29.1 C
Bhubaneswar
Sunday, May 5, 2024
Homeଓଡିଶାଶାଶୂର ଗୋଡ଼ରେ ବେଡି ପକାଇଲା ବୋହୂ

ଶାଶୂର ଗୋଡ଼ରେ ବେଡି ପକାଇଲା ବୋହୂ

ଭୁବନେଶ୍ୱର : ଶାଶୂ ଗୋଡ଼ରେ ବେଡ଼ି । ଶାଶୂଙ୍କ ଗୋଡ଼ରେ ବେଡି ପକାଇଲା ବୋହୂ । ଏ ଦୃଶ୍ୟ ହେଉଛି ଭୁବନେଶ୍ୱର ମଞ୍ଚେଶ୍ୱର ଶିଳ୍ପାଞ୍ଚଳର । ଜଣେ ବୋହୂ ଦୀର୍ଘ ଦିନ ହେଲା ତାଙ୍କ ଶାଶୁଙ୍କ ଗୋଡ଼ରେ ବେଡି ପକାଇ ଘର ବାରଣ୍ଡାରେ ପକାଇ ରଖିଥିବା ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ ହେଉଛି । କେବଳ ଏହି ଗୋଟିଏ ଦୃଶ୍ୟ ନୁହେଁ ଅନ୍ୟ ଏକ ଭିଡ଼ିଓରେ ବୋହୂ ଜଣକ ଶାଶୁଙ୍କୁ ଝାଡୁରେ ମାଡ଼ ମାରୁଥିବାର ଚିତ୍ର ବି ସାମ୍ନାକୁ ଆସିଛି । ଖବର ପାଇ ମଞ୍ଚେଶ୍ୱର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ପରେ ଶାଶୂଙ୍କ ଗୋଡ଼ରୁ ବେଡ଼ି ଖୋଲି ଦିଆଯାଇଥିବା ଦେଖିବାକୁ ମିଳିଛି । ତେବେ କାହିଁକି ବୋହୂ ଶାଶୁଙ୍କୁ ଏଭଳି ଢଙ୍ଗରେ ନିର୍ଯାତନା ଦେଉଥିଲେ, ତାହା ଜଣାପଡ଼ିନାହିଁ । ପୁଲିସ ତଦନ୍ତ ପରେ କଥାର ଅସଲ କାରଣ ଜଣାପଡ଼ିବ ।

୫-ଟି ସଚିବଙ୍କ ତାଳଚେର ଗସ୍ତ ସମୟର ଅଡିଓ ଭାଇରାଲ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking