27.1 C
Bhubaneswar
Wednesday, May 8, 2024
Homeଓଡିଶା୪କି.ମି ବେଗରେ ଗତି କରୁଛି ବାତ୍ୟା ‘ଅସାନୀ’

୪କି.ମି ବେଗରେ ଗତି କରୁଛି ବାତ୍ୟା ‘ଅସାନୀ’

ଭୁବନେଶ୍ୱର : ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ବାତ୍ୟା ‘ଅସାନୀ’ ଏବେ ଗୋପାଳପୁର ଠାରୁ ଦକ୍ଷିଣ-ପଶ୍ଚିମରେ ୫୦୦ କି.ମି ଏବଂ ପୁରୀ ଠାରୁ ଦକ୍ଷିଣ ପଶ୍ଚିମ ଦିଗରେ ୬୨୦ କି.ମି ଦୂରରେ କେନ୍ଦ୍ରୀଭୂତ ରହିଛି । ବାତ୍ୟା ‘ଅସାନୀ’ ବର୍ତମାନ ଉତ୍ତର-ଉତ୍ତର-ପୂର୍ବ ଦିଗରେ ଘଣ୍ଟା ପ୍ରତି ୪କିମି ବେଗରେ ଗତି କରୁଛି ।

ଏହା ଉତ୍ତର-ଉତ୍ତର-ପୂର୍ବ ଦିଗରେ ଗତି କରି ଆଜି ସନ୍ଧ୍ୟା ସୁଦ୍ଧା ନରସପୁର, ୟାନାମ, କାକିନାଡ଼ା, ଟୁନି ଏବଂ ବିଶାଖାପାଟନମ ଉପକୂଳ ଦେଇ ଗତି କରିବା ସହ ଆଜି ରାତ୍ରି ସୁଦ୍ଧା ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ତଥା ଉତ୍ତର-ଆନ୍ଧ୍ରପ୍ରଦେଶ ଉପକୂଳ ଦେଇ ସମୁଦ୍ର ମଧ୍ୟରେ ପ୍ରବେଶ କରିବାର ସମ୍ଭାବନା ରହିଛି । ଏହା ୧୨ ତାରିଖ ସକାଳ ସୁଦ୍ଧା ଆହୁରି ଦୁର୍ବଳ ହୋଇ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି ।

ଏହାର ପ୍ରଭାବରେ ଉପକୂଳ ଓଡ଼ିଶାର ଅନେକ ସ୍ଥାନରେ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଯାଇଛି । ଅଳ୍ପ କେତେକ ସ୍ଥାନରେ ପ୍ରବଳ ବର୍ଷା ରେକର୍ଡ କରାଯାଇଥିବା ପାଣିପାଗ କାର୍ଯ୍ୟାଳୟ ସୂଚନା ଦେଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking