37.1 C
Bhubaneswar
Sunday, May 5, 2024
Homeଅପରାଧବିଲରୁ ମିଳିଲା ମୃତଦେହ

ବିଲରୁ ମିଳିଲା ମୃତଦେହ

ଉତ୍ତରପ୍ରଦେଶ : ଉତ୍ତପ୍ରଦେଶର ଚନ୍ଦୋଲି ଠାରେ ଜଣେ ଯୁବକର ଶବ ମିଳିଥିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳାଇ ଦେଇଛି । ଯୁବକ ଜଣକ ଶବ ଗାଁ ବାହାରେ ଏକ ବିଲ ମଝିରେ ପଡିଥିଲା । ସୂଚନାପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା ଓ ଶବ ଚାରିପାଖରେ ଅନେକ ଖାଲି ମଦ ବୋତଲ ପଡିଥିବାର ଦେଖିଥିଲା । ମୃତକର ପରିବାରବର୍ଗଙ୍କ କହିବା ଅନୁସାରେ ତାଙ୍କ ପୁଅକୁ ହତ୍ୟା କରାଯାଇ ବିଲରେ ଫୋପାଡି ଦିଆହୋଇଛି ।

ଏହି ଘଟଣାଟି ଚନ୍ଦୋଲିର ଶାହାବଗଞ୍ଜ ଅଞ୍ଚଳରେ ଘଟିଛି । ବିଲ ପାଖ ଦେଇ ଯାଉଥିବା ଗ୍ରାମବାସୀମାନେ ବିଲରେ ଏକ ଯୁବକର ମୃତ ଦେହ ପଡିଥିବାର ଦେଖିଥିଲେ । ଗ୍ରାମବାସୀମାନେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ ।

ପୋଲିସ ପହଞ୍ଚି ଯୁବକ ଜଣକୁ ଚିହ୍ନଟ କରାଇଥିଲା । ସେ ଅମାଓ ଗ୍ରାମର ୨୫ ବର୍ଷିୟ କୁଷ ଚୌହାନ । ପୋଲିସ ଏହାପରେ ଶବକୁ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଥିଲା ଓ ଏକ ମାମଲା ରୁଜୁ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା । ପରିବାରବର୍ଗ ଏହା ଆରୋପ ଲଗାଇଛନ୍ତି ଯେ, ତାଙ୍କ ପୁଅକୁ ହତ୍ୟା କରାଯାଇଛି । ଏହାସହ ସେମାନେ ତୁରନ୍ତ ଏହି ମାମଲାର ଯାଞ୍ଚକରି ଦୋଷୀକୁ ଧରିବା ପାଇଁ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking