27.1 C
Bhubaneswar
Friday, March 29, 2024
Homeଓଡିଶାବିପୁଳ ପରିମାଣର କଫ ସିରପ୍ ଜବତ, ବାପ-ଝିଅଙ୍କ ସମେତ ୪ ଗିରଫ 

ବିପୁଳ ପରିମାଣର କଫ ସିରପ୍ ଜବତ, ବାପ-ଝିଅଙ୍କ ସମେତ ୪ ଗିରଫ 

ସମ୍ବଲପୁର : ସମ୍ବଲପୁର ସହରରେ ଅପମିଶ୍ରିତ କଫ ସିରପ୍ ଓ ନିଶା ବଟିକାର ବେଆଇନ କାରବାର ଚଳାଇଥିବା ଅଭିଯୋଗରେ ଧନୁପାଲି ଥାନା ପୁଲିସ ବାପ-ଝିଅଙ୍କ ସମେତ ୪ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି । ସେମାନଙ୍କଠାରୁ ୩୨୮୦ ବୋତଲ କଫସିରପ ଓ ୫୦ଟି ନିଶା ବଟିକା ତଥା (ଓଡ଼ି୧୪ ଏଫ୍‌୬୬୧୫) ନମ୍ବର କାର ଏବଂ (ଓଡ଼ି୧୫ ଏମ୍‌୬୯୨୧) ନମ୍ବର ପିକ୍‌ଅପ୍ ପୁଲିସ ଜବତ କରିଛି ।
ସୂଚନା ଅନୁଯାୟୀ,  ଏକ ପିକ୍‌ଅପ୍‌ରେ ନିଶା ଔଷଧ ଚାଲାଣ କରାଯାଉଥିବା ସୂଚନା ପାଇ ଧନୁପାଲି ଥାନା ପୁଲିସ ଏବଂ ଜିଲା ପୁଲିସର ସ୍ୱତନ୍ତ୍ର ସ୍କ୍ୱାଡ ଧନକଉଡ଼ାରେ ପିକ୍‌ଅପ୍‌କୁ ଅଟକାଇ ଯାଞ୍ଚ କରିବାରୁ ସେଥିରେ ୧୬୦୦ ବୋତଲ କଫ ସିରପ ରହିଥିଲା । ପୁଲିସ ପିକ୍ ଅପ୍ ଆରୋହୀ ଟାଉନ ଥାନା ଅନ୍ତର୍ଗତ ସାହୁ କଲୋନୀର ସନ୍ତୋଷ ବେହେରା (୩୫) ଓ ପ୍ରହଲ୍ଲାଦ ବେହେରା (୩୯)ଙ୍କୁ ଗିରଫ କରିଥିବାବେଳେ ସେମାନଙ୍କ ବୟାନ କ୍ରମେ ଶାସନ ଥାନା ମାଝିପାଲିର ଶ୍ୟାମ ମେହେର (୪୫) ଏବଂ ତାଙ୍କ ଝିଅ ପିଙ୍କି (୨୬)ଙ୍କୁ ଗିରଫ କରିଥିଲା । ସେମାନଙ୍କ ମାଝିପାଲିର ଭଡ଼ା ଘର ଏବଂ ବରଗଡ଼ ଜିଳ୍ଲା ଅତାବିରା ଥାନା ଅନ୍ତର୍ଗତ ପୈତୃକ ଗ୍ରାମ ରେଙ୍ଗାଲି ଘରୁ ୧୬୮୦ ବୋତଲ କଫ ସିରପ ଓ କିଛି ନିଶା ବଟିକା ଜବତ ହୋଇଥିଲା । ଏମାନେ ବ୍ୟବହାର କରୁଥିବା ଉପରୋକ୍ତ କାରକୁ ଜବତ କରାଯାଇଥିବା ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking