39.1 C
Bhubaneswar
Friday, April 26, 2024
Homeଦେଶ ବିଦେଶରେଳଯାତ୍ରୀ ୱେବସାଇଟ୍‌ରୁ ପ୍ରାୟ ୭ ଲକ୍ଷ ଯାତ୍ରୀଙ୍କ ଡାଟା ଲିକ୍ ‌!

ରେଳଯାତ୍ରୀ ୱେବସାଇଟ୍‌ରୁ ପ୍ରାୟ ୭ ଲକ୍ଷ ଯାତ୍ରୀଙ୍କ ଡାଟା ଲିକ୍ ‌!

ନୂଆଦିଲ୍ଲୀ : ଭାରତରେ ରେଳ ଟିକେଟ୍ ବୁକିଂ ଏବଂ ଟ୍ରେନ ସମ୍ବନ୍ଧୀୟ ତଥ୍ୟ ଜାଣିବା ପାଇଁ ଅନେକ ୱେବସାଇଟ୍ ବ୍ୟବହାର କରାଯାଇଥାଏ । ଟିକେଟ୍ ବୁକିଂ ପାଇଁ ଅନେକ ଥାର୍ଡ ପାର୍ଟି ୱେବସାଇଟ୍ ରହିଛି, ଯେଉଁଥିରେ ଟିକେଟ୍ ବୁକ୍ କରାଯାଇଥାଏ । ଏଥିମଧ୍ୟରୁ ଗୋଟିଏ ହେଉଛି ରେଳଯାତ୍ରୀ ଡଟ୍ ଇନ୍ ୱେବସାଇଟ୍ । ଏହି ୱେବସାଇଟ୍‌ରୁ ପ୍ରାୟ ୭ ଲକ୍ଷ ଯାତ୍ରୀଙ୍କ ଡାଟା ଲିକ୍ ହୋଇଯାଇଥିବା ରିପୋର୍ଟ ପ୍ରକାଶ ପାଇଛି । ରେଳଯାତ୍ରୀ ୱେବସାଇଟ୍ ଭୁଲବଶତଃ ୭ ଲକ୍ଷ ଯାତ୍ରୀଙ୍କ ବ୍ୟକ୍ତିଗତ ତଥ୍ୟ ଲିକ୍ କରିଦେଇଛି । ଏଥିରେ ଡେବିଟ୍ କାର୍ଡ ଡିଟେଲ୍ସ, ୟୁପିଆଇ ଡାଟା ଓ ଅନେକ ବ୍ୟକ୍ତିଗତ ତଥ୍ୟ ରହିଥିବା କୁହାଯାଉଛି । ଯେପରିକି ଯାତ୍ରୀଙ୍କ ନାମ, ଫୋନ ନମ୍ବର, ଇ-ମେଲ ଆଇଡି, ଡେବିଟ୍ କାର୍ଡ ନମ୍ବର ଆଦି ସାମିଲ ରହିଛି । ୭ ଲକ୍ଷ ୟୁଜରଙ୍କ ଡାଟା ଲିକ୍ ଖବର ମିଛ ବୋଲି କମ୍ପାନୀ ସଫେଇ ଦେଇଛି । ନେକ୍ସଟ୍ ୱେବର ଏକ ରିପୋର୍ଟ ଅନୁସାରେ ରେଳଯାତ୍ରୀ ୱେବସାଇଟ୍ ୟୁଜର୍ସଙ୍କ ତଥ୍ୟ ଏପରି ଏକ ସର୍ଭରରେ ରଖିଥିଲା ଯାହା ସୁରକ୍ଷିତ ନଥିଲା । ଏହି ଡାଟା ଲିକ୍ ଘଟଣାକୁ ନେଇ ସୁରକ୍ଷା ଏଜେନ୍ସି କହିଛି ଯେ, ରେଳ ଯାତ୍ରୀଙ୍କ ଡାଟା ଯେଉଁ ସର୍ଭରରେ ରଖାଯାଇଥିଲା ତାହା ଏନ୍‌ସ୍କ୍ରିପ୍‌ଟେଡ୍ ମଧ୍ୟ ନଥିଲା । ଏଥିରେ ପାସୱାର୍ଡ ମଧ୍ୟ ଦିଆଯାଇ ନଥିଲା । ଏପରିକି ଆଇପି ଆଡ୍ରେସ ଜରିଆରେ ଯେ କୌଣସି ସାଧାରଣ ବ୍ୟକ୍ତି ସୁବିଧାରେ ଡାଟା ଆକସେସ୍ କରିପାରିବେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking