38.1 C
Bhubaneswar
Friday, April 26, 2024
Homeଦେଶ ବିଦେଶଚାରିଧାମ ଯାତ୍ରା ଉପରେ ଲାଗିଥିବା କଟକଣା ବଢ଼ିଲା

ଚାରିଧାମ ଯାତ୍ରା ଉପରେ ଲାଗିଥିବା କଟକଣା ବଢ଼ିଲା

ଡେରାଡୁନ:  ଚାରିଧାମ ଯାତ୍ରା ଉପରେ ଲାଗିଥିବା କଟକଣା ଅବଧିକୁ ଉତ୍ତରାଖଣ୍ଡ ହାଇକୋର୍ଟ ଜୁଲାଇ ୨୮ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ରାଜ୍ୟ କ୍ୟାବିନେଟର ନିଷ୍ପତ୍ତି ଅନୁସାରେ ଜୁନ୍ ୨୮ରେ ହାଇକୋର୍ଟ ସୀମିତ ସଂଖ୍ୟକ ତୀର୍ଥଯାତ୍ରୀଙ୍କୁ ଚାରିଧାମ ଯାତ୍ରା ପାଇଁ ଅନୁମତି ଦେଇଥିଲେ । ଏହା ସହିତ ଚାରିଧାମ ମନ୍ଦିରର ଲାଇଭ୍ ଷ୍ଟ୍ରିମିଂ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ । କରୋନା ସ୍ଥିତିର ଗମ୍ଭୀରତାକୁ ଦୃଷ୍ଟିରେ ରଖି ସରକାରଙ୍କ ନିଷ୍ପତ୍ତିକୁ ହାଇକୋର୍ଟଙ୍କ ଦ୍ୱାରା ଧାର୍ଯ୍ୟ କରାଯାଇଛି । ଏହି ସମୟରେ ଉତ୍ତରାଖଣ୍ଡ ସରକାର ମଙ୍ଗଳବାର ଦିନ ଚାରିଧାମ ଯାତ୍ରାରେ ରୋକ ଲଗାଇବାକୁ ନେଇ ହାଇକୋର୍ଟଙ୍କ ରାୟ ବିରୋଧରେ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇ ସ୍ପେଶାଲ ଲିଭ ପିଟିସନ୍ (ଏସପିଏଲ) ଦାଖଲ କରିଥିଲେ ।

ଏହାପୂର୍ବରୁ ଜୁନ୍ ୨୫ରେ ରାଜ୍ୟ କ୍ୟାବିନେଟ ଜୁଲାଇ ୧ରୁ ସୀମିତ ସଂଖ୍ୟାରେ ସ୍ଥାନୀୟ ଲୋକଙ୍କ ପାଇଁ ଚାରିଧାମ ଯାତ୍ରା ଆଂଶିକ ଖୋଲିବାକୁ ନିଷ୍ପତ୍ତି ନେଇଥିଲେ । ଯେଉଁଥିରେ ସ୍ଥିର ହୋଇଥିଲା ଯେ ଚମୋଲି, ଉତ୍ତରକାଶୀ ଏବଂ ରୁଦ୍ରପ୍ରୟାଗ ଜିଲ୍ଲାର ବାସିନ୍ଦାଙ୍କ ପାଇଁ ଏହି ଯାତ୍ରା ଖୋଲା ରହିବ । ପ୍ରତିଦିନ ମନ୍ଦିର ପରିଦର୍ଶନ କରିବାକୁ ଅଳ୍ପ ସଂଖ୍ୟକ ତୀର୍ଥଯାତ୍ରୀ ଆସିବେ । ତିନୋଟି ଜିଲ୍ଲାର ଲୋକଙ୍କ ପାଇଁ ତୀର୍ଥଯାତ୍ରା ପାଇଁ ନିର୍ଦ୍ଦେଶାବଳୀ ରାଜ୍ୟ ସରକାର ଜାରି କରିଥିଲେ । ଜଣେ ସରକାରୀ ମୁଖପାତ୍ର କହିଛନ୍ତି ଯେ ଏହି ଧାମକୁ କେବଳ ଚମୋଲି, ଉତ୍ତରକାଶୀ ଏବଂ ରୁଦ୍ରପ୍ରୟାଗରୁ ତୀର୍ଥଯାତ୍ରୀଙ୍କୁ ଆସିବାକୁ ଅନୁମତି ଦିଆଯାଇଛି । ଉତ୍ତରାଖଣ୍ଡରେ ଚାରିଟି ତୀର୍ଥସ୍ଥାନ ରହିଛି । ସେଗୁଡିକ ହେଉଛି, ବଦ୍ରିନାଥ, କେଦାରନାଥ, ଯମୁନୋତ୍ରୀ ଏବଂ ଗଙ୍ଗୋତ୍ରୀ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking