37.1 C
Bhubaneswar
Thursday, March 28, 2024
Homeଓଡିଶାସମ୍ପୂର୍ଣ୍ଣ ସୁସ୍ଥହେଲେ ମହାପ୍ରଭୁ : ନବଯୌବନ ଦର୍ଶନରୁ ବଞ୍ଚିତ ହେଲେ ଭକ୍ତ

ସମ୍ପୂର୍ଣ୍ଣ ସୁସ୍ଥହେଲେ ମହାପ୍ରଭୁ : ନବଯୌବନ ଦର୍ଶନରୁ ବଞ୍ଚିତ ହେଲେ ଭକ୍ତ

ପୁରୀ:  ଆଷାଢ଼ ଅମାବାସ୍ୟା ତିଥିରେ ଶ୍ରୀଜିଉଙ୍କ ନେତ୍ରୋତ୍ସବ ଓ ନବଯୌବନ ଦର୍ଶନ ପାରମ୍ପରିକ ବିଧିବିଧାନ ଅନୁଯାୟୀ ଅନୁଷ୍ଠିତ ହୋଇଛି । କୋଭିଡ୍ କଟକଣା ଯୋଗୁଁ ଭକ୍ତମାନେ ନବଯୌବନ ଦର୍ଶନ କରିବାର ସୁଯୋଗ ପାଇନାହାନ୍ତି । ଗୁରୁବାର ରାତି ୧୨ଟାରେ ବନକଲାଗି ସାରି ଦତ୍ତ ମହାପାତ୍ର ବାହାରିଥିଲେ । ୧୨ଟା ୫ମିନିଟ୍‌ରେ ଚକା ଅପସର ଶେଷହୋଇ ୧୨ଟା ୨୦ମିନିଟ୍‌ରେ ଜୟବିଜୟ ଦ୍ୱାର ଖୋଲିଥିଲା । ୧୨ଟା ୩୦ମିନିଟ୍‌ରେ ମଙ୍ଗଳ ଆଳତି, ୧୨ଟା ୪୦ମିନିଟ୍‌ରେ ଅବକାଶ ପୂଜାଠା, ୧୨ଟା ୪୫ମିନିଟ୍‌ରେ ମଇଲମ, ୧୨ଟା ୫୦ମିନିଟ୍‌ରୁ ୧ଟା ୫ମିନିଟ୍ ମଧ୍ୟରେ ଅବକାଶ ନୀତି ଶେଷହୋଇ ୧ଟା ୧୫ମିନିଟ୍‌ରେ ତାଟି ଫିଟିଥିଲା । ୧ଟା ୫୦ମିନିଟ୍‌ରେ ଦଇତାପତିଙ୍କ ଦ୍ୱାରା ସର୍ବାଙ୍ଗ ହୋଇଥିବାବେଳେ ୨ଟା ୧୫ମିନିଟ୍‌ରେ ନେତ୍ରୋତ୍ସବ ବନ୍ଦାପନା କରାଯାଇଥିଲା ।

୨ଟା ୩୦ମିନିଟ୍‌ରେ ରୋଷହୋମ, ୨ଟା ୪୦ମିନିଟ୍‌ରେ ରାଜନୀତି, ୨ଟା ୫୫ମିନିଟ୍‌ରେ ବନ୍ଦାପନା, ରାତ୍ର ୩ଟାରେ ମଇଲମ, ଭୋର୍ ୪ଟାରେ ଯାତ୍ରାଙ୍ଗୀ ମହାସ୍ନାନ, ୪ଟା ୨୫ମିନିଟ୍‌ରେ ଘଣ୍ଟଛତା ସର୍ବାଙ୍ଗ, ୪ଟା ୩୫ମିନିଟ୍‌ରେ ବେଶ, ୪ଟା ୪୫ମିନିଟ୍‌ରେ ସୂର୍ଯ୍ୟପୂଜା ଓ ୪ଟା ୫୫ମିନିଟ୍‌ରେ ଦ୍ୱାରପାଳ ପୂଜା ଶେଷ ହୋଇଥିଲା । ସକାଳ ୬ଟା ୧୫ମିନିଟ୍‌ରେ ସୂର୍ଯ୍ୟପୂଜା, ୬ଟା ୩୦ମିନିଟ୍‌ରେ ଦ୍ୱାରପାଳ ପୂଜା, ୬ଟା ୫୫ମିନିଟ୍‌ରେ ଗୋପାଳ ବଲ୍ଲଭ ପୂଜା ଶେଷ ହୋଇଥିଲା ।

୭ଟା ୧୫ମିନିଟ୍‌ରେ ସକାଳଧୂପ ପାଇଁ ଡକରା ଯାଇଥିଲା ଏବଂ ୭ଟା ୩୦ମିନିଟ୍‌ରେ ଆରମ୍ଭ ହୋଇଥିଲା ସକାଳ ଧୂପ ପୂଜା । ୭ଟା ୨୫ମିନିଟ୍‌ରେ ଭୋଗମଣ୍ଡପ ଉଠିଥିବାବେଳେ ୮ଟା ୧୦ମିନିଟ୍‌ରେ ସକାଳ ଧୂପ ଶେଷ ହୋଇଥିଲା । ୯ଟା ୫ମିନିଟ୍ ମଧ୍ୟରେ ଭୋଗମଣ୍ଡପ ଶେଷହୋଇ ୯ଟା ୩୦ମିନିଟ୍‌ରେ ମଧ୍ୟାହ୍ନ ଧୂପ ଡାକି ଯାଇଥିଲା । ୯ଟା ୪୫ମିନିଟ୍‌ରେ ଆରମ୍ଭ ହୋଇଥିଲା ମଧ୍ୟାହ୍ନ ଧୂପ ପୂଜା । ୧୦ଟା ୫ମିନିଟ୍‌ରେ ଟେରା ପଡ଼ିଥିଲା ଓ ୧୦ଟା ୧୫ମିନିଟ୍‌ରେ ମଧ୍ୟାହ୍ନ ଧୂପ ଶେଷ ହୋଇଥିବା ଶ୍ରୀ ମନ୍ଦିର କାର୍ଯ୍ୟାଳୟ ସୂତ୍ରରୁ ଜଣାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking