37.1 C
Bhubaneswar
Saturday, May 18, 2024
Homeଓଡିଶାପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ୮ ଜଣ; ୫ ମୃତ, ୩ ଉଦ୍ଧାର

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ୮ ଜଣ; ୫ ମୃତ, ୩ ଉଦ୍ଧାର

ରାୟବରେଲୀ : ରାୟବରେଲୀରେ ଶନିବାର ସକାଳେ ଏକ ଦୁଃଖଦ ଘଟଣା ଘଟିଛି । ଗଦାଗଞ୍ଜ ଅଞ୍ଚଳରେ ଥିବା ଏକ ପୋଖରୀରେ ବୁଡ଼ି ୮ ଜଣ ପିଲାଙ୍କ ମଧ୍ୟରୁ ୫ ଜଣ ପିଲାଙ୍କର ମୃତ୍ୟୁ ହୋଇଛି । ପିଲାଙ୍କର ଚିତ୍କାର ଶୁଣି ଘଟଣା ସ୍ଥଳରେ ପହଞ୍ଚି ଥିଲେ କିଛି ଗ୍ରାମବାସୀ । ଆଉ ସେମାନଙ୍କ ମଧ୍ୟରୁ କେବଳ ୩ଜଣ ପିଲାଙ୍କୁ ବଞ୍ଚାଇ ପାରିଥିଲେ । ଲୋକଙ୍କ କହିବାନୁସାରେ , ସବୁ ପିଲା ପ୍ରଥମେ ବର୍ଷାରେ ଭିଜୁ ଥିଲେ । ପୁଣି ଗାଧୋଇବା ପାଇଁ ପୋଖରୀକୁ ଯାଇ ପାଣିକୁ କୁଦା ମାରି ଥିଲେ । ଏହି ସମୟରେ ଗଭୀର ପାଣି ଓ ମାଟି ଜମା ଥିବା କାରଣରୁ ସେମାନେ ବୁଡ଼ି ଯାଇଥିଲେ । ଉକ୍ତ ଘଟଣାର ଖବର ଜାଣିବା ପରେ ବହୁ ସଂଖ୍ୟାରେ ଲୋକଙ୍କ ଭିଡ଼ ଜମିଥିଲା । ପୁଲିସର ସୁରକ୍ଷା ଅଧିକାରୀ ମଧ୍ୟ ଘଟଣା ସ୍ଥଳକୁ ଯାଇଥିଲେ । ମୃତକ ସବୁ ପିଲାଙ୍କର ବୟସ ୭ରୁ ୧୨ ବର୍ଷ ବୟସ ମଧ୍ୟରେ ରହିଛି ।

ବାନ୍ସି ରିହାୟକ ଗାଁ ନିବାସୀ ୮ ଜଣ ପିଲା ବର୍ଷାରେ ଭିଜି ଭିଜି ପୋଖରୀକୁ ଗାଧୋଇବାକୁ ଚାଲି ଯାଇଥିଲେ । ଏହି ସମୟରେ ପିଲାଙ୍କ ପରିବାର ନିଜ ନିଜ କାର୍ଯ୍ୟରେ ବ୍ୟସ୍ତ ଥିଲେ । ପିଲାମାନେ ସବୁଦିନ ଭଳି ପୋଖରୀରେ ଗାଧୋଇବାକୁ ଲାଗିଥିଲେ । କିନ୍ତୁ ଅନେକ ଦିନ ଧରି ଲାଗି ରହିଥିବା ବର୍ଷା କାରଣରୁ ପୋଖରୀର ମାଟି ପୂରା ବହଳିଆ ହୋଇଯାଇ ଥିଲା । ପିଲା ଏସବୁ ଜାଣି ପାରି ନଥିଲେ ଏବଂ ବର୍ଷା କାରଣରୁ ମଧ୍ୟ ଗାଧୋଇ ଥିଲେ । ଗାଧୋଇବାର ବେଳେ ଜଣେ ପିଲା ଯେବେ ବୁଡି଼ବାକୁ ଲାଗିଲା ତ ତାଙ୍କର ଅନ୍ୟ ସାଥିମାନେ ତାଙ୍କୁ ବଞ୍ଚାଇବା ଚେଷ୍ଟାରେ ମୃତ୍ୟୁର ସାମନାରେ ପଡ଼ିଥିଲେ । ପିଲାଙ୍କର ଚିତ୍କାର ଶୁଣି ଗ୍ରାମବାସୀ ସେଠାକୁ ଦୌଡ଼ିଥିଲେ । କୌଣସି ପ୍ରକାରେ ୩ଜଣ ପିଲାଙ୍କୁ ବଞ୍ଚାଇ ନିଆଯାଇ ଥିଲା , କିନ୍ତୁ ୫ଜଣ ପିଲାଙ୍କ ବୁଡ଼ି ଯିବାରେ ମୃତ୍ୟୁ ହୋଇ ଯାଇଛି । ସବୁ ମୃତକଙ୍କ ବୟସ ୭ରୁ ୧୨ ବର୍ଷ ବୟସ ଭିତରେ ଥିବା କୁହାଯାଉଛି । ପୁଲିସ ଅଧିକ୍ଷକ ଆଲୋକ ପ୍ରିୟଦର୍ଶୀ କହିଛନ୍ତି କି ପ୍ରଶାସନର ପ୍ରୟାସ କି ପୀଡ଼ିତ ପରିବାରକୁ ନିୟମାନୁସାରେ ସରକାରୀ ସହାୟତା ଖୁବ ଶୀଘ୍ର ଉପଲବ୍ଧ କରାଯାଉ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking