29.1 C
Bhubaneswar
Sunday, April 28, 2024
Homeଓଡିଶା୧୩ରେ କଟକ ବନ୍ଦ

୧୩ରେ କଟକ ବନ୍ଦ

ଭୁବନେଶ୍ୱର: ଆସନ୍ତା ୧୩ରେ କଟକ ସହର ବନ୍ଦ ଡାକରା ଦିଆଯାଇଛି । ବନ୍ଦ ଡାକରା ଦେଇଛି କଟକ ନଗର ବିଜେପି । ପାର୍ବଣ ପାଇଁ ସରକାରଙ୍କ ଗାଇଡ ଲାଇନକୁ ବିରୋଧ କରି ବନ୍ଦ ଡାକରା ଦିଆଯାଇଛି । ଏନେଇ କଟକ ନଗର ବିଜେପି ସଭାପତି ଲଲାଟେନ୍ଦୁ ବଡୁ ସୂଚନା ଦେଇଛନ୍ତି । ତେବେ କରୋନା କାରଣରୁ କଟକଣା ଭିତରେ ପାର୍ବଣ ପାଳନ ନେଇ ସରକାର ଗାଇଡଲାଇନ୍ ଧାର୍ଯ୍ୟ କରିଛନ୍ତି । ଯେଉଁଥିରେ କେବଳ ୪ ଫୁଟର ମୂର୍ତ୍ତି ନିର୍ମାଣକୁ ଅନୁମତି ମିଳିଛି । ପୂଜା କମିଟି ମାନେ ଏହାଠାରୁ ଅଧିକ ଉଚ୍ଚର ମୂର୍ତ୍ତି ପୂଜା କରିପାରିବେନି ବୋଲି ସରକାର ନିୟମ ଜାରି କରିଛନ୍ତି । ହେଲେ ଏହାକୁ ନେଇ ବିରୋଧ ଓ ପ୍ରତିବାଦ ଦେଖିବାକୁ ମିଳିଛି । ତେଣୁ ଏହାର ପ୍ରତିବାଦରେ କଟକ ନଗର ବିଜେପି ଆସନ୍ତା ସେପ୍ଟେମ୍ବର ୧୩ ତାରିଖରେ କଟକ ସହର ବନ୍ଦ ଡାକରା ଦେଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking