32.1 C
Bhubaneswar
Friday, April 26, 2024
Homeଅପରାଧସାଲାଇନ ଛୁଞ୍ଚି ପାଇଁ ଜୀବନ ଗଲା

ସାଲାଇନ ଛୁଞ୍ଚି ପାଇଁ ଜୀବନ ଗଲା

କଟକ: ସାଲାଇନ ଛୁଞ୍ଚି ସଂକ୍ରମଣ ଯୋଗୁ ଜୀବନ ଗଲା । ଘଟଣାଟି ଘଟିଛି କଟକ ବଡ ଡାକ୍ତରଖାନାରେ । ଦୀର୍ଘ ୧୮ ଦିନ ଧରି ଚିକିତ୍ସିତ ହେଉଥିବା ସାବିତ୍ରୀ ସାହୁ ଶେଷରେ ଆଖି ବୁଜିଛନ୍ତି ।
ସାବିତ୍ରୀ ଯାଜପୁର ବଡ଼ଚଣାର ନ୍ୟୁରୋଲୋଜି ବିଭାଗରେ ଭର୍ତ୍ତି ହୋଇଥିଲେ । ତେବେ ସେଠାରେ ସାଲାଇନ୍ ଦେବା ବେଳେ ଭୁଲ୍ ଛୁଞ୍ଚି ସଂଯୋଗ ହୋଇଥିଲା । ଯେଉଁଥିପାଇଁ ସାବିତ୍ରୀଙ୍କ ହାତରେ ସଂକ୍ରମଣ ହୋଇ ପୋକ ହୋଇଯାଇଥିଲା । ଅବସ୍ଥା କ୍ରମଶଃ ଗୁରୁତର ହୋଇପଡ଼ିଥିବା ବେଳେ ପରିବାର ଲୋକେ ତାଙ୍କୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରିଥିଲେ। ହେଲେ ସେଠାରେ ଆଜି ତାଙ୍କ ମୃତ୍ୟୁ ହୋଇଛି । ଚିକିତ୍ସାରେ ତ୍ରୁଟିରୁ ମୃତ୍ୟୁ ହୋଇଥିବା ନେଇ ମଙ୍ଗଳାବାଗ ଥାନାରେ ଅଭିଯୋଗ କରିଛନ୍ତି ସାବିତ୍ରୀଙ୍କ ଝିଅ । ଘଟଣା ସଂପର୍କରେ ପୂର୍ବରୁ ଟ୍ୱିଟ୍ କରି ସରକାରଙ୍କୁ ଅବଗତ କରାଯାଇଥିଲା ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking