38.1 C
Bhubaneswar
Wednesday, May 1, 2024
Homeଖେଳଓସିଏ ଭିଜନ ୨୦୨୪: ୟଙ୍ଗ ଷ୍ଟୁଡେଣ୍ଟ କ୍ରିକେଟ କ୍ଲବ ବିଜୟୀ

ଓସିଏ ଭିଜନ ୨୦୨୪: ୟଙ୍ଗ ଷ୍ଟୁଡେଣ୍ଟ କ୍ରିକେଟ କ୍ଲବ ବିଜୟୀ

 

ବଲାଙ୍ଗିର: ଆଜି ବଲାଙ୍ଗିର ଗାନ୍ଧୀଷ୍ଟାଡିୟମଠାରେ ଆୟୋଜିତ ଓସିଏ ଭିଜନ ୨୦୨୪ର ସିନିଅର ଇନଟ୍ରାକ୍ଲବ କ୍ରିକେଟ ପ୍ରତିଯୋଗିତାରେ ୟଙ୍ଗ ଷ୍ଟୁଡେଣ୍ଟ କ୍ରିକେଟ କ୍ଲବ ବିଜୟୀ ହୋଇଛି ।
ଆଜିର ପ୍ରତିଯୋଗିତାରେ ୟଙ୍ଗ ଷ୍ଟୁଡେଣ୍ଟ କ୍ରିକେଟ କ୍ଲବ ଓ ନାଏକ କ୍ରିକେଟ ଏକାଡେମୀ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ୟଙ୍ଗ ଷ୍ଟୁଡେଣ୍ଟ କ୍ରିକେଟ କ୍ଲବ ଟସ ଜିଣି ପ୍ରଥମେ ବ୍ୟାଟିଂ କରି କରି ୪୪.୫ ଓଭରରେ ସମସ୍ତ ଉଇକେଟ ହରାଇ ୨୦୪ ରନ୍ କରିବାକୁ ସକ୍ଷମ ହୋଇଥିଲେ । ଦଳ ତରଫରୁ ରୋହିତ ନାଗ ସର୍ବାଧିକ ୫୪ ରନ୍ ଓ ତନୁ ଶୁଭମ ୪୧ ରନ୍ କରିଥିଲେ । ନାଏକ ଏକାଡେମୀ ତରଫରୁ ଏସାନ ଅଙ୍ଗଶୁ ନାମଦେଵ ୩ ଗୋଟି ଓ ଆୟୁଷ ପାଣିଗ୍ରାହୀ ୨ଟି ୱିକେଟ ଅକ୍ତିଆର କରିଥିଲେ । ୨୦୫ ରନ୍‌ର ଲକ୍ଷକୁ ପିଛା କରିବାକୁ ଯାଇ ନାଏକ ଏକାଡେମୀ ୩୮.୩ ଓଭରେ ସମସ୍ତ ଉଇକେଟ ହରାଇ ମାତ୍ର ୧୩୧ ରନ ସଂଗ୍ରହ କରିବାକୁ ସକ୍ଷମ ହୋଇଥିବା ବେଳେ, ଏହି ମ୍ୟାଚକୁ ୭୩ ରନ ବ୍ୟବଧାନ ରେ ହାରି ଯାଇ ଥିଲେ । ନାଏକ ଏକାଡେ଼ମୀ ତରଫରୁ ଆୟୁଷ ସାହୁ ସର୍ବାଧିକ ୨୯ ରନ୍ ଓ ଅଂଶୁମାନ ପରିଡ଼ା ୨୦ ରନ୍ ସଂଗ୍ରହ କରିଥିଲେ । ୟଙ୍ଗ ଷ୍ଟୁଡେଣ୍ଟ ଦଳ ତରଫରୁ ତନୁ ଶୁଭମ ୪ଟି , ଧର୍ମେନ୍ଦ୍ର ମିଶ୍ର ଓ ସନ୍ତୁ ମିଶ୍ର ୨ଟି ଲେଖାଏଁ ଉଇକେଟ ଅକ୍ତିଆର କରିଥିଲେ । ୟଙ୍ଗ ଷ୍ଟୁଡେଣ୍ଟ କ୍ରିକେଟ କ୍ଲବର ତନୁ ଶୁଭମଙ୍କୁ ତାଙ୍କର ଅଲରାଉଣ୍ଡ ପ୍ରଦର୍ଶନ ପାଇଁ ଶ୍ରେଷ୍ଠ ଖେଳାଳୀ ଘୋଷିତ କରାଯାଇଥିଲା । ଏହି ମ୍ୟାଚକୁ ଓସିଏ ମାନ୍ୟତା ପ୍ରାପ୍ତ ଅମ୍ପୟାର ରାଜେନ୍ଦ୍ର ସେଠ ଓ ମୁକେଶ ସ୍ବାଇଁ ପରିଚାଲନା କରିଥିବା ବେଳେ ସୁଭମ ନାଏକ ସ୍କୋରର୍ ଦାୟିତ୍ୱ ତୁଲାଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking