ହେଉଥିବା ଆଇନ ଗୋହତ୍ୟାକୁ ରୋକିବା ଦିଗରେ ସଫଳ ହେଉନଥିବା ଦେଖିବାକୁ ମିଳୁଛି। ସେହିଭଳି ବିଭିନ୍ନ ଅଞ୍ଚଳରେ ଗୋ-ଚାଲାଣ ଅହେତୁକ ଭାବରେ ବୃଦ୍ଧି ପାଉଛି। ଏମିତିକି ଅତି ନୃଶଂସ ଭାବରେ କ୍ଷମତା ଠାରୁ ଅଧିକ ଗାଈଗୋରୁ ସ୍କର୍ପିଅ,ଟାଟା ମେଜିକ,ପିକଅପ,ଟ୍ରକରେ ବୋଝେଇ କରି ବେଆଇନ ଭାବେ ଚାଲାଣ କରାଯାଉଛି।ଏଥିପାଇଁ ରହିଥିବା ଆଇନ ଅନୁଯାୟୀ ବ୍ୟବସ୍ଥା ନ ଥିବା ବେଳେ ବେଆଇନ ଗୋରୁଗାଈ ବୋଝେଇ ଯାନ ଗୁଡିକ ବିଭିନ୍ନ ପୋଲିସ ଷ୍ଟେସନ ସମ୍ମୁଖରେ ଯାଉଥିବା ବେଳେ ପୋଲିସ କରୁଛି କଣ ବୋଲି ପ୍ରଶ୍ନ ଉଠୁଛି। ଏହାର ପ୍ରତିବାଦ କଲେ ଆକ୍ରୋଶର ସମ୍ମୁଖୀନ ହେବାକୁ ପଡ଼ୁଥିବା ଅଭିଯୋଗ ହେଉଛି। ତେବେ ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଅନ୍ତର୍ଗତ କରଞ୍ଜିଆ-ଠାକୁରମୁଣ୍ଡା ୫୩ ନମ୍ବର ରାଜ୍ୟ ରାଜପଥ ମଣ୍ଡୁଆପୋଲ ନିକଟରେ ଦୁଇ ତିନୋଟି ଗାଈକୁ କୌଣସି ଦୁର୍ବୁତ୍ତ ମାରି ମାଂସ ନେଇଯାଇଥିବା ବେଳେ ଆଉ କିଛି ମାଂସ ଏବଂ ଚମଡାକୁ ନଦୀ ପୋଲ ନିକଟରେ ଫିଙ୍ଗିଦେଇଥିବା ଦେଖିବାକୁ ମିଳିଛି।
ଏହି ସ୍ପର୍ଶକାତର ଘଟଣାକୁ ନେଇ ଚାପା ଉତେଜନା ସୃଷ୍ଟି ହେବା ସହିତ ଉତ୍ତ୍ୟକ୍ତଲୋକେ ରାସ୍ତା ଅବରୋଧ କରିଛନ୍ତି । ସେହିପରି ଗତ ଦୁଇତିନି ଦିନ ପୂର୍ବରୁ କାଦଡିହା,କୁଳିପସି ଏବଂ ସିଙ୍ଗଡା ଅଞ୍ଚଳରେ ୧୦ ରୁ ଅଧିକ ଗାଈ ଚୋରି ହଇଥିବାର ଲିଖିତ ଅଭିଯୋଗ ଥାନାରେ ହୋଇଥିବା ଜଣାପଡିଛି । ହେଲେ ଆଜି ପର୍ଯ୍ୟନ୍ତ କୌଣସି ଆସାମୀକୁ ପୋଲିସ ନ ଧରିବା ଏବଂ ଆଜି କିଛି ଗାଈ ବଳଦଙ୍କ ଚମଡା ଏବଂ କିଛି ମାଂସ ନଦୀପୋଲ ନିକଟରେ ମିଳିବା ଭଳି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳ ସମେତ ଘଟଣାସ୍ଥଳରେ ଚାପା ଉତେଜନା ସୃଷ୍ଟି ହଇଛି ।ରାସ୍ତା ଅବରୋଧକାରୀ ଦାବି କରିଛନ୍ତି କି ଏପରି ଘୃଣ୍ୟ କାର୍ଯ୍ୟ କରିଥିବା ଦୁର୍ବୁତ୍ତଙ୍କୁ ଯଥା ଶୀଘ୍ର ଧରିବା ସହିତ ଅଞ୍ଚଳରେ ବଳଦ ଚୋରି ବୃଦ୍ଧିକୁ ରୋକିବା ଦିଗରେ ପଦକ୍ଷେପ ନେଇ ରାତ୍ରିକାଳୀନ ପୋଲିସପେଟ୍ରୋଲିଂ ଜୋରଦାର କରିବା ଦାବିରେ ରାସ୍ତା ଅବରୋଧ କରିଛନ୍ତି ଗ୍ରାମବାସୀ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking