29.1 C
Bhubaneswar
Monday, May 6, 2024
Homeଦେଶ ବିଦେଶଟିକାକୁ ନେଇ ବିଜେପି ବ୍ୟବସାୟ ନ କରୁ: ମମତା

ଟିକାକୁ ନେଇ ବିଜେପି ବ୍ୟବସାୟ ନ କରୁ: ମମତା

କୋଲକାତା: ବଙ୍ଗଳା ନିର୍ବାଚନ ମଧ୍ୟରେ କରୋନା ଟିକା ନେଇ ମୋଦି ସରକାର ଓ ମମତା ବାନାର୍ଜୀଙ୍କ ମଧ୍ୟରେ ପୁଣି ଥରେ ବିବାଦ ଆରମ୍ଭ ହୋଇଯାଇଛି । ଟିଏମସି ମୁଖ୍ୟ ଦକ୍ଷିଣ ଦିନାଜପୁରର ଏକ ରାଲିରେ କହିଥିଲେ, କରୋନା ସଂକ୍ରମଣ ବୃଦ୍ଧିର କାରଣ ପିଏମ ମୋଦି । ସେ କହିଥିଲେ, ଦେଶରେ ମୋଦି ସରକାର ଟିକା ନାମରେ ବ୍ୟବସାୟ କରୁଛନ୍ତି । ମମତା କହିଥିଲେ, ଗୋଟିଏ ନେସନ, ଗୋଟିଏ ଭ୍ୟାକ୍ସିନ ଓ ଗୋଟିଏ ମୂଲ୍ୟ ଫର୍ମୁଲା ଲାଗୁ ହେଉ ।
ଟିଏମସି ସୁପ୍ରିମୋ ମମତା ବାନାର୍ଜୀ ରାଲିରେ କହିଥିଲେ, ବିଜେପି ବଙ୍ଗଳାରେ ଭ୍ରମ ପ୍ରଚାର କରି ୨୦୧୯ରେ ଜନତାଙ୍କୁ ଠକି ଥିଲା । ହେଲେ ଚଳିତ ଥର ବଙ୍ଗଳା ଜନତା ତାଙ୍କ ପ୍ରଲୋଭନରେ ପ୍ରଲୋଭିତ ହେବେନାହିଁ । ବଙ୍ଗଳା କେବେ ବି ଦିଲ୍ଲୀବାଲାଙ୍କୁ ଶାସନ କରିବାକୁ ଦେବନାହିଁ । ଟିକା ନେଇ ମମତା ମୋଦିଙ୍କୁ ଟାର୍ଗେଟ କରି କହିଥିଲେ, ଯଦି ଠିକ ସମୟରେ ଆମକୁ ଟିକା ମିଳିଥାନ୍ତା, ଏପର୍ଯ୍ୟନ୍ତ ଟିକାକରଣର ଅଭିଯାନ ସଂପୂର୍ଣ୍ଣ ହୋଇସାରିଥାନ୍ତା ।
ସିଏମ ମମତା ବାନାର୍ଜୀ ରାଲିରେ ଘୋଷଣା କରି କହିଛନ୍ତି ଯେ, ବଙ୍ଗଳାରେ ଟିଏମସି ସରକାରକୁ ଆସିବା ପରେ ଲୋକଙ୍କୁ ମାଗଣାରେ ଟିକା ମିଳିବ । ସେ ଏହାରି ମଧ୍ୟରେ ବିଜେପି ସରକାରଙ୍କ ଉପରେ ଟିକା ମୂଲ୍ୟ ନେଇ ଟାର୍ଗେଟ କରିଥିଲେ । ତୃଣମୂଳ ଅଧ୍ୟକ୍ଷ କହିଥିଲେ, ଏହା ନ୍ୟାସନାଲ ହେଲଥର ମାମଲା । କେନ୍ଦ୍ର ସରକାର ୧୫୦ ଟଙ୍କାରେ ଟିକା କିଣୁଛନ୍ତି ଓ ରାଜ୍ୟକୁ ୪୦୦ ଟଙ୍କାରେ ଦେଉଛନ୍ତି । ଯାହା ଉଚିତ ନୁହେଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking