36.1 C
Bhubaneswar
Saturday, May 18, 2024
Homeଓଡିଶା୫-ଟି ସଚିବଙ୍କ ତାଳଚେର ଗସ୍ତ ସମୟର ଅଡିଓ ଭାଇରାଲ

୫-ଟି ସଚିବଙ୍କ ତାଳଚେର ଗସ୍ତ ସମୟର ଅଡିଓ ଭାଇରାଲ

ଭୁବନେଶ୍ୱର: ୫-ଟି ସଚିବଙ୍କ ତାଳଚେର ଗସ୍ତକୁ ନେଇ ବିଜେଡି ନେତା ତତ୍ପର । ବିଜେଡି ନେତା ଲୋକଙ୍କୁ ଅନୁରୋଧ ସମ୍ପର୍କିତ ଏକ ଅଡିଓ ଭାଇରାଲ ହୋଇଛି । ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନଙ୍କର ଏକ ଅଡିଓ ଭାଇରାଲ ହୋଇଛି । ସଭାରେ ଉପସ୍ଥିତ ହେବା ଲାଗି ଲୋକଙ୍କୁ ଅନୁରୋଧ କରୁଛନ୍ତିି ବିଜେଡି ବିଧାୟକ ବ୍ରଜ କିଶୋର ପ୍ରଧାନ । ଅଧିକରୁ ଅଧିକ ଲୋକ ଆସିଲେ ତାଳଚେରର ବିକାଶ ହେବ ବୋଲି ସେ କହିଛନ୍ତି । ରାଧା ପାଇଁ ଦୋଳି, ପୁଷ୍ପ ବର୍ଷିଲେ ଫଣ୍ଡ ବଢ଼ିବ ବୋଲି କହିଛନ୍ତି ବିଧାୟକ ।

ଅନ୍ୟପକ୍ଷରେ ଏହି ଅଡିଓ ଭାଇରାଲକୁ ନେଇ ବିଜେପି ଚିଇଁକି ଉଠିଛି । ବିଧାୟକ କ୍ଷମା ମାଗନ୍ତୁ ବୋଲି ବିଜେପି ମୁଖପାତ୍ର କାଳନ୍ଦୀ ସାମଲ ଏକ ପ୍ରେସ୍ ବିବୃତିରେ କହିଛନ୍ତି । ରାଧା, ଦୋଳି ଉପାଖ୍ୟାନ ପାଇଁ ତାଳଚେରବାସୀ ଲଜ୍ଜିତ । ବିଜେଡି ବିଧାୟକ ବ୍ରଜ କିଶୋର ପ୍ରଧାନ ତାଳଚେରବାସୀଙ୍କୁ କ୍ଷମା ମାଗନ୍ତୁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking