37.1 C
Bhubaneswar
Thursday, March 28, 2024
Homeଓଡିଶାଅନୁପ୍ରବେଶକାରୀଙ୍କ ପରିଚୟ ପଦାରେ ପଡିଯିବ ବୋଲି ବିଜେଡି ଭୟଭୀତ କି : ଖାରବେଳ

ଅନୁପ୍ରବେଶକାରୀଙ୍କ ପରିଚୟ ପଦାରେ ପଡିଯିବ ବୋଲି ବିଜେଡି ଭୟଭୀତ କି : ଖାରବେଳ

 ଜନଗଣନାରେ ବ୍ୟକ୍ତିଙ୍କ ଜନ୍ମ ସ୍ଥାନ ଓ ତାଙ୍କ ପିତାଙ୍କ ଜନ୍ମସ୍ଥାନ ନେଇ ବିଜେଡି କାହିଁକି ଚିନ୍ତିତ ଓ
ବିବ୍ରତ ହେଉଛି ବୋଲି ପ୍ରଶ୍ନ
 ଏନପିଆର ମାମଲାରେ କିଛି ନ ଜାଣି ନଈ ନ ଦେଖୁଣୁ କପଡା ଖୋଲିବା ପରିସ୍ଥିତିରେ ପହଂଚି
ଯାଇଛି ବିଜେଡି
 ଓବିସି ମାମଲାରେ ନିଜ ଉପରେ ଥିବା ସାମ୍ବିଧାନିକ ଦାୟିତ୍ୱକୁ ଦୀର୍ଘ ୨୦ ବର୍ଷ ହେଲା ବିଜେଡି
ପାଳନ ନ କରି ମିଛ ନାଟକ କରୁଛି
ଭୁବନେଶ୍ୱର : ଆସନ୍ତା ସଂସଦର ଅଧିବେଶନ ଅବ୍ୟବହିତ ପୂର୍ବରୁ ରାଜ୍ୟ ଶାସକ ବିଜେଡି ତରଫରୁ ଉଠା ଯିବାକୁ ଥିବା ପ୍ରସଙ୍ଗ ମାମଲାରେ ବିଜେଡିକୁ କଟୁ ସମାଲୋଚନା କରିଛନ୍ତି ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଖାରବେଳ ସ୍ୱାଇଁ । ବିଜେଡି ସଂସଦୀୟ ଦଳର ବୈଠକ ପରେ ସାଂସଦ ପିନାକୀ ମିଶ୍ରଙ୍କ ଗଣମାଧ୍ୟମକୁ ସୂଚନା ପରିପ୍ରେକ୍ଷୀରେ ଶ୍ରୀ ସ୍ୱାଇଁ କହିଛନ୍ତି ଯେ, ଓବିସି ମାମଲାରେ ନିଜ ଉପରେ ଥିବା ସାମ୍ବିଧାନିକ ଦାୟିତ୍ୱକୁ ଦୀର୍ଘ ୨୦ ବର୍ଷ ହେଲା ବିଜେଡି ପାଳନ ନ କରି ମିଛ ନାଟକ କରୁଛି । ଜନଗଣନାରେ ବ୍ୟକ୍ତିଙ୍କ ଜନ୍ମ ସ୍ଥାନ ଓ ତାଙ୍କ ପିତାଙ୍କ ଜନ୍ମସ୍ଥାନ ନେଇ ବିଜେଡି କାହିଁକି ଚିନ୍ତିତ ଓ ବିବ୍ରତ ହେଉଛି ? ଏନପିଆର ମାମଲାରେ କିଛି ନ ଜାଣି ନଈ ନ ଦେଖୁଣୁ ବିଜେଡି କପଡା ଖୋଲିବା ପରିସ୍ଥିତିରେ ପହଂଚି ଯାଇଛି । ପ୍ରତି ଦଶ ବର୍ଷରେ ଜନଗଣନା କରାଯାଏ ଓ ଜନଗଣନାର ବିବରଣୀ ପ୍ରସ୍ତୁତି ଏକ ଚିରାଚରିତ ପ୍ରକ୍ରିୟା । ସଂପୃକ୍ତ ବ୍ୟକ୍ତିଙ୍କ ଜନ୍ମ ସ୍ଥାନ ଓ ତାଙ୍କ ପିତାଙ୍କ ଜନ୍ମସ୍ଥାନ ନେଇ ବିଜେଡି କାହିଁକି ଚିନ୍ତିତ ଓ ବିବ୍ରତ ହେଉଛି । ଆଧାର, ଟଙ୍କିକିଆ ଚାଉଳ ନେବା ପାଇଁ, ସ୍କୁଲ କଲେଜ ନାମଲେଖା, ଡ୍ରାଇଭିଙ୍ଗ ଲାଇସେନ୍ସ ଆଦିରେ ବାପା ମାଆଙ୍କ ନାଁ ଦରକାର ପଡେ । ହେଲେ ବିଜେଡି କାହିଁକି ଏନପିଆର ବେଳେ ବାପା ମାଆ ନାଁ ରଖିଲେ ବିରୋଧ କରୁଛି ? ଅନୁପ୍ରବେଶକାରୀଙ୍କ ସମର୍ଥନରେ ଆସି ଅନୁପ୍ରବେଶକାରୀଙ୍କ ପରିଚୟ ପଦାରେ ପଡିଯିବ ବୋଲି ବିଜେଡି ଭୟରେ ଏପରି କହୁଛି କି ବୋଲି ଶ୍ରୀ ସ୍ୱାଇଁ ପ୍ରଶ୍ନ କରିଛନ୍ତି ।
ଶ୍ରୀ ସ୍ୱାଇଁ କହିଛନ୍ତି ଯେ, ସରକାରଙ୍କର ଓବିସି ଓ ଏସଇବିସି ବର୍ଗ ପାଇଁ ପ୍ରତିବଦ୍ଧତା ନଥିବାର ବଳିଷ୍ଠ ପ୍ରମାଣ ସମ୍ବିଧାନର ଧାରା ୧୫(୪) ଓ ୧୬(୪) ବଳରେ କେନ୍ଦ୍ର ସରକାର ଓବିସି ବର୍ଗଙ୍କୁ ଚାକିରି ଓ ଶିକ୍ଷା କ୍ଷେତ୍ରରେ ୨୭ ପ୍ରତିଶତ ସଂରକ୍ଷଣ ସୁବିଧା ଦେଇଛନ୍ତି ।
ଏହାକୁ ମାନ୍ୟବର ଉଚ୍ଚତମ ନ୍ୟାୟାଳୟ ମଧ୍ୟ ବୈଧ ଘୋଷଣା କରିଛନ୍ତି । ଦେଶର ସବୁ ରାଜ୍ୟ ନିଯୁକ୍ତି ଓ ଶିକ୍ଷା କ୍ଷେତ୍ରରେ ଅନ୍ୟୁନ ୨୭ ପ୍ରତିଶତ
ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିଥିବା ବେଳେ କର୍ଣ୍ଣାଟକ, ତାମିଲନାଡୁ, କେରଳ ଓ ବିହାର ଆଦି ରାଜ୍ୟ ପଛୁଆ ଜାତି ଗୁଡିକର ଜନସଂଖ୍ୟାରେ ଅଧିକ ଭାଗ କାରଣରୁ ଅଧିକ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିଛନ୍ତି । ତାମିଲନାଡୁ ଭଳି ରାଜ୍ୟରେ ୫୯ ପ୍ରତିଶତ ସ୍ଥାନ ସଂରକ୍ଷିତ ଥିବା ବେଳେ ଏଥିରୁ ୫୦ ପ୍ରତିଶତ ପଛୁଆ ଜାତିଙ୍କ ପାଇଁ ସଂରକ୍ଷିତ ରହିଛି । ଇନ୍ଦ୍ରା ସ୍ୱହନୀ ଓ ଭାରତ ସରକାରଙ୍କ କେସ ମାମଲାରେ ମାନ୍ୟବର ସୁପ୍ରିମକୋର୍ଟ ବିଶେଷ ପରିସ୍ଥିତିରେ ସ୍ଥାନ ସଂରକ୍ଷଣ ନିଦ୍ଦିଷ୍ଟ ସୀମା ଠାରୁ ଅଧିକ ହୋଇପାରିବ ବୋଲି ରାୟ ଦେଇଛନ୍ତି ।
ମହାରାଷ୍ଟ୍ରର ଦେବେନ୍ଦ୍ର ଫଡନାବିସ ସରକାର ମରଠା କମ୍ୟୁନିଟି ପାଇଁ ୧୬ ପ୍ରତିଶତ ନିଯୁକ୍ତି ଓ ଶିକ୍ଷାରେ ବ୍ୟବସ୍ଥା କରିବା ପରେ ମହାରାଷ୍ଟ୍ରର ସ୍ଥାନ ସଂରକ୍ଷଣ ୬୩ ପ୍ରତିଶତକୁ ବୃଦ୍ଧି ପାଇଥିଲା ଓ ଏହା ମାନ୍ୟବର ବମ୍ବେ ହାଇକୋର୍ଟ ରାଜ୍ୟ ସରକାରଙ୍କର ସୀମା ଉପରେ ବିଶେଷ କାରଣ ଯୋଗୁଁ ସଂରକ୍ଷଣ ବଢାଇବାର ଅଧିକାରକୁ ସମ୍ମତି ପ୍ରଦାନ କରିଥିଲେ । ରାଜ୍ୟରେ ୧୯୯୩ ମସିହା ଠାରୁ ଓଡିଶା ଷ୍ଟେଟ୍ କମିଶନ ଫର୍‌ ବ୍ୟାକୁଆର୍ଡ କ୍ଲାସେସ୍ ଆକ୍ଟ ପାସ୍ ହୋଇଥିଲା । ମାତ୍ର ରାଜ୍ୟ ସରକାରଙ୍କର ପଛୁଆ ଜାତିଙ୍କ ପାଇଁ ସମ୍ବେଦନହୀନତା କାରଣରୁ ଏ ଯାଏ କମିଶନ ଗଠନ ହୋଇ ପାରି ନାହିଁ । ତୁରନ୍ତ ଏହି ବ୍ୟାକୁଆର୍ଡ କ୍ଲାସ୍ କମିଶନ ଗଠନ କରି ବୈଜ୍ଞାନିକ ଓ ତଥ୍ୟ ସମ୍ବଳିତ ରିପୋର୍ଟ ଆଧାରରେ ଜନସଂଖ୍ୟ।।ରେ ଭାଗ ଅନୁସାରେ ଅଧିକ ପ୍ରତିଶତ ନିଯୁକ୍ତି ଓ ଶିକ୍ଷା କ୍ଷେତ୍ରରେ ଅଧିକ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିବାକୁ ପଦକ୍ଷେପ ନେବାକୁ ଶ୍ରୀ ସ୍ୱାଇଁ ଦାବି କରିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ବିଜେପି ରାଜ୍ୟ ସଂପାଦକ ଶ୍ରୀ ଯତିନ ମହାନ୍ତି ଉପସ୍ଥିତ ଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking