30.1 C
Bhubaneswar
Sunday, May 19, 2024
Homeଓଡିଶାଯୌତୁକ ନିର୍ଯ୍ୟାତନାରୁ ବଧୂ ହତ୍ୟା ଅଭିଯୋଗ

ଯୌତୁକ ନିର୍ଯ୍ୟାତନାରୁ ବଧୂ ହତ୍ୟା ଅଭିଯୋଗ

ନୟାଗଡ : ନୟାଗଡ ଜିଲ୍ଲା ଇଟାମାଟି ଥାନା ଅନ୍ତର୍ଗତ ନାଗପୁର ଗ୍ରାମରେ ବସବାସ କରନ୍ତି ଅଶୋକ କୁମାର ସାହୁ ଓ ତାଙ୍କ ପରିବାର । ହିନ୍ଦୁ ରୀତି ନୀତି ପ୍ରଥା ଅନୁଯାଇ ଅଶୋକ କୁମାର ସାହୁ ତାଙ୍କର ବଡ଼ ଝିଅ ସସ୍ମିତା କୁମାରୀ ସାହୁଙ୍କୁ 3-3-2020ରିଖରେ ରଣପୁର ଥାନା ଅଧିନସ୍ତ ରଙ୍କଦେଉଳି ଗ୍ରାମର ଶ୍ରୀ ଗୋଲକ ବିହାରୀ ସାହୁଙ୍କ ଏକ ମାତ୍ର ପୁତ୍ର ଦୀପକ କୁମାର ସାହୁଙ୍କ ସହିତ ଉଭୟ ପରିବାର ଓ ବନ୍ଧୁ ବର୍ଗଙ୍କ ଉପସ୍ଥିତରେ ବିବାହ କାର୍ଯ୍ୟକ୍ରମ ସମ୍ପର୍ଣ କରିଥିଲେ । ବିବାହ ସମୟରେ ବର ପକ୍ଷ ଦାବୀ ମୁତାବକ 80ହଜାର ଟଙ୍କା ସହ ଜାନି ଯୌତୁକ ଦେଇଥିଲେ । ବିବାହର ୧ମାସ ଠିକ ଠାକ ଚାଲି ଥିବାବେଳେ ସ୍ୱାମୀ ଦୀପକ କୁମାର ସାହୁ ସେନା ବାହିନୀରେ ଚାକିରୀ କରିଥିବା ଯୋଗୁଁ ୧ମାସ ପରେ ଚାକିରୀରେ ଯୋଗଦେବା ପାଇଁ ଚାଲି ଯାଇଥିଲେ ।

ବିବାହବେଳେ ଦିଆଯାଇ ଥିବା ଯୌତୁକରେ ଗୋଲକ ବିହାରୀ ଓ ତାଙ୍କ ସ୍ତ୍ରୀ ଓ ସସ୍ମିତାଙ୍କ ନଣନ୍ଦ ସନ୍ତୁଷ୍ଟ ନହୋଇ ଆଉ ୩ଲକ୍ଷ ଟଙ୍କା ସସ୍ମିତାଙ୍କୁ ବାପ ଘରୁ ଆଣିବା ପାଇଁ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଆରମ୍ଭ କରିଥିଲେ।  ବିଭିନ୍ନ ସମୟରେ ନାନା କଥା ମୋ ଶାଶୂ ଘର ଲୋକେ କହନ୍ତି ବୋଲି ଫୋନ ମାଧ୍ୟମରେ ବାପାଙ୍କୁ ସବୁ କହନ୍ତି । ଦୀପକ ବେଳେବେଳେ ସସ୍ମିତାଙ୍କୁ ଗାଳି ଗୁଲଜ କରନ୍ତି ଏକଥା ସସ୍ମିତାଙ୍କ ଠାରୁ ବାପା ଓ ଭାଇ ପତିତପାବନ ନିଜେ ଯାଇ ଟଙ୍କା ବିଷୟରେ କଥା ହୋଇ 4/6ମାସ ସମୟ ମାଗି ଆସିଥିଲେ। ଏଥିରେ ଶାଶୁ, ଶଶୁର ଓ ନଣଦଙ୍କ ଲୋଭ ବଢିଲା ଯେ, ଆରମ୍ଭ ହେଲା ସସ୍ମିତାଙ୍କ ଉପରେ ନାନା ନିର୍ଯାତନା। ନିର୍ଯାତନା ସହ୍ୟ କରି ନପାରି ଫୋନ ଦ୍ୱାରା ଜଣାଇଲେ ସସ୍ମିତା ।  ବାପ ଓ ଭାଇଙ୍କୁ,ଏପରି ଭାବେ ନିର୍ଯାତନା ବଢିଲା,20ଦିନ ଛୁଟି ନେଇ ଆସିଲେ ସ୍ୱାମୀ ଦୀପକ, ଦୀପକ ଆସି ସବୁକଥା ଜାଣି ମଧ୍ୟ ଅଜଣା ରହୁଥିଲେ, ଏକଥା ସସ୍ମିତା ଜାଣିପାରି ବାପା ଓ ଭାଇଙ୍କୁ ଫୋନ କରି କହିଥିଲେ ।

ବାପା ମୁ ଏଠାରେ ଶାନ୍ତି ରେ ନାହିଁ ମୋତେ ଏଠାରୁ ନେଇ ଯାଅ, ନହେଲେ ସେମାନେ ମତେ ମାରିଦେବେ ।  ତୁମେ ଶୀଘ୍ର ଆସ, ଏକଥା ଶୁଣି ସସ୍ମିତାଙ୍କ ବାପା ଭାଇ, ଦାଦା ଘରେ ପହଁଚିଲା ବେଳକୁ ସ୍ୱାମୀ ଦୀପକ ଫୋନ କରି କହିଥିଲେ ତୁମେ ଆସ, ତୁମଝିଅ ଦୌଡ଼ି ଦେଇ ମରିଯାଇଛି। ସସ୍ମିତାଙ୍କ ମୃତ୍ୟୁ ସନ୍ଧେହ ଘେରରେ ଥିବା ବେଳେସସ୍ମିତାଙ୍କ ବାପା ଭାଇ ଦାଦାଙ୍କ ପକ୍ଷରୁ ମାରିଦେଇଥିବା ଅଭିଯୋଗ କରି ରଣପୁର ଥାନାରେ ଏତଲା ଦାୟର କରିଛନ୍ତି। ରଣପୁର ଥାନା ପକ୍ଷରୁ, ସସ୍ମିତାଙ୍କ ଶବକୁ ଶବ ବ୍ୟବଛେଦ ନିମନ୍ତେ ନୟାଗଡ ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି। ସ୍ୱାମୀ ଦୀପକ ଅଟକ ଥିବାବେଳେ ଦୀପକଙ୍କ ମା ଓ ଭଉଣୀ ଏକଥାକୁ ଏଡାଇ ଏ ବିଷୟରେ ଆମେ କିଛି ଜାଣିନୁ ବୋଲି କହିଛନ୍ତି। ସେ ନିଜେ ଆତ୍ମହତ୍ୟା କରିଛନ୍ତି ବୋଲି କହିଛନ୍ତି ।  କିନ୍ତୁ ସସ୍ମିତାଙ୍କ ପରିବାର ତରଫରୁ ସସ୍ମିତାଙ୍କୁ ସ୍ୱାମୀ ଦୀପକ, ଶାଶୁ, ଶଶୁର ନଣଦ ମିଶି ମାରିଦେଇ ଥିବା ଅଭିଯୋଗ କରିଛନ୍ତି। ଶବ ବ୍ୟବଛେଦ ପରେ ଶବକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking