38.1 C
Bhubaneswar
Saturday, April 20, 2024
Homeଓଡିଶାସହିଦଙ୍କ ଉଦେଶ୍ୟରେ ସ୍ମୃତି ସଭା

ସହିଦଙ୍କ ଉଦେଶ୍ୟରେ ସ୍ମୃତି ସଭା

ଯାଜପୁର : ଆଜି ଅଲ ଇଣ୍ଡିଆ  ଡି ୱା ଇ  ଓ ଯାଜପୁର ଜିଲ୍ଲା କମିଟି ପକ୍ଷରୁ ୧୯୪୨ ମସିହା ଭାରତ ଛାଡ ଆନ୍ଦୋଳନ ରେ ବ୍ରିଟିଶ ପୋଲିସ ଗୁଳି ରେ ସହୀଦ ହୋଇ ଥିବା ବରୀ କଳାମାଟିଆ ର ସାଉଁଟି, ସାନନ୍ଦ, ମାୟାଧର ଓ ହାଡିବନ୍ଧୁ ଙ୍କ ସ୍ମୃତିରେ ସହୀଦ ପୀଠ ଠାରେ ଜିଲ୍ଲା ସଭାପତି ଅଭିମନ୍ୟୁ ମଲ୍ଲିକ ଙ୍କ ସଭାପତିତ୍ୱ ରେ ଏକ ସ୍ମୃତି ସଭା ଅନୁଷ୍ଠିତ ହୋଇଯାଇଛି l  ସଭା ପ୍ରାରମ୍ଭରେ ସହୀଦ ସ୍ମୃତି ସ୍ତମ୍ଭ ରେ ଉପସ୍ଥିତ ଭଦ୍ର ବ୍ୟକ୍ତି ମାନେ ପୁଷ୍ପମାଲ୍ୟ ଅର୍ପଣ କଲାପରେ ସଭା କାର୍ଯ୍ୟ ଆରମ୍ଭ କରାଯାଇଥିଲା l ଏହି ସଭାରେ ଜିଲ୍ଲା ସମ୍ପାଦକ ଚୈତନ୍ୟ ମହାରଣା,ସମାଜସେବୀ ବିଶ୍ୱନାଥ ତ୍ରିପାଠୀ, ମଦନମୋହନ ପତି, ଗୟାଧର ଦାସ, ତରଣୀସେନ ମଲ୍ଲିକ ଓ ଭୂପତି ମଲ୍ଲିକ ପ୍ରଭୃତି ସହୀଦ ମାନଙ୍କ ସଂଗ୍ରାମ ଉପରେ ଆଲୋକପାତ କରିଥିଲେ l ସଭାପତି ଙ୍କ ଅଭିଭାଷଣ ପରେ ସଭାକାର୍ଯ୍ୟ ଶେଷ ହୋଇଥିଲା

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking