34.1 C
Bhubaneswar
Thursday, April 25, 2024
Homeଓଡିଶାବହୁ ଚର୍ଚ୍ଚିତ ଚୋରା ମୋରମ ଚାଲାଣ ଘଟଣାର ତଦନ୍ତଭାର କ୍ରାଇମବ୍ରାଞ୍ଚ ହାତରେ

ବହୁ ଚର୍ଚ୍ଚିତ ଚୋରା ମୋରମ ଚାଲାଣ ଘଟଣାର ତଦନ୍ତଭାର କ୍ରାଇମବ୍ରାଞ୍ଚ ହାତରେ

ମୟୁରଭଞ୍ଜ : ବହୁ ଚର୍ଚ୍ଚିତ ଚୋରା ମୋରମ ଚାଲାଣ ଘଟଣାର ତଦନ୍ତଭାର କ୍ରାଇମବ୍ରାଞ୍ଚ ହାତରେ। ତଦନ୍ତ ପାଇଁ ବାରିପଦାରେ ପହଞ୍ଚିଲେ କ୍ରାଇମବ୍ରାଞ୍ଚ ଅଧିକାରୀ । ତେବେ ବହୁ ଚର୍ଚ୍ଚିତ ବେତନଟୀ ତହସିଲର ପୁର୍ବତନ ତହସିଲଦାର ଅନୀଷା ଦାସ ଓ ମୋରମ ମାଫିଆଙ୍କ ମଧ୍ୟରେ ବଟୀ ମଗା ଅଭିଯୋଗ ଅଡିଓ ଭାଇରାଲ ହେବା ପରେ ଘଟଣା ଆସିଥିଲା ସାମ୍ନାକୁ। ଏଘଟଣାକୁ ନେଇ ପ୍ରଥମେ ବୈଶିଙ୍ଗା ଥାନାରେ ଅଭିଯୋଗ ହୋଇଥିଲା । ଏନେଇ ଦାୟର ଲିଖିତ ଅଭିଯୋଗ ଭିତ୍ତିରେ ବୈଶିଙ୍ଗା ଥାନା ପୋଲିସ ତତ୍କାଳୀନ ତହସିଲଦାର ଆନୀଷା ଦାସଙ୍କ ସହଯୋଗୀ ୩ଜଣଙ୍କୁ ଗୀରଫ କରି କୋର୍ଟ ଚାଲାଣ କରିଥିଲା । ତେବେ ଏଘଟଣାକୁ ବିଜେପି ଇସ୍ୟୁ କରି ଆନ୍ଦୋଳନ ଆରମ୍ଭ କରିବାରୁ ବେତନଟୀ ତହସିଲଦାର ଅନୀଷାଙ୍କୁ ରାତି ଅଧିଆ କଳାହାଣ୍ଡି ଡେପୁଟି କଲେକ୍ଟର ଭାବେ ବଦଳି କରାଯାଇ ଥିବାବେଳେ ପରେ ନିଲମ୍ବନ କରିଥିଲେ ସରକାର।
ତେବେ ମୁରୁମ ମାଫିଆଙ୍କୁ ସହଯୋଗୀ ଜରିଆରେ ବଟୀ ମାଗିବା ସହ ଅନେକ ଦୂର୍ନିତି ର ପର୍ଦାଫାସ ହେବା ପରେ ତାଙ୍କୁ ଗିରଫ ଦାବିରେ ଜିଲ୍ଲା ବିଜେପି ସଭାପତି ପୂର୍ବତନ ବିଧାୟକ କାନ୍ଦ୍ରା ସୋରେନଙ୍କ ନେତୃତ୍ୱରେ ବଡସାହି ବିଧାୟକ ସନାତନ ବିଜୁଳି,ବାରିପଦା ବିଧାୟକ ପ୍ରକାଶ ସୋରେନ,ମୟୁରଭଞ୍ଜ ସାଂସଦ ବିଶେଶ୍ୱର ଟୁଡୁ ଏବଂ ଭାଜପା କର୍ମୀମାନେ ବୈଶିଙ୍ଗା ଥାନା ସମ୍ମୁଖରେ ୩ଦିନ ଧରି ଧାରଣାରେ ବସିଥିଲେ । ତେବେ ଗତକାଲି ସନ୍ଧ୍ୟାରେ କ୍ରାଇମବ୍ରାଞ୍ଚ ବିଭାଗର ୩ଜଣିଆ ଟିମ ବାରିପଦା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟରେ ପହଞ୍ଚିବା ସହ ଚର୍ଚ୍ଚିତ ଚୋରା ମୁରୁମ ଚାଲାଣ ଘଟଣାର ଆଜି ତଦନ୍ତ ଆରମ୍ଭ କରିଛନ୍ତି । ଏହି ତଦନ୍ତରେ ବୈଶିଙ୍ଗା, ବେତନଟୀ ପୋଲିସ ସହଯୋଗ କରୁଥିବା ବେଳେ ଅଭିଯୋଗକାରୀଙ୍କୁ ଆଜି କ୍ରାଇମବ୍ରାଞ୍ଚ ଜେରା କରୀବା ସହ ଅନେକ ଦସ୍ତାବିଜ ନିଜ ଅକ୍ତିଆରକୁ ନେଇଛି । ତଦନ୍ତ ପ୍ରକିୟା ଚାଲୁଥିବାରୁ କ୍ରାଇମବ୍ରାଞ୍ଚ କିମ୍ବା ମୟୂରଭଞ୍ଜ ପୋଲିସ କୌଣସି ପ୍ରତିକ୍ରିୟା ଗଣମାଧ୍ୟମ କୁ ଦେଇନାହାନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking