40.1 C
Bhubaneswar
Thursday, April 25, 2024
Homeଦେଶ ବିଦେଶଦୁବାଇ, ନୂଆଦିଲ୍ଲୀ, ମୁମ୍ବାଇ ପରେ ଆସନ୍ତାକାଲି ବେଙ୍ଗାଲୁରୁରେ ହେବ ଓଡ଼ିଶା ଇନଭେଷ୍ଟର୍ସ ମିଟ୍‌

ଦୁବାଇ, ନୂଆଦିଲ୍ଲୀ, ମୁମ୍ବାଇ ପରେ ଆସନ୍ତାକାଲି ବେଙ୍ଗାଲୁରୁରେ ହେବ ଓଡ଼ିଶା ଇନଭେଷ୍ଟର୍ସ ମିଟ୍‌

ବେଙ୍ଗାଲୁରୁ: ସିଲିକନ୍‌ ସିଟିରୁ ଆସିବ ବଡ଼ ନିବେଶ । ଦୁବାଇ, ନୂଆଦିଲ୍ଲୀ, ମୁମ୍ବାଇ ପରେ ଆସନ୍ତାକାଲି ବେଙ୍ଗାଲୁରୁରେ ହେବ ଓଡ଼ିଶା ଇନଭେଷ୍ଟର୍ସ ମିଟ୍‌ । ନିବେଶ ସମ୍ମିଳନୀରେ ଯୋଗଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିପାଇଁ ଆଜି ମୁଖ୍ୟମନ୍ତ୍ରୀ ବେଙ୍ଗାଳୁରୁ ଗସ୍ତ କରିବେ । ବଡ଼ ବଡ଼ ଶିଳ୍ପପତିଙ୍କୁ ଭେଟି ବିଭିନ୍ନ କ୍ଷେତ୍ରରେ ପୁଞ୍ଜିନିବେଶ ପାଇଁ ନିମନ୍ତ୍ରଣ କରିବେ । ଏହାସହ ଶିଳ୍ପ ମନ୍ତ୍ରୀ ଓ ରାଜ୍ୟ ସରକାରଙ୍କ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ଯୋଗ ଦେବେ ।

ୱିପ୍ରୋ, ଇନଫୋସିସ୍‌, ଆସେଞ୍ଚର, କଗ୍ନିଜାଣ୍ଟ ଭଳି ଆଇଟି କମ୍ପାନୀ ବୈଠକରେ ଭାଗ ନେବେ । ଫୋକସରେ ୭ଟି ସେକ୍ଟର ରହିଛି । ବିଶେଷ କରି ଆଇଟି, ଟେକ୍ସଟାଇଲ୍ସ, ଇଏସଡିଏମ୍‌, ଖାଦ୍ୟ ପ୍ରକ୍ରିୟାକରଣ, ଇ-ଭେହିକିଲ୍‌, ଅଟୋ ମୋବାଇଲ୍‌ ଏବଂ ଏରୋସ୍ପେସ୍‌ ଓ ପ୍ରତିରକ୍ଷା କ୍ଷେତ୍ରରୁ ପୁଞ୍ଜି ନିବେଶ ଆଶା କରାଯାଉଛି । ରାଜ୍ୟ ସରକାର ଆଇଟି କ୍ଷେତ୍ର ପାଇଁ ବିଶ୍ୱସ୍ତରୀୟ ଭିତ୍ତିଭୂମି ଯୋଗାଇ ଦେଉଛନ୍ତି । ଓଡ଼ିଶାରେ ପୁଞ୍ଜି ନିବେଶ ନେଇ କ’ଣ ରହିଛି ସୁଯୋଗ ସେନେଇ ବିଜନେସ୍‌ ଲିଡରଙ୍କୁ ଅବଗତ କରାଇବେ ରାଜ୍ୟ ସରକାର ।

ଏହି ଅବସରରେ ଶିଳ୍ପପତିଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ୱାନ୍‌ ଟୁ ୱାନ୍‌ ଆଲୋଚନା କରିବା କାର୍ଯ୍ୟକ୍ରମ ରହିଛି । ପୂର୍ବରୁ ୨୦୧୬ ଓ ୨୦୧୮ରେ ବେଙ୍ଗାଳୁରୁରେ ଓଡ଼ିଶା ଇନଭେଷ୍ଟର୍ସ ମିଟ୍‌ ହୋଇଥିଲା । ଏଥର ଅନେକ ଆଇଟି କମ୍ପାନୀ ଓଡ଼ିଶାରେ ପୁୁଞ୍ଜି ନିବେଶ ପାଇଁ ଆଗ୍ରହ ପ୍ରକାଶ କରିବା ଆଶା କରାଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking