30.1 C
Bhubaneswar
Friday, April 26, 2024
HomeUncategorizedବସରେ ମହିଳାଙ୍କ ସିଟରେ ପୁରୁଷ ବସିଲେ ହେବ କାର‌୍ୟ୍ୟାନୁଷ୍ଠାନ: ମନ୍ତ୍ରୀ

ବସରେ ମହିଳାଙ୍କ ସିଟରେ ପୁରୁଷ ବସିଲେ ହେବ କାର‌୍ୟ୍ୟାନୁଷ୍ଠାନ: ମନ୍ତ୍ରୀ

ଭୁବନେଶ୍ଵର : ବସରେ ମହିଳାଙ୍କ ପାଇଁ ଉଦ୍ଦିଷ୍ଟ ଥିôବା ସିଟରେ ପୁରୁଷ ବସିଲେ ହେବ କାର୍ଯ୍ୟାନୁଷ୍ଠାନ । ଏନେଇ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି । ସେ କହିଛନ୍ତି ବସରେ ମହିଳା ଯାତ୍ରୀଙ୍କ ସିଟ ସଂରକ୍ଷଣ ବ୍ୟବସ୍ଥାକୁ କଡ଼ାକଣି କରାଯିବ । ଯଦି ମହିଳାଙ୍କ ସିଟରେ ପୁରୁଷ ଯାତ୍ରୀ ବସିବେ ତେବେ ନିୟମ ଅନୁସାରେ ତଣ୍ଡିତ କରାଯିବ । ସେ ଆହୁରି କହିଛନ୍ତି ବସରେ ମହିଳାମାନେ କିପରି ସୁରକ୍ଷିତ ଭାବରେ ଯାତ୍ରା କରିପାରିବେ ସେନେଇ କମିଶନରେଟ୍ ପୋଲିସ ଧ୍ୟାନ ଦେଇଛନ୍ତି। ଏଥିପାଇଁ ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ, ଘରୋଇ ବସ୍ ମାଲିକ ସଙ୍ଘ ଓ ସରକାରୀ ବସ୍ ପରିଚାଳନା କରୁଥିବା ଅରୁଣ ବୋଥ୍ରାଙ୍କ ସହ ବୈଠକ କରିଛନ୍ତି । ବୈଠକରେ ବିଭିନ୍ନ ବିଷୟ ଉପରେ ଆଲୋଚନା ହୋଇଥିବା ଜଣାପଡ଼ିଛି ।
ଏଣିକି ଘରୋଇ ହେଉ କିମ୍ବା ସରକାରୀ ବସ୍, ମହିଳାଙ୍କ ପାଇଁ ଉଦ୍ଧିଷ୍ଟ ଥିବା ସିଟରେ ପୁରୁଷ ବସିଲେ ଦେବାକୁ ପଡ଼ିବ ଜରିମାନା। ଏଥିପାଇଁ କମିଶନରେଟ୍ ପୋଲିସ ପକ୍ଷରୁ ଖୁବଶୀଘ୍ର ବିଜ୍ଞାପ୍ତି ପ୍ରକାଶ ପାଇବ। ସେହିପରି ମହିଳାମାନେ ସୁରକ୍ଷିତ ବାବରେ ବସରେ ଯାତ୍ରା କରିବା ପାଇଁ ଟୋଲ ଫ୍ରୀ ନମ୍ବର ପ୍ରକାଶ କରାଯିବ। ଯଦି କୌଣସି ମହିଳା ବସ୍ ଭିତରେ ଅସଦଆଚରଣର ଶିକାର ହୁଅନ୍ତି ତେବେ ସେ ଟୋଲ ଫ୍ରୀ ନମ୍ବରରେ ଫୋନ କରିପାରିବେ। ଫଳରେ ମହିଳାଙ୍କୁ ଖୁବ୍ ଶୀଘ୍ର ସୁରକ୍ଷା ଯୋଗାଇ ଦିଆଯିବ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking