30.1 C
Bhubaneswar
Monday, May 6, 2024
Homeଦେଶ ବିଦେଶଉତ୍ତରପ୍ରଦେଶରୁ ମିଳିଲା ଡେଲ୍‌ଟାଠାରୁ ଘାତକ କପ୍‌ପା ଭାରିଆଣ୍ଟ୍

ଉତ୍ତରପ୍ରଦେଶରୁ ମିଳିଲା ଡେଲ୍‌ଟାଠାରୁ ଘାତକ କପ୍‌ପା ଭାରିଆଣ୍ଟ୍

ଲକ୍ଷ୍ନୌ:  ଉତ୍ତରପ୍ରଦେଶରେ କରୋନାର ଏକ ନୂଆ ଭାରିଆଣ୍ଟ୍ କପ୍‌ପା ଭାରିଆଣ୍ଟ୍‌ର ମାମଲା ସାମ୍ନାକୁ ଆସିଛି । ଉତ୍ତରପ୍ରଦେଶରେ ୧୦୯ଟି ସାମ୍ପଲ୍‌ର ଜିନୋମ୍ ସିକ୍ୱେନ୍ସିଂ ପରୀକ୍ଷଣ କରାଯାଇଥିଲା । ଏହି ୧୦୯ ସାମ୍ପଲ୍ ମଧ୍ୟରୁ ଦୁଇଟିରେ କପ୍‌ପା ଭାରିଆଣ୍ଟ୍ ମିଳିଥିବା ସରକାରୀ ସୂତ୍ରରୁ ଜଣାପଡ଼ିଛି । ଏହି ପ୍ରକାରର ମାମଲା ପୂର୍ବରୁ ମଧ୍ୟ ଆସିଛି । ଆଜି ଚିହ୍ନଟ ଦୁଇଜଣଙ୍କ ଯାତ୍ରା ବିବରଣୀର ତଲାସ ଜାରିରହିଛି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ କମିଟି ବୈଠକରେ ବରିଷ୍ଠ ଅଧିକାରୀମାନେ ଆଜି ଏହି ମାମଲା ବିଷୟରେ ସ୍ପଷ୍ଟ କରିଛନ୍ତି । ପୂର୍ବରୁ ଉତ୍ତରପ୍ରଦେଶର ସନ୍ତକବୀର ଜିଲ୍ଲାର ୬୫ ବର୍ଷୀୟ ରୋଗୀଙ୍କ ଦେହରେ ଏହି ଭାରିଆଣ୍ଟ୍ ମିଳିଥିଲା ।

ଗୋରଖପୁରରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଗତ ଜୁନ୍‌ରେ ଦେହାନ୍ତ ହୋଇଯାଇଥିଲା । ଏହାକୁ ଡେଲ୍‌ଟା ଭାଇରସ୍‌ଠାରୁ ଅଧିକ ଭୟଙ୍କର କୁହାଯାଉଥିବା ବେଳେ ଏହାକୁ ନେଇ ଭୟଭୀତ ନହେବା ପାଇଁ ରାଜ୍ୟର ମୁଖ୍ୟ ସଚିବ (ସ୍ୱାସ୍ଥ୍ୟ) ଅମିତ ମୋହନ ପ୍ରସାଦ କହିଛନ୍ତି । ଏହା କରୋନା ଭାଇରସ୍‌ର ଏକ ସାମାନ୍ୟ ସ୍ୱରୁପ ଓ ଏହି ରୋଗରୁ ଆରୋଗ୍ୟ ଲାଭ କରାଯାଇପାରିବ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ ଯେ କପ୍‌ପା ଭାଇରାଣ୍ଟ ୩୦ଟି ଦେଶରେ ଦେଖାଯାଇଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏହି ଭାଇରାଣ୍ଟ୍‌କୁ ଭାରିଆଣ୍ଟ୍ ଅଫ୍ କନ୍‌ସର୍ଣ୍ଣ  ବୋଲି କହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking