34.1 C
Bhubaneswar
Thursday, April 25, 2024
Homeଓଡିଶାସନ୍ଧ୍ୟା ସୁଦ୍ଧା କଂଗ୍ରେସ ପ୍ରାର୍ଥୀ

ସନ୍ଧ୍ୟା ସୁଦ୍ଧା କଂଗ୍ରେସ ପ୍ରାର୍ଥୀ

ଭୁବନେଶ୍ୱର: ଆଜି ସନ୍ଧ୍ୟା ସୁଦ୍ଧା ପିପିଲି ପାଇଁ ପ୍ରାର୍ଥୀ ଘୋଷଣା କରିବ କଂଗ୍ରେସ । ଏନେଇ ସୂଚନା ଦେଇଛନ୍ତି କଂଗ୍ରେସ କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ । ଅଜିତଙ୍କ ପରିବାରରୁ ପ୍ରାର୍ଥୀ କରିବାକୁ ଚାହୁଁଥିଲୁ, ସେମାନେ ମନା କରିଛନ୍ତି । ପ୍ଲାନ ଏ ଆମର ଫେଲ ମାରିଛି, ପ୍ଲାନ ବି କାର୍ଯକାରୀ କରିବୁ ବୋଲି ସେ କହିଛନ୍ତି ।

ତେବେ କରୋନାରେ ସଂକ୍ରମିତ ହୋଇ କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ବିୟୋଗ ପରେ ପିିପିଲି ଉପନିର୍ବାଚନକୁ ବନ୍ଦ ପାଇଁ ଘୋଷଣା ହୋଇଥିଲା । ନିର୍ବାଚନ କମିଶନ ପିପିଲି ଉପନିର୍ବାଚନ ବନ୍ଦ ନେଇ ଘୋଷଣା କରିଥିଲେ । ପରେ ପୁଣି ଉପନିର୍ବାଚନ ପାଇଁ ସାନି ତାରିଖ ଘୋଷଣା ହୋଇଛି । ବିଜ୍ଞପ୍ତି ଅନୁସାରେ, ମେ’ ୧୩ ତାରିଖରେ ପିପିଲି ଉପନିର୍ବାଚନ ଲାଗି ଭୋଟ୍ ଗ୍ରହଣ ହେବ । ୨୬ ତାରିଖ ସୁଦ୍ଧା ନାମାଙ୍କନପତ୍ର ଦାଖଲ କରିବେ କଂଗ୍ରେସ ପ୍ରାର୍ଥୀ ।  ୨୭ରେ ନାମାଙ୍କନପତ୍ର ଯାଞ୍ଚ ହେବ । ୨୯ ସୁଦ୍ଧା ପ୍ରାର୍ଥିପତ୍ର ପ୍ରତ୍ୟାହାର କରି ହେବ । ମେ’ ୧୩ରେ ଭୋଟ୍ ଗ୍ରହଣ ପରେ ୧୮ ସୁଦ୍ଧା ସରିବ ନିର୍ବାଚନ ପ୍ରକ୍ରିୟା । ସକାଳ ୭ଟାରୁ ସନ୍ଧ୍ୟା ୬ଟା ଯାଏ ମତାନ ହେବ । ବିଜେଡି ଟିକେଟରୁ ଦିବଙ୍ଗତ ବିଧାୟକ ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ର ମହାରଥୀ ଲଢ଼ୁଥିବା ବେଳେ ବିଜେପି ପକ୍ଷରୁ ଆଶ୍ରିତ ପଟ୍ଟନାୟକ ମୈଦାନରେ ଅଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking