28.1 C
Bhubaneswar
Saturday, April 27, 2024
Homeବ୍ରେକୀଙ୍ଗଦଳେଇ ଘାଇରେ ବିପଦ ସଙ୍କେତ ଟପିଲା ଦେବୀ ନଦୀ

ଦଳେଇ ଘାଇରେ ବିପଦ ସଙ୍କେତ ଟପିଲା ଦେବୀ ନଦୀ

ଭୁୁବନେଶ୍ୱର : ଲଗାଣ ବର୍ଷାରେ ସାରା ରାଜ୍ୟର ସ୍ଥିତି ବେହାଲ ହୋଇପଡ଼ିିଛି । ରାଜ୍ୟର ବିଭିନ୍ନ ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଦଳେଇ ଘାଇରେ ବିପଦ ସଙ୍କେତ ଟପିଲା ଦେବୀ ନଦୀ । ଏବେ ବିପଦ ସଙ୍କେତ ଉପରେ ପାଣି ଚାଲିଛି । ବିପଦ ସଙ୍କେତ ୫୭ ଫୁଟ ଥିବା ବେଳେ ଏବେ ୫୭.୧୦ ଫୁଟ ଉପରେ ପାଣି ରହିଛି । ମାଛ ଗାଁରେ ବିପଦ ସଙ୍କେତ ଉପରେ ରହୁଛି ଦେବୀ ନଦୀ । ମାଛଗାଁରେ ଦେବୀ ନଦୀର ବିପଦ ସଙ୍କେତ ୧୩ ଫୁଟ ରହିଥିବା ବେଳେ ଏବେ ୧୪.୪୦ ଫୁଟ ଉପରେ ପାଣି ଚାଲିଛି ।
ବନ୍ୟା ପାଣି ମାଡ଼ି ଆସିବା ଫଳରେ ରାଜ୍ୟର ବିଭିନ୍ନ ନଦୀରେ ୩୨ଟି ଘାଇ ସୃଷ୍ଟି ହୋଇଛି । ଏନେଇ ଜଳସଂପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଜ୍ୟୋତିର୍ମୟ ରଥଙ୍କ ସୂଚନା ଦେଇଛନ୍ତି । କେବଳ ଯାଜପୁର ଜିଲ୍ଲାରେ ୨୪ଟି ଘାଇ ସୃଷ୍ଟି ହୋଇଛି । ମହାନଦୀ ସିଷ୍ଟମରେ ମଧ୍ୟ ୨ଟି ଘାଇ ସୃଷ୍ଟି ହୋଇଛି । ହୀରାକୁଦରେ ଏବେ ୪୬ଟି ଗେଟ ଜରିଆରେ ଜଳ ନିଷ୍କାସନ ହେଉଛି । ତେବେ ଆଗକୁ ଆବଶ୍ୟକ ହେଲେ ହୀରାକୁଦର ଆଉ ଦୁଇଟି ଗେଟ୍ ଖୋଲାଯାଇପାରେ ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking