29.1 C
Bhubaneswar
Saturday, April 27, 2024
Homeଓଡିଶାକଟକ ଏସସିବିରେ ଶିଶୁ ଚୋରି ଘଟଣାରେ ନୂଆମୋଡ଼: ଯୋଜନାବଦ୍ଧ ହୋଇଥିଲା ପିଲା ଚୋରି, ୮ ଦିନ...

କଟକ ଏସସିବିରେ ଶିଶୁ ଚୋରି ଘଟଣାରେ ନୂଆମୋଡ଼: ଯୋଜନାବଦ୍ଧ ହୋଇଥିଲା ପିଲା ଚୋରି, ୮ ଦିନ ଧରି ଚାଲିଥିଲା ପ୍ଲାନିଂ

କଟକ: କଟକ ଏସସିବିରେ ଶିଶୁ ଚୋରି ଘଟଣାରେ ନୂଆମୋଡ଼। ଯୋଜନାବଦ୍ଧ ହୋଇଥିଲା ପିଲା ଚୋରି। ୮ ଦିନ ଧରି ଶିଶୁ ଚୋରି ପାଇଁ ଚାଲିଥିଲା ପ୍ଲାନିଂ। ଲାଗତାର SCB ସ୍ତ୍ରୀ ପ୍ରସୂତି ବିଭାଗକୁ ଆସୁଥିଲେ ମହିଳା। ସୁଯୋଗ ଦେଖି ଉଠାଇ ନେଇଥିଲେ ପ୍ରତାପନଗରୀ ଅଞ୍ଚଳର ଦମ୍ପତ୍ତି।

ତେବେ ଗଣମାଧ୍ୟମରେ ଖବର ପ୍ରସାରଣ ପରେ ସେ ଶିଶୁ କନ୍ୟାକୁ ହସ୍ତାନ୍ତର କରିବା ସହ ଅଦଳବଦଳ ନାଟକ ରଚିଛନ୍ତି। ସଂପୃକ୍ତ ଦମ୍ପତ୍ତି କହିଛନ୍ତି ତାଙ୍କର ପୁତ୍ର ସନ୍ତାନ ହୋଇଥିଲା, ଭୁଲ୍‌ରେ ସେ କନ୍ୟା ସନ୍ତାନ ନେଇଯାଇଥିଲେ। ହେଲେ ସେ ନା SCBରେ ଆଡମିଟ ହୋଇଥିଲେ, ନା ପୁତ୍ର ସନ୍ତାନ ପ୍ରସବ କରିଛନ୍ତି।

ସେମିତି କୌଣସି ରେକର୍ଡ ନଥିବା SCB ପକ୍ଷରୁ ସୂଚନା ମିଳିଛି। ଘଟଣାର ତଦନ୍ତ ଜାରି ରହିଛି, ଆହୁରି ଅନେକ ଲୋକଙ୍କ ସଂପୃକ୍ତି ଥାଇପାରେ ବୋଲି କହିଛନ୍ତି SCB ପ୍ରଶାସନିକ ଅଧିକାରୀ। ଘଟଣାରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ। ଦମ୍ପତିଙ୍କୁ ମଙ୍ଗଳାବାଗ ପୋଲିସ ଅଟକ ରଖିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking