26.1 C
Bhubaneswar
Friday, May 10, 2024
Homeଅପରାଧମାମୁଁର ଭୁଜାଲି ମାଡ଼ରେ ଚାଲିଗଲା ଭଣଜାର ଜୀବନ

ମାମୁଁର ଭୁଜାଲି ମାଡ଼ରେ ଚାଲିଗଲା ଭଣଜାର ଜୀବନ

କଟକ: ଜମିବାଡ଼ି ବିବାଦକୁ କେନ୍ଦ୍ରକରି ଲାଲବାଗ ଥାନା ସିଦ୍ଦେଶ୍ୱର ସାହିରେ ରବିବାର ବିଳମ୍ବିତ ରାତିରେ ହୋଇଥିବା ଗଣ୍ଡଗୋଳରେ ମାମୁଁର ଭୁଜାଲି ମାଡ଼ରେ ଭଣଜା ଦୀପକ ସାମଲ(୧୯)ଙ୍କର ମୃତ୍ୟୁ ହୋଇଛି । ଏହି ଘଟଣାରେ ପୋଲିସ ମାମୁଁ ଦୀପକ ସାମଲ ତାଙ୍କ ଚାରିପୁଅ ରମେଶ, ପ୍ରଶାନ୍ତ, ମହେଶ୍ୱର ଓ ମିଟୁକୁ ଅଟକ ରଖିଛି । ସୂଚନା ଅନୁଯାୟୀ, ସିଦ୍ଧେଶ୍ୱର ସାହିର ପ୍ରଦୀପ ସାମଲ ସପରିବାର ରହୁଛନ୍ତି । ନିକଟରେ ତାଙ୍କ ଭଉଣୀ ଜୟଶ୍ରୀ ସାମଲ ମଧ୍ୟ ରହୁଛନ୍ତି । ତେବେ ଜମିବାଡ଼ି ଭାଗବଣ୍ଟାକୁ କେନ୍ଦ୍ରକରି ଦୀର୍ଘଦିନ ହେବ ଭାଇ ଭଉଣୀଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା । ତେବେ ରବିବାର ରାତିରେ ଦୁଇ ପରିବାର ଭିତରେ ଗଣ୍ଡଗୋଳ ଉଗ୍ରରୂପ ଧାରଣ କରିଥିଲା । ଭାଇ ପ୍ରଦୀପ ଓ ଭଉଣୀ ଜୟଶ୍ରୀ ଭିତରେ ପ୍ରବଳ ଝଗଡ଼ା ଲାଗିଥିଲା । ଗଣ୍ଡଗୋଳ ମଧ୍ୟରେ ଜୟଶ୍ରୀ ଉପରକୁ ପ୍ରଦୀପ ହାତ ଉଠାଇଥିଲେ । ଏଥିରେ କ୍ଷୁବ୍ଧ ହୋଇ ଭଣଜା ଦୀପକ ମାମୁଁକୁ ପ୍ରତିରୋଧ କରିଥିଲା । ଫଳରେ ଦୁହିଁଙ୍କ ମଧ୍ୟରେ ଭୀଷଣ ମାର୍‌ପିଟ୍ ଆରମ୍ଭ ହୋଇଥିଲା । ମାମୁଁ ସପକ୍ଷରେ ସାହିର କିଛି ଲୋକ ବାହାରିଲାବେଳେ ଦୀପକଙ୍କ ପାଇଁ ତା’ର ସାଙ୍ଗସାଥୀମାନେ ଗଣ୍ଡଗୋଳରେ ସାମିଲ୍ ହୋଇଥିଲେ । ଦୁଇ ଗୋଷ୍ଠୀ ପରସ୍ପର ଉପରକୁ ଢେଲା ପଥର ମାଡ଼ କରିବା ସହ ଲୁହାରଡ୍‌ରେ ଆକ୍ରମଣ କରିଥିଲେ । ଏହା ଭିତରେ ମାମୁଁ ପ୍ରଦୀପ ଘରୁ ଗୋଟିଏ ଭୁଜାଲି ଆଣି ଭଣଜା ଦୀପକକୁ ଆକ୍ରମଣ କରିବାରୁ ସେ ଗୁରୁତର ହୋଇପଡ଼ିଥିଲା । ଖବର ପାଇ ଲାଲବାଗ ପୋଲିସ ଘଟଣାସ୍ଥଳରେ ପହଞ୍ôଚଥିଲା । ଦୀପକ ସମେତ ପ୍ରଥମେ ୩ ଜଣ ଆହତଙ୍କୁ ମେଡିକାଲ ପଠାଇଥିଲା ପୋଲିସ । ତେବେ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଦୀପକଙ୍କର ମୃତ୍ୟୁ ଘଟିଥିଲା । ଏହାକୁ ନେଇ ସେଠାରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା । ଘଟଣାସ୍ଥଳରେ ପୋଲିସ ଫୋର୍ସ ମୃତୟନ କରାଯାଇଛି । ଏହି ଘଟଣାରେ ଉଭୟ ଗୋଷ୍ଠୀଙ୍କ ପକ୍ଷରୁ ଥାନାରେ ଏତଲା ଦିଆଯାଇଥିଲାବେଳେ ପୋଲିସ ଦୁଇଟି ମାମଲା ରୁଜୁକରି ତଦନ୍ତ ଚଳାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking