27.8 C
Bhubaneswar
Thursday, April 18, 2024
Homeଦେଶ ବିଦେଶକାର୍ଡ ପେମେଣ୍ଟ କରୁଥିଲେ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି

କାର୍ଡ ପେମେଣ୍ଟ କରୁଥିଲେ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି

ନୂଆଦିଲ୍ଲୀ: ଆପଣଙ୍କର ପ୍ରିୟ ଓଭର ଦ ଟପ୍ ପ୍ଲାଟଫର୍ମର ସବସ୍କ୍ରିପସନ ହେଉ କିମ୍ବା ପ୍ରତି ମାସରେ ମୋବାଇଲ ଫୋନ ମାଧ୍ୟମରେ କରାଯାଉଥିବା ପେମେଣ୍ଟ, ଯାହାପାଇଁ କ୍ରେଡିଟ୍ କାର୍ଡ, ୟୁପିଆଇ କିମ୍ବା ଅନ୍ୟ ପ୍ରିପେଡ ପେମେଣ୍ଟ ଇନଷ୍ଟ୍ରୁମେଣ୍ଟର ବ୍ୟବହାରରେ ୧ ଏପ୍ରିଲ ପରେ ଏନେଇ ସମସ୍ୟାର ସମ୍ମୁଖୀନ ହେବାକୁ ପଡିପାରେ । ୧ ଏପ୍ରିଲ ୨୦୨୧ରୁ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ରିକରିଂ ନେଣ ଦେଣ ନେଇ ଘୋଷିତ ହୋଇଥିବା ନୂଆ ନିୟମ ଲାଗୁ କରିବାକୁ ଯାଉଛି । ଯାହାକୁ ସର୍ବପ୍ରଥମେ ଅଗଷ୍ଟ ୨୦୧୯ରେ ଏକ ଅଧିସୂଚନା ମାଧ୍ୟମରେ ଜାରି କରାଯାଇଥିଲା ।
ଆରବିଆଇ ସେଡ୍ୟୁଲ ହୋଇଥିବା କମର୍ସିଆଲ ବ୍ୟାଙ୍କ, କାର୍ଡ ପେମେଣ୍ଟ ନେଟୱାର୍କ, ପ୍ରିପେଡ ଇନଷ୍ଟ୍ରୁମେଣ୍ଟ ଜାରି କରିଥିବା ତଥା ନ୍ୟାସନାଲ ପେମେଣ୍ଟଓ କର୍ପୋରେସନ ଅଫ୍ ଇଣ୍ଡିଆକୁ ନୂଆ ନିୟମକୁ ନେଇ ଅଧିସୂଚନା କରିଥିଲା । ଯାହା ନା କେବଳ କ୍ରେଡିଟ କାର୍ଡ, ଡେବିଟ କାର୍ଡ ଜାରି କରୁଥିବା ବ୍ୟାଙ୍କ ଉପରେ ଲାଗୁ ହେବ ବରଂ ପେମେଣ୍ଟ ଓାଲେଟ ତଥା ୟୁପିଆଇ ଆଧାରିତ ପେମେଣ୍ଟ କରାଉଥିବା ପ୍ଲାଟଫର୍ମରେ ବି ପ୍ରଭାବ ରହିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking