30.1 C
Bhubaneswar
Monday, May 20, 2024
Homeକରୋନା୧୮ ବର୍ଷରୁ ଅଧିକ ବୟସର ବ୍ୟକ୍ତି ଟିକା ପାଇଁ ଶନିବାରଠୁ କରିପାରିବେ ପଂଜୀକରଣ

୧୮ ବର୍ଷରୁ ଅଧିକ ବୟସର ବ୍ୟକ୍ତି ଟିକା ପାଇଁ ଶନିବାରଠୁ କରିପାରିବେ ପଂଜୀକରଣ

ନୂଆଦିଲ୍ଲୀ: ୧ ମେ ରୁ କରୋନା ବିରୋଧରେ ଟିକାକରଣର ତୃତୀୟ ପର୍ଯ୍ୟାୟ ପାଇଁ ୧୮ ବର୍ଷରୁ ଅଧିକ ବୟସର ବ୍ୟକ୍ତିଙ୍କ ପାଇଁ ଟିକାକରଣ ଆରମ୍ଭ ହେଉଛି । ଏତିପାଇଁ ଗୁରୁବାର ଘୋଷଣା ହୋଇଥିବା ୧୮ ବର୍ଷରୁ ଅଧିକ ବର୍ଷର ପ୍ରତ୍ୟେକ ବ୍ୟକ୍ତି କରୋନା ଟିକା ପାଇଁ ଶନିବାରଠାରୁ କୋୱିନ ଆପରେ ପଂଜିକରଣ କରିପାରିବେ ।
କହିରଖୁଛୁ ଯେ, ସରକାର ସୋମବାର ଘୋଷଣା କରିଥିଲେ, ଭାରତର ଟିକାକରଣ ଡ୍ରାଇଭର ତୃତୀୟ ପର୍ଯ୍ୟାୟରେ ମେ ୧ରୁ ୧୮ ବର୍ଷରୁ ଅଧିକ ବୟସର ଲୋକେ ଟିକା ନେଇପାରିବେ । ଏହାପୂର୍ବରୁ କେବଳ ୪୫ ବର୍ଷରୁ ଉର୍ଦ୍ଧ୍ୱ ବୟସର ବ୍ୟକ୍ତିଙ୍କୁ ଟିକାକରଣ ପାଇଁ ଅନୁମତି ଥିଲା ।
କୋଭିଡ ଭ୍ୟାକ୍ସିନର ମୂଲ୍ୟ ନେଇ ଏକ ନୂଆ ଘୋଷଣା ବି ହୋଇସାରିଛି । ବୁଧବାର ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ ଘୋଷଣା କରିଛି ଯେ, ରାଜ୍ୟଗୁଡିକୁ ତୃତୀୟ ପର୍ଯ୍ୟାୟ ପାଇଁ କୋଭିସିଲ୍ଡ ଡୋଜ୍ ପିଛା ୪୦୦ ଟଙ୍କାରେ ଦିଆଯିବ । ଘରୋଇ ହସ୍ପିଟାଲମାନେ ଏହି ଡୋଜ୍ ୬୦୦ ଟଙ୍କାରେ ମିଳିବ ।
ଭ୍ୟାକ୍ସିନ ପ୍ରସ୍ତୁତକାରୀ କମ୍ପାନୀ କହିଛନ୍ତି ଯେ, ୩ୟ ପର୍ଯ୍ୟାୟ ପାଇଁ ସମୁଦାୟ ଉତ୍ପାଦନର ୫୦ ପ୍ରତିଶତ ରାଜ୍ୟଗୁଡିକୁ ପ୍ରତି ଡୋଜ୍ ୪୦୦ ଟଙ୍କା ମୂଲ୍ୟରେ ଓ ଘରୋଇ ହସ୍ପିଟାଲକୁ କୋଭିସିଲ୍ଡର ପ୍ରତି ଡୋଜ୍ ୬୦୦ ଟଙ୍କାରେ ଦିଆଯିବ ।
କହିରଖୁଛୁ ଯେ, ଗୁରୁବାର ଗତ ୨୪ ଘଣ୍ଟାରେ କୋଭିଡ ସଂକ୍ରମିତ ଜନିତ ମାମଲା ୩ ଲକ୍ଷ ପାର୍ କରିଛି । ଗୁରୁବାର ସକାଳ ପର୍ଯ୍ୟନ୍ତ ୨୪ ଘଣ୍ଟା ମଧ୍ୟରେ ୩୧୪୮୩୫ ନୂଆ ମାମଲା ରେକର୍ଡ ହୋଇଛି । ଯାହାକୁ ମିଶାଇ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୫୯ ଲକ୍ଷ ପାର୍ କରି ୧୫୯୩୦୯୬୫ ହୋଇଛି । ସାରାଦେଶରେ ୨୧୦୪ଜଣଙ୍କ ମୃତ୍ୟୁ ହୋଇଛି ।

କୋୱିନ ୱେବସାଇଟକୁ ଯାଇ ପଂଜିକରଣ କରନ୍ତୁ
ପରେ ମୋବାଇଲ ନମ୍ବର ଦେଇ ଓଟିପି ଦିଅନ୍ତୁ । ପରେ ଏହାକୁ ଭେରିଫାଏ କରନ୍ତୁ
ଟିକାକରଣ ପୃଷ୍ଠାରେ ସମସ୍ତ ତଥ୍ୟ ଦିଅନ୍ତୁ । ଫଟୋ ପରିଚୟ ପତ୍ର, ନାମ, ଲିଙ୍ଗ, ଜନ୍ମ ତାରିଖ । ପରେ ପଂଜିକରଣ ଉପରେ କ୍ଲିକ କରନ୍ତୁ
ପଜିଂକରଣ ହେଲା ପରେ ଆପଣ ଆପଏଣ୍ଟମେଣ୍ଟ ପାଇଁ ସେଡ୍ୟୁଲ ପାଇବେ । ସେଡ୍ୟୁଲ ଉପରେ କ୍ଲିକ କରି ଟିକା ନେବାକୁ ଥିବା ବ୍ୟକ୍ତିଙ୍କ ନାମ ରେ କ୍ଲିକ କରନ୍ତୁ
ପିନକୋଡ ଦିଅନ୍ତୁ । କେନ୍ଦ୍ରର ପିନ କୋଡ୍ ସୋ କରିବ । ପରେ ତାରିଖ ଓ ସମୟ ବାଛି କ୍ଲିକ କରନ୍ତୁ
ଲଗଇନରେ ଆପଣ ୪ ଜଣଙ୍କ ନାମ ଯୋଗ କରିପାରିବେ ।
ଆରୋଗ୍ୟ ସେତୁ ଆପରେ ପଂଜିକରଣ
ଆରୋଗ୍ୟ ସେଚୁ ଆପକୁ ଯାଇ କୋୱିନ ଟ୍ୟାବ ଉପରେ କ୍ଲିକ କରନ୍ତୁ
ଟିକାକରଣ ପଂଜିକରଣ କରି ପୋନ ନମ୍ବର ଦେଇ ଓଟିପି ପାଆନ୍ତୁ
ପରେ କ୍ଲିକ ଅନ ଭେରିଫାଏ କରନ୍ତୁ । ପରେ ଆପଣ ଟିକାକରଣ ପୃଷ୍ଠାରେ ପଂହଚିବେ
କୋୱିନ ପୋର୍ଟାଲ ଗାଇଡକୁ ଅନୁସରଣ କରନ୍ତୁ
ପ୍ରତି ନାଗରିକ ୨ଟି ସଟସ ଟିକାକରଣ ପାଇଁ ନେଇପାରିବେ । କୋୱିନ ପୋର୍ଟାଲ ଦ୍ୱିତୀୟ ଡୋଜ୍ କୋଭାକ୍ସିନ ଟିକା ୨୮ ରୁ ୪୨ ଦିନ ମଧ୍ୟରେ ନେବା ପାଇଁ କହିଥାଏ ପ୍ରଥମ ଡୋଜ୍ ଟିକା ନେବା ପରେ । କୋଭିସିଲ୍ଡ ଟିକାର ଦ୍ୱିତୀୟ ଡୋଜ୍ ୨୮ରୁ ୫୬ ଦିନ ମଧ୍ୟରେ ନେବା ଦରକାର ପ୍ରଥମ ଡୋଜ୍ ନେବା ପରେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking