29.1 C
Bhubaneswar
Wednesday, May 8, 2024
Homeଦେଶ ବିଦେଶଟ୍ରେନ ଧକ୍କାରେ ୫ ମୃତ

ଟ୍ରେନ ଧକ୍କାରେ ୫ ମୃତ

ଶାହଜାହାନପୁରର : ଉତ୍ତପ୍ରଦେଶର ଶାହାଜାହାନପୁର ଠାରେ ଏକ ଟ୍ରକ ଟ୍ରେନ ସହ ଟକ୍କର ମାରିବା କାରଣରୁ ୫ ଜଣ ଲୋକଙ୍କ ମୃତ୍ୟୁ ହୋଇଛି । ଆଜି ସକାଳେ ଶହାଜାହାନପୁର ଜିଲ୍ଲାରେ ରେଲୱେ କ୍ରସିଙ୍ଗର ଫାଟକ ଖୋଲା ଥିବାରୁ ଟ୍ରେନଟି ଦ୍ରୃତ ଗତିରେ ଆସି ଅନେକ ଗାଡି ସହ ଧକ୍କା ହୋଇଯାଇଥିଲା । ସେହି ଗାଡି ମଧ୍ୟରୁ ଗୋଟିଏ ଟ୍ରକ ଟ୍ରେନରେ ବାଜି ୫ ଜଣଙ୍କ ମୃତ୍ୟୁ ହୋଇଛି । ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି ଓ ମୃତକଙ୍କ ପରିବାରଙ୍କୁ ୨-୨ ଲକ୍ଷ ଟଙ୍କାର ସହାୟତା ରାଶି ଯୋଗାଇ ଦେବାକୁ ଘୋଷଣା କରିଛନ୍ତି ।

ପୋଲିସ ଅଧୀକ୍ଷକ ସଞ୍ଜୀବ ବାଜପେୟୀଙ୍କ ସୂଚନା ଅନୁସାରେ , ଚଣ୍ଡିଗଡ ଏକ୍ସପ୍ରେସ ଟ୍ରେନଟି ଯେତେବେଳେ ମୀରାପୁର କଟରା ରେଳ ଷ୍ଟେଶନରେ ପହଞ୍ଚିଥିଲା ସେଠାରେ କିଛି ଗାଡି ସହିତ ଟ୍ରେନ ଟି ଧକ୍କା ହୋଇଯାଇଥିଲା ଓ ଟ୍ରେନ ଟି ଲାଇନଚ୍ୟୁତ ହୋଇଯାଇଥିଲା । ଏହି ଘଟଣାରେ ୫ ଜଣଙ୍କର ମୃତ୍ୟୁ ହେବା ସହିତ ଅନେକ ଗୁରୁତର ଅବସ୍ଥାରେ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି ଓ ଏହି ଘଟଣାସ୍ଥଳରୁ ଆଉ ମୃତ ଦେହ ଉଦ୍ଧାର କରାଯାଇପାରେ ବୋଲି ଆଶଙ୍କା କରାଯାଉଛି ।

ତେବେ ଏହି ଘଟଣା କିପରି ହେଲା ଓ ଫାଟକ ବନ୍ଦ ହେବା ପାଇଁ ସିଗନାଲ ମିଳିଥିଲା କି ନାହିଁ ଏହାର ଯାଞ୍ଚ କରାଯାଉଛି । ଘଟଣାସ୍ଥଳରେ ପୋଲିସ କର୍ମଚାରୀ ,ଅଧିକ୍ଷକଙ୍କ ସହ ରେଳ କର୍ମଚାରୀ ଓ ପ୍ରଶାସନିକ ଅଧିକାରୀ ଉପସ୍ଥିତ ଅଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking